ସରକାରୀ କର୍ମଚାରୀଙ୍କ ପାଇଁ ଆଜିଠାରୁ ସଂଶୋଧିତ ନିୟମ ଲାଗୁ : ଅଫିସ ଯିବେ ସମସ୍ତ ଗ୍ରୁପ୍‌-ଏ’ ଅଧିକାରୀ

ଭୁବନେଶ୍ୱର: ରାଜ୍ୟରେ ଲକ୍‌ଡାଉନ ନିୟମରେ ପରିବର୍ତ୍ତନ ହୋଇଛି । ସରକାରୀ କର୍ମଚାରୀଙ୍କ ପାଇଁ ଆଜିଠାରୁ ସଂଶୋଧିତ ନିୟମ ଲାଗୁ ହେଉଛି । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ଗ୍ରୁପ ‘ଏ’ର ସମସ୍ତ ଅଧିକାରୀ ଆଜି କାର୍ଯ୍ୟରେ ଯୋଗଦେବେ । ସ୍ୱାସ୍ଥ୍ୟ, କୃଷି, ସମବାୟ, ଗୃହ, ପୂର୍ତ୍ତ ଓ ଶ୍ରମ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗର ସବୁ ଅଧିକାରୀ କାର୍ଯ୍ୟରେ ଯୋଗଦେବେ । ସରକାରୀ କର୍ମଚାରୀଙ୍କୁ ଦିଆଯାଇଥିବା ଲକ୍‌ଡାଉନ୍‌ ପାସ୍‌ ବାତିଲ ହୋଇଛି । ବିଭାଗ ପକ୍ଷରୁ ପ୍ରଦତ୍ତ ପରିଚୟପତ୍ର ଦେଖାଇ ସେମାନେ ଅଫିସ ଯାଇପାରିବେ । ତେବେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲାର ସହରାଞ୍ଚଳରେ ଥିବା ସରକାରୀ ଅଫିସ କର୍ମଚାରୀଙ୍କ ପାଇଁ କଟକଣା ରହିଛି ।

ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼, ଢେଙ୍କାନାଳ, କେନ୍ଦ୍ରାପଡ଼ା, ପୁରୀ, କଳାହାଣ୍ଡି, ଭଦ୍ରକ ଓ ଯାଜପୁର ଜିଲ୍ଲାର ସହରାଞ୍ଚଳରେ ଥିବା ବୋର୍ଡ ଅଫ୍‌ ରେଭିନ୍ୟୁ ଓ ସବ୍‌ରେଜିଷ୍ଟ୍ରାର ଅଫଇସ୍‌ର ଗ୍ରୁପ୍‌ ବି, ସି ଓ ଡି କର୍ମଚାରୀ ରୋଷ୍ଟର ଭିତ୍ତିରେ ଅଫିସ ଆସିବେ । ତେବେ ୯ ଜିଲ୍ଲାର ସହରାଞ୍ଚଳ ଛଡ଼ା ଅନ୍ୟ ସମସ୍ତ ଜିଲ୍ଲା ଓ ସହର ବୋର୍ଡ ଅଫ୍‌ ରେଭିନ୍ୟୁ ଓ ସବ୍‌ରେଜିଷ୍ଟ୍ର।ର କାର୍ଯ୍ୟାଳୟର କର୍ମଚାରୀ ନିୟମିତ କାର୍ଯ୍ୟାଳୟକୁ ଆସିବେ। ଆର୍‌ଡିସି, ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲ ଏବଂ ଆର୍‌ଆଇ ଅଫିସ୍‌ର ସମସ୍ତ ଅଧିକାରୀ କାର୍ଯ୍ୟରେ ଯୋଗଦେବେ । ଜିଲ୍ଲା ଓ ସବ୍‌ରେଜିଷ୍ଟ୍ର।ର ଅଫିସ୍‌ର ସମସ୍ତ ଷ୍ଟାମ୍ପ ଭେଣ୍ଡର କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply