ଭାରତର କିଛି ମନ୍ଦିରରେ ରାମ ନୁହନ୍ତି ରାବଣ ପୂଜା ପାଆନ୍ତି,ମୁହଁ ଘୋଡାଇ ଦର୍ଶନ କରନ୍ତି ମହିଳା !

1 min read

ଦେଶରେ ଲକଡାଇନ ଚାଲିଥିବା ବେଳେ ଦୀର୍ଘ ୩୩ ବର୍ଷ ପରେ ଲୋକେ ପୁଣି ଥରେ ରାମାନନ୍ଦଙ୍କ ରାମାଣ ଦେଖି ପୁରୁଣା ସ୍ମୃତିକୁ ତାଜା କରୁଛନ୍ତି । ଏହା ସହିତ ରାମାୟଣରେ ପ୍ରତିଟି ଚରିତ୍ର ପଛରେ ଥିବା ଘଟଣାବଳୀକୁ ମଧ୍ୟ ମନେ ପକାଉଛନ୍ତି । ରାବଣ ଯାହାଙ୍କୁ ଅନ୍ୟାୟ ଓ ଅଧର୍ମର ରାଜା ବୋଲି କୁହାଯାଏ ତାଙ୍କୁ ଶ୍ରୀଲଙ୍କାରେ ପୂଜା କରାଯାଏ  କାରଣ ସେ ଲଙ୍କାର ରାଜା ଥିଲେ ।

ଶ୍ରୀଲଙ୍କାର କୋନସବରମ ମନ୍ଦିର ଦୁନିଆର ସବୁଠୁ ପ୍ରସିଦ୍ଧ ରାବଣ ମନ୍ଦିର ଅଟେ ।  ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଭାରତର ଅନେକ ସ୍ଥାନରେ ରାବଣଙ୍କୁ ପୂଜା କରାଯାଏ ଏପରକିକି ଅନେକ ଶିବ ମନ୍ଦିରରେ ରାବଣ ସ୍ଥାନ ମଧ୍ୟ ପାଇଛନ୍ତି ।

୧. ବିଷରଖ ସ୍ଥିତ ରାବଣର ମନ୍ଦିର-

ଦିଲ୍ଲୀ- ଏନସିଆର ଅନ୍ତର୍ଗତ ଆସୁଥିବା ଗ୍ରେଟର ନୋଏଡା କ୍ଷେତ୍ରରେ ବିସରଖ ନାମକ ଏକ ଗାଁ ଅଛି । ଏହି ଗାଁରେ ଏପରି ଏକ ମନ୍ଦିର ଅଛି ଯେଉଁଛି ୪୨ ଫୁଟ ଉଚ୍ଚତା ଶିବଲିଙ୍ଗ ଏବଂ ୫.୫ ଫୁଟର ରାବଣର ପ୍ରତିମୂର୍ତ୍ତୀର ଦର୍ଶନ ମିଳିବ । ଏହାରେ ରାବଣ ମହାବ୍ରହ୍ମ ନାରେ ନାମିତ ଏବଂ ଦଶହରାରେ ମହାବ୍ରହ୍ମଙ୍କ ପାଇଁ ଶୋକ ପାଳନ କରାଯାଏ । ଏଠିକାର ଲୋକମାନେ ରାମଲୀଲା ବା ରାବଣ ଦହନ ପାଳନ କରନ୍ତି ନାହିଁ ।  ସୂଚନା ଅନୁଯାୟୀ ଏହି ଗାଁରେ ୮୮୨ ଟି ଘର ରହିଛି ଏବଂ ଏହା ଉତ୍ତରପ୍ରଦେଶର ଗୌତନବୁଦ୍ଧ ନଗରରେ ଅବସ୍ଥିତ ।

୨. ଦଶାନନ ରାବଣ ମନ୍ଦିର, କାନପୁର

ଏଠାରେ ରାବଣଙ୍କୁ ପୂଜା କରାଯାଏ । ଏହି ମନ୍ଦିର ଏକ ବିଶାଳ ଶିବ ମନ୍ଦିର ସହ ଯଡ଼ିତ ରହିଛି । ଏହାକୁ କେବଳ ବର୍ଷରେ ଥରୁଟିଏ ଦଶହରା ଦିନ ଖୋଲାଯାଇଥାଏ । ରାବଣ ମହା ଜ୍ଞାନୀ ଥିଲେ । ଶ୍ରା ରାମ ମଧ୍ୟ ରାବଣଙ୍କୁ ମହାରଜ୍ଞାନୀ ବୋଲି କହିଥିଲେ । ରାବଣଙ୍କୁ ହିନ୍ଦୁଧର୍ମର ସବୁ ଗ୍ରନ୍ଥର ଜ୍ଞାନ ଥିଲା । ଶ୍ରଦ୍ଦାଳୁ ଏଠାକୁ ମହାଜ୍ଞାନୀ ରାବଣଙ୍କ ଆଶିର୍ବାଦ ପାଇଁ ଆସନ୍ତି ।

୩. ରାବଣ ମନ୍ଦିର, ଯୋଧପୁର, ରାଜସ୍ଥାନ

ଯୋଧପୁରରେ ରହୁଥିବା ମୁଦଗଲ ବ୍ରହ୍ମଣଙ୍କୁ ରାବଣଙ୍କ ବଂଶଜ କୁହାଯାଏ ଏବଂ ସେମାନେ ନି ରାଜାଙ୍କ ପାଇଁ ଏକ ଭବ୍ୟ ମନ୍ଦିର ମଧ୍ୟ ନିର୍ମାଣ କରିଛନ୍ତି । ଯୋଧପୁରକୁ ରାବଣଙ୍କ ସ୍ତ୍ରୀ ମନ୍ଦୋଦରୀଙ୍କ ଜନ୍ମସ୍ଥାନ ବୋଲି ମାନ୍ୟତା ରହିଛି । କୁହାଯାଏ ଯେ ମନ୍ଦୋଦରୀଙ୍କ ଘର ରାଜସ୍ଥାନର ପୂର୍ବତନ ରାଜଧାନୀ ମଣ୍ଡୋର ଥିଲା ।

୪. ରାବଣଗ୍ରାମ ରାବଣ ମନ୍ଦିର, ମଧ୍ୟପ୍ରଦେଶ

ରାବଣଗ୍ରାମର ଲୋକ ରାବଣଙ୍କୁ ପୂଜା କରନ୍ତି । ଏଠାରେ ରାବଣର ଏକ ପ୍ରାଚୀନ ମୂର୍ତ୍ତୀ ରହିଛି ଯାହାର ଉଚ୍ଚତା ୧୦ ଫୁଟ । ଏହି ମୂର୍ତ୍ତୀ ଶୋଇଥିବା ଅବସ୍ଥାରେ ରହିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟା ଏହି ମୂର୍ତ୍ତୀକୁ ଠିଆ କରାଇବା ଅତି ଅଶୁଭ ମନେକରାଯାଏ । ଜଣେ ଏହି ମୂର୍ତ୍ତୀକୁ ଉଠାଇବାକୁ ଚେଷ୍ଟା କରିଥିଲେ, ପରେ ଗ୍ରାମରେ ଅନେକ ଅପ୍ରିୟ ଘଟଣା ଘଟିଥିଲା । ଦଶହରାରେ ସମଗ୍ର ଦେଶରେ ରାମଙ୍କୁ ପ୍ରାର୍ଥନା କରାଯାଉଥିବାବେଳେ ରାବଣଗ୍ରାମରେ ରାବଣ ବାବା ନମଃର ମନ୍ତ୍ର ଜପ କରାଯାଏ ।

୫. ରାବଣ ରୁଣ୍ଡି, ମଧ୍ୟପ୍ରଦେଶ

ଏମପିର ମନ୍ଦସୋର ଜିଲ୍ଲାର ଭଦଖେଡେରେ ମଧ୍ୟ ରାବଣଙ୍କୁ ପୂଜା କରାଯାଏ । ମନ୍ଦସୋର ସହରରେ ନାମଦେବୀ ବୈଷ୍ଣବ ସମାଜ ସମ୍ବନ୍ଧିତ ଲୋକମାନେ ରାବଣଙ୍କୁ ପୂଜା କରନ୍ତି ।  ଏହି ମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ସ୍ଥାନୀୟ ମହିଳା ମୁହଁ ଘୋଡାଇ ମନ୍ଦିର ମଧ୍ୟକୁ ପ୍ରବେଶ କରିଥାନ୍ତି । ମନ୍ଦିର ଭିତରେ ଦର୍ଶନ କାଳରେ ମଧ୍ୟ ସେମାନେ ପରଦା କରିଥାନ୍ତି । ଏହାପଛରେ ଗୋଟିଏ ରୋଚକ କାରଣ ରହିଛି । କାରଣ ହେଲା ମନ୍ଦସୋରକୁ ରାବଣଙ୍କ ପତ୍ନୀ ମନ୍ଦୋଦରୀଙ୍କ ବାପଘର ବୋଲି ଗ୍ରହଣ କରାଯାଏ । ଏହି ହିସାବରେ ରାବଣ ସ୍ଥାନୀୟ ମହିଳାଙ୍କ ଜୁଆଇଁ । ତେଣୁ ଜୁଆଁଇଙ୍କ ମନ୍ଦିରକୁ ଗଲାବେଳେ ଶାଶୁ ହିସାବରେ ସ୍ଥାନୀୟ ମହିଳା ମୁହଁରେ ଓଢଣା ଦେଇଥାନ୍ତି ।

Leave a Reply