ଲକଡାଉନ୍ 2.0କୁ ଟାର୍ଗେଟ୍ କରି ଟ୍ରୋଲ୍ ହେଲେ KRK,ଜାଣନ୍ତୁ କାହିଁକି ?
1 min readମୁମ୍ବାଇ: କୁହାଯାଏ ପୁରୁଣା ଅଭ୍ୟାଷ ସହଜରେ ଯାଏନି । ବଲିଉଡର ସ୍ୱଘୋଷିତ ଅଭିନେତା,ନିର୍ଦ୍ଦେଶ ଓ ସମୀକ୍ଷକ କମଲ ଆର ଖାନ୍ ଓରଫ କେଆରକେ କ୍ଷେତ୍ରରେ ଏହି କଥା ଶହେ ପ୍ରତିଶତ ସତ । କେଆରକେ ଏମିତି ଲୋକ ଯିଏ ସବୁକଥାରେ ମୁଣ୍ଡ ଭର୍ତ୍ତି କରନ୍ତି । ଆଉ ସମସ୍ତଙ୍କ ପାଇଁ ତାଙ୍କ ପାଖରେ ଉପଦେଶ ଥାଏ । ଆଜି ମଧ୍ୟ କେଆରକେ ମହାଶୟ ପ୍ରଧାନମନ୍ତ୍ରୀଙ୍କୁ ଉପଦେଶ ଦେଇ ନିଜ ଅଡୁଆରେ ପଡିଯାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ଲକଡାଉନ୍ ଅବଧିକୁ ବଢାଯିବା କଥା ଆଜି କହିବା ପରେ ପରେ ଟ୍ୱିଟ୍ ବୀର କେଆରକେ ସଙ୍ଗେସଙ୍ଗେ ସକ୍ରିୟ ହୋଇଯାଇଥିଲେ । ଫୋପାଡିଥିଲେ ଗୋଟିଏ ଟ୍ୱିଟ୍ ।
ଲକଡାଉନ୍ ବୃଦ୍ଧି ନେଇ କମଲ ଟ୍ୱିଟ୍ କରି ଲେଖିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀ ଲକଡାଉନକୁ ମେ ମାସ ୩ ତାରିଖ ଯାଏଁ ବୃଦ୍ଧି କରିଛନ୍ତି । ଯାହା କୌଣସି ଚମତ୍କାରରୁ କମ ନୁହେଁ । ଦେଶର ସୁରକ୍ଷା କାମନା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି । ହେଲେ ଲୋକମାନେ କେମିତି ବିନା ଟଙ୍କାରେ ବଞ୍ଚିବେ ସେହି ବିଷୟରେ କିଛି କହିଲେ ନାହିଁ ।
ଯେଉଁମାନେ ଲକଡାଉନରେ ଫସି ରହିଛନ୍ତି ସେମାନଙ୍କୁ ନିଜ ନିଜ ଘରକୁ ଯିବା ପାଇଁ ଅନୁମତି ଦିଆଯିବା ଉଚିତ୍ । ନଚେତ୍ କିଛି ଲୋକେ ଖାଦ୍ୟ ବିନା ମରିଯିବେ ବୋଲି କହିଛନ୍ତି KRK । ସାଧାରଣତଃ କମଲ ଏହିଭଳି ଟ୍ୱିଟ୍ କରିନ୍ତି । ଏହା ପୂର୍ବରୁ ମଧ୍ୟ କରୋନା ନେଇ ଏକ ଆଚମ୍ୱିତ ଟଉିଟ୍ କରିଥିଲେ କମଲ । ଭାରତରେ କରୋନା ହେବା ପୂର୍ବରୁ KRK ଟ୍ୱିଟ୍ କରି କହିଥିଲେ ଯେ, କରୋନା ଭାରତକୁ ଆସିବା ଉଚିତ୍।
ଏହା ପରେ ତାଙ୍କର ଅନେକ ଟ୍ରୋଲ କରାଯାଇଥିଲା। ଏବେ ପୁଣି, KRKଙ୍କର ଏହି ଟୁଇଟ୍ ନେଇ ଲୋକମାନେ କମେଣ୍ଟ ଦେବା ଆରମ୍ଭ କରିସାରିଛନ୍ତି । ପୁଣିଥରେ ଟ୍ରୋଲର ଶିକାର ହୋଇଛନ୍ତି ବଲିଉଡର ଏହି ନିର୍ମାତା ।
ନିକଟରେ କମଲଙ୍କ ଗୀତ ତୁମ ମେରୀ ହୋ ରିଲିଜ ହୋଇଥିଲା । ତାଙ୍କର ଏହି ଗୀତରେ ଅମିତାଭ ବଚ୍ଚନ ଓ ଋତିକ ରୋଶନ ଭଳି କଳାକାର ମଧ୍ୟ ନିଜର ପ୍ରତିକ୍ରିୟା ଦେଇଥିଲେ । ଫିଲ୍ମ ଦେଶଦ୍ରୋହି ଦ୍ୱାରା ବଲିଉଡରେ ଏଣ୍ଟ୍ରି କରିଥିଲେ କମଲ । ହେଲେ ବଲିଉଡରେ ବିଶେଷ କିଛି କରିପାରିନାହାନ୍ତି କେଆରକେ । ବିଗବସ୍ ରେ ନଜର ଆସିବା ପରେ ସେ ଦର୍ଶକଙ୍କ ମଧ୍ୟରେ ବେଶ ଚର୍ଚ୍ଚାରେ ଥିଲେ ।