ହ୍ୱାଟସଆପରେ ମିଳିବ ନୂଆ ଭିଡିଓ କଲିଂର ଅପସନ , ଆଉ ଏମିତି କାମ କରିବ
1 min readନୂଆଦିଲ୍ଲୀ: କରୋନା ଭାଇରସ୍ ପାଇଁ ବିଶ୍ୱର ଅନେକ ଦେଶ ଲକଡାଉନରେ ରହିଛି । ତେଣୁ ବିଭିନ୍ନ ବୈଠକକୁ ଭିଡ଼ିଓ କନଫରେନସ ଜରିଆରେ କରାଯାଉଛି । ଏବଂ ଏହି ଭିଡ଼ିଓ କନଫରେନସ ପ୍ଲାଟଫର୍ମକୁ ବିଶେଷ ଧ୍ୟାନ ଦିଆଯାଉଛି । ଫେସବୁକର ପ୍ରତିଷ୍ଠାତା ମାର୍କ ଜକରବର୍ଗ ନିକଟରେ ଘୋଷଣା କରିଛନ୍ତି ମେସେଞ୍ଜରରେ ଗ୍ରୁପ କଲକୁ ଡେଭେଲପ୍ କରାଯାଉଛି । ତେବେ ଏହି ସୁବିଧା ଫେସବୁକ ଏବଂ ହ୍ୱାଟସଆପକୁ ମଧ୍ୟ ଦିଆଯିବ ।
ହ୍ୱାଟସଆପ୍ ଖବରର ଟ୍ରାକ ରଖୁଥିବା ୱେବସାଇଟ୍ WABetainfoର ଏକ ରିପୋର୍ଟ ଅନୁସାରେ ହ୍ୱାଟସଆପରେ ରୁମ ଫିଚର ଜଲଦି ଆରମ୍ଭ ହେବାକୁ ଯାଉଛି । ନିକଟରେ ଏନେଇ ଫେସବୁକ ମେସେଞ୍ଜର ରୁମ ଫିଚରର ଘୋଷଣା କରିଛି ଯେଉଁଥିରେ ଥରକେ ୫୦ଜଣ ଭିଡିଓ କଲିଂ କରିପାରିବେ । ଏବେ ଏହି ଫିଚର ହ୍ୱାଟସଅପରେ ମଧ୍ୟ ଆସିବାକୁ ଯାଉଛି । କୁହାଯାଉଛି ଯେ, ହ୍ୱାଟସଆପରେ ବିଟା ଭର୍ସନରେ ଏହାର ସର୍ଟକଟ ଦେଖାଯାଇଛି । ଏହି ଫିଚର ଆସିବା ପରେ ୟୁଜର୍ସଙ୍କୁ ୨ଟି ଭିଡ଼ିଓ କଲିଂର ଅପସନ ଦେଖାଯିବ ।
WABetainfoର ଏକ ରିପୋର୍ଟ ଅନୁସାରେ ହ୍ୱାଟସଆପର ଆଣ୍ଡ୍ରୋଏଡ ଭର୍ସନ ୨.୨୦.୧୩୯ରେ ମେସେଞ୍ଜର ରୁମ’ର ଅପସନ୍ ଦିଆଯାଇଛି । ଏହି ସଟକର୍ଟ, କଲିଂର ଟାବ୍ ରେ ସାମିଲ କରାଯିବ । WABetainfo ଦ୍ୱାରା ସେୟାର କରାଯାଇଥିବା ଏହି ସ୍କ୍ରିନସର୍ଟରେ ଏହା ଦେଖାଯାଇପାରିବ । ଏହା ଉପରେ କ୍ଲିକ୍ କରିବା ଦ୍ୱାରା ପପ୍ ଅପ୍ ୱିଣ୍ଡୋରେ ଏହି ଫିଚର ସମ୍ବନ୍ଧିୟ ତଥ୍ୟ ଦିଆଯିବ ।
କୁହାଯାଇଛି କି ରୁମକୁ କେବଳ ମେସେଞ୍ଜର ଜରିଆରେ କ୍ରିଏଟ କରାଯାଇପାରିବ । ଥରେ ରୁମ କ୍ରିଏଟ କରିବାପରେ ୟୁଜର କାହାକୁ ମଧ୍ୟ ଏହି ଲିଙ୍କ ପଠାଇ ପାରିବେ । ଯଦି ଆପଣ କାହାକୁ ଏହି ଲିଙ୍କ୍ ପଠାଉଛନ୍ତି ଏବଂ ତାଙ୍କ ପାଖରେ ହ୍ୱାଟସଆପ ଏବଂ ମେସେଞ୍ଜର ନଥାଏ ତଥାପି ଏହା କାମ କରିବ । ପ୍ରାଇଭେସିକୁ ନେଇ ଏଠାରେ ଏକ ଡିସ୍କଲେମର ମଧ୍ୟ ଦିଆଯାଇଛି । କୁହାଯାଇଛି ଯେ, ରୁମ ମେସେଞ୍ଜରକୁ ଏନକ୍ରପସନ ଏବଂ ପ୍ରାଇବେସି କଣ୍ଟ୍ରୋଲରେ ପ୍ରୋଟେକ୍ଟ କରାଯାଉଛି । କିନ୍ତୁ ଏହା ଏଣ୍ଡ ଟୁ ଏଣ୍ଡ ଏନକ୍ରିପ୍ଟେଡ ନୁହେଁ । ଆପଣଙ୍କୁ କହି ରଖୁଛୁ ଯେ ଏଣ୍ଡ ଟୁ ଏଣ୍ଡ ସାଧାରଣ ଏନକ୍ରିପସନସହ ତୁଳନାରେ ବହୁତ ସୁରକ୍ଷିତ , ଯାହା ହ୍ୱାଟସଅଆପ୍ କଲିଂରେ ମିଳୁଛି ।
ରିପୋର୍ଟ ଅନୁସାରେ ଏବେ ବି ଏହି ଫିଚରକୁ ଡେଭେଲପ କରାଯାଇନାହିଁ । ଯଦିଓ କମ୍ପାନୀ ଏହାକୁ ଜଲଦି ଫାଇନାଲ ବିଲ୍ଡ ସହ ଲଞ୍ଚ କରିବ । କାରଣ ନିକଟରେ କମ୍ପାନି ହ୍ୱାଟସଆପ୍ ଭିଡିଓ କଲର ଲିମିଟ ବଢାଇ ୮ କରିଦେଇଛି । ଏଥରୁ ସ୍ପଷ୍ଟହୋଇଛି ଯେ, ଫେସବୁକ୍ ଏହି ଲକଡାଉନକୁ ବ୍ୟବହାର କରି ନିଜର ବେପାରକୁ ଅଧିକ ବଢାଇବାକୁ ଚାହୁଁଛି ।