spot_img

Latest Posts

ଭଦ୍ରକ ଓ ଯାଜପୁରରେ ଚିହ୍ନଟ ୧୦ କରୋନା ଆକ୍ରାନ୍ତଙ୍କ ‘ବଙ୍ଗଳା’ ଲିଙ୍କ୍

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ାଉଛି ପଶ୍ଚିମବଙ୍ଗ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୩ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୧୦ ଜଣ ନିକଟରେ ପଶ୍ଚିମବଙ୍ଗ ଯାଇଥିବା ଜଣାପଡ଼ିଛି । ବଡ଼କଥା ହେଉଛି ୧୦ ଜଣଙ୍କ ମଧ୍ୟରୁ ୫ ଜଣ ଭଦ୍ରକର ଓ ଅନ୍ୟ ୫ ଜଣ ଯାଜପୁର ଜିଲ୍ଲାର । ସମସ୍ତେ ପଶ୍ଚିମବଙ୍ଗରୁ ଫେରଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ଯଦି ରାଜ୍ୟର କେହି ବି ବ୍ୟକ୍ତି ବିଗତ ୨୮ ଦିନ ମଧ୍ୟରେ ପଶ୍ଚିମବଙ୍ଗ ଯାଇଛନ୍ତି । ସେମାନଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶ ଦେଇଛି । ଏଥିସହ ସେମାନେ ସରପଞ୍ଚ, ବିଡିଓ କିମ୍ବା ତହସିଲଦାରଙ୍କୁ ଜଣାଇବାକୁ କୁହାଯାଇଛି । ରାଜ୍ୟର ମୋଟ ୭୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୪ ଜଣଙ୍କ ପଶ୍ଚିମବଙ୍ଗ ଲିଙ୍କ୍ ରହିଛି । ଏକ ତୃତୀୟାଂଶ ସଂକ୍ରମିତ ପଶ୍ଚିମବଙ୍ଗରୁ ଆସିଥିବା କରୋନା ମୁକାବିଲା କମିଟି ମୁଖପାତ୍ର ସୁବ୍ରତ୍ ବାଗଚୀ ସୂଚନା ଦେଇଛନ୍ତି ।

ବ୍ୟାଙ୍କ ଉପରେ ନିର୍ଭର କରେ ଆପଣ ତିନି ମାସ ପାଇଁ EMI ଦେବେ କି ନାହିଁ ,କାହିଁକି ଜାଣନ୍ତୁ

ଯାଜପୁର ଜିଲ୍ଲାରେ ଚିହ୍ନଟ ୫ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ଯାଜପୁର ବ୍ଲକର ହୋଇଥିବା ବେଳେ ଜଣେ କୋରେଇ ଓ ଅନ୍ୟ ଜଣେ ଦଶରଥପୁର ବ୍ଲକର । ସମସ୍ତେ କୋଲକାତାରେ ଶ୍ରମିକ ଭାବେ କାମ କରୁଥିଲେ । ହାୱଡ଼ା ଓ ବାରାବଜାର ଅଞ୍ଚଳରେ ରହୁଥିଲେ ବୋଲି ଯାଜପୁର ଜିଲ୍ଲାପାଳ ରଞ୍ଜନ ଦାସ ସୂଚନା ଦେଇଛନ୍ତି ।

ନଜର ପକାନ୍ତୁ ରାଜ୍ୟର କେଉଁ ଜିଲ୍ଲାରେ କେତେ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ଜିଲ୍ଲା ଆକ୍ରାନ୍ତ ସୁସ୍ଥ ମୃତ
ଖୋର୍ଦ୍ଧା ୪୬ ୧୭ ୦୧
ଭଦ୍ରକ ୦୮ ୦୨ ୦୦
ଯାଜପୁର ୦୭ ୦୧ ୦୦
ବାଲେଶ୍ୱର ୦୩ ୦୦ ୦୦
ସୁନ୍ଦରଗଡ଼ ୦୩ ୦୧ ୦୦
କେନ୍ଦ୍ରାପଡ଼ା ୦୨ ୦୦ ୦୦
କଳାହାଣ୍ଡି ୦୨ ୦୧ ୦୦
କଟକ ୦୧ ୦୧ ୦୦
ପୁରୀ ୦୧ ୦୧ ୦୦
ଢେଙ୍କାନାଳ ୦୧ ୦୦ ୦୦
ମୋଟ ୭୪ ୨୪ ୦୧

 

ଆଜି ଚିହ୍ନଟ ୬ ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁରର ୫, ସୁନ୍ଦରଗଡ଼ରୁ ଜଣେ

Latest Posts

Don't Miss