ଏଣିକି ଘରୋଇ ହିଂସା ନେଇ ଘରୁ ନବାହାରି କରିପାରିବେ ଅଭିଯୋଗ
ଭୁବନେଶ୍ୱର: ଲକ୍ଡାଉନ୍ ସମୟରେ ଦେଶ ତଥା ଅନ୍ୟ ରାଜ୍ୟଗୁଡ଼ିକରେ ଘରୋଇ ହିଂସା ବଢ଼ିଚାଲିଛି । ତେବେ ଓଡ଼ିଶାରେ ମଧ୍ୟ ଏଭଳି ହିଂସା ଘଟୁଥିବା ଆଶଙ୍କାକୁ ଏଡ଼ାଇଦିଆଯାଇପାରିବନାହିଁ । ଏଣୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ପୋଲିସ ଡିଜି ଏହାକୁ ରୋକିବା ଦିଗରେ କିଛି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଘରୋଇ ହିଂସା ଅଭିଯୋଗକୁ ସର୍ବାଧିକ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି । ତେବେ ଏଯାଏଁ ଏସମ୍ପର୍କିତ ଅଭିଯୋଗ ସଂଖ୍ୟା ବୃଦ୍ଧି ହେବାର କୌଣସି ନଜରକୁ ଆସିନି । ଏ ସମ୍ପର୍କିରେ ଅଭିଯୋଗ ଦାୟର କରିବା ନେଇ ବିଭିନ୍ନ ଥାନା, ଜିଲ୍ଲା କଣ୍ଟ୍ରୋଲ ରୁମ୍ର ନମ୍ୱରକୁ ମିଶାଇ ମୋଟ ୬୦୦ରୁ ଊର୍ଦ୍ଧ୍ୱ ଜାରି କରାଯାଇଛି । ଜାର କରାଯାଇଥିବା ନମ୍ୱରେ ଅଭିଯୋଗ ଦାୟର କରାଯିବା ପରେ ପୋଲିସ ସମ୍ପୃକ୍ତ ଘରେ ଯାଇ ପହଞ୍ଚିବ । ଏବଂ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ । ପୀଡ଼ିତା ଓଡ଼ିଶା ପୋଲିସ ସିଟିଜନ୍ ପୋର୍ଟାଲ ଏବଂ ସାହାଯ୍ୟ ଆପ୍ ମାଧ୍ୟମରେ ମଧ୍ୟ ଅଭିଯୋଗ କରିପାରିବେ ।