spot_img

Latest Posts

ଦିଲ୍ଲୀରେ ଆତଙ୍କ: ପିଜ୍ଜା ଡେଲିଭରି ବୟ କରୋନା ପଜିଟିଭ, ୭୨ଟି ଘର ସିଲ୍

ନୂଆଦିଲ୍ଲୀ: କରୋନା ଯୋଗୁଁ ଲକଡାଉନ୍ ବୃଦ୍ଧି କରାଯାଇଛି। ତେବେ ନୂଆ ଗାଇଡ୍ ଲାଇନ୍ ଅନୁସାରେ ଖାଦ୍ୟ ପାଇଁ ରିହାତି ଦିଆଯାଇଛି  । ନିକଟରେ ଏକ ଖବର ସାମ୍ନାକୁ ଆସିଛି  । ତେବେ ରିପୋର୍ଟ ଅନୁସାରେ ଦିଲ୍ଲୀରେ ଜଣେ ପିଜ୍ଜା ଡେଲିଭରି ବୟ କରୋନା ସଂକ୍ରମିତ ହୋଇଛନ୍ତି । ଏହି ଡେଲିଭରି ଯୁବକ ଡ୍ୟୁଟିରେ ଥିଲା ଏବଂ ଗତ ସପ୍ତାହ ପର୍ଯ୍ୟନ୍ତ ପିଜ୍ଜା ଡେଲିଭର କରିଥିଲେ । ତାଙ୍କର କିଛି ଲକ୍ଷଣ ଦେଖାଯାଇନଥିଲା । ସେ ଡାଏଲିସିସ୍ ପାଇଁ ଏକ ଡାକ୍ତରଖାନା ଯାଇଥିଲେ। ସେଠାରେ ଟେଷ୍ଟ ପରେ ତାଙ୍କର ରିପୋର୍ଟ ପଜିଟିଭ ଆସିଛି ଓ ସେ କରୋନା ସଂକ୍ରମିତ ଜଣାପଡିଛି ।  ଏବେ ତାଙ୍କୁ ଆରଏମ୍‌ଏଲ ହସପିଟାଲରେ ଭର୍ତ୍ତି କରାଯାଇଛି।

ରିପୋର୍ଟ ପଜିଟିଭ୍‌ ଆସିବା ପରେ ଯୁବକଙ୍କ ସଂସ୍ପର୍ଶରେ ଆସିଥିବା ୭୨ ପରିବାର ଓ ୨୦ରୁ ଅଧିକ ସହକର୍ମୀଙ୍କୁ ହୋମ କ୍ବାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପିଜ୍ଜା ଡେଲିଭରି ବୟଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ପରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହାପରେ ଅର୍ଡର ଡିଟେଲ୍‌ସ ବାହାର କରାଯାଇଥିଲା। ଦକ୍ଷିଣ ଦିଲ୍ଲୀର ହଜ୍‌ ଖାସ, ମାଲବ୍ୟ ନଗର ଓ ସାବିତ୍ରୀ ନଗରର ୭୨ଟି ପରିବାରର ଲୋକଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି। କୈାଣସି ବ୍ୟକ୍ତିଙ୍କଠାରେ କରୋନା ଲକ୍ଷଣ ଦେଖାଦେଲେ ଟେଷ୍ଟ କରାଯିବ। ଏଥିସହ ୨୦ରୁ ଅଧିକ ସହକର୍ମୀଙ୍କୁ ଛତରପୁରରେ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି। ଡେଲିଭରି ବୟଙ୍କର କୈାଣସି ଟ୍ରାଭେଲ୍‌ ହିଷ୍ଟ୍ରି ନଥିବାରୁ ସେ ପିଜ୍ଜା ଡେଲିଭରି କରିବା ସମୟରେ ହିଁ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି। ଦିଲ୍ଲୀରେ ଏବେ କରୋନା ସ୍ଥିତି ସଂଗୀନ ରହିଛି। ୧୫ଶହରୁ ଅଧିକ ସଂକ୍ରମିତ ହୋଇଛନ୍ତି।

 

Latest Posts

Don't Miss