spot_img

Latest Posts

ଜଣେ ବ୍ୟକ୍ତି ପାଇଁ କ୍ୱାରେଣ୍ଟାଇନରେ ରହିଲା ୧୪ଟି ଗାଁ

ବନ୍ଦାଓଁ: ଉତ୍ତରପ୍ରଦେଶ ବନ୍ଦାଓଁ ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କ ପାଇଁ ୧୪ଟି ଗାଁ ଏବେ କ୍ୱାରାଣ୍ଟାଇନ୍‌ରେ । ଏଥିସହ ଉକ୍ତ ଗାଁର ସୀମାକୁ ମଧ୍ୟ ସିଲ୍‌ କରାଦିଆଯାଇଥିବା ଜଣାପଡ଼ିଛି । ସୋମବାର ଏନେଇ ଜିଲ୍ଲା ମାଜିଷ୍ଟ୍ରେଟ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, କରୋନାରେ ସଂକ୍ରମିତ ହୋଇଥିବା ବ୍ୟକ୍ତି ଜଣଙ୍କ ଗତ କିଛି ଦିନ ତଳେ ଆନ୍ଧ୍ରପ୍ରଦେଶରୁ ଆସି ସ୍ଥାନୀୟ ଭବାନୀପୁର ଖଲି ଅଞ୍ଚଳରେ ରହୁଥିଲେ। ଶନିବାର କରୋନା ଭାଇରସ୍‌ ଯାଞ୍ଚର ରିପୋର୍ଟରେ ତାଙ୍କର ପଜିଟିଭ୍‌ ଆସିଥିଲା।

ଏହାପରେ ଯେଉଁ ଗାଁରେ ସେ ରହୁଥିଲେ ସେଠାରୁ ୩ କିଲୋମିଟର ଦୂରତା ମଧ୍ୟରେ ଥିବା ୧୪ଟି ଗାଁର ସୀମାକୁ ସିଲ୍‌ କରିଦିଆଇଛି। ଏଥିସହ ଉକ୍ତ ଗାଁଗୁଡ଼ିକୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଥିବା ଜଣାପଡ଼ିଛି। ତେବେ ସିଲ୍‌ ହୋଇଥିବା ସମସ୍ତ ଅଞ୍ଚଳଗୁଡିକରେ ଜୋନାଲ ଓ ସେକ୍ଟର ମାଜିଷ୍ଟ୍ରେଟଙ୍କୁ ମୁତୟନ କରାଯାଇଛି। ଆବଶ୍ୟକ ସାମଗ୍ରୀକୁ ପ୍ରଶାସନ ପକ୍ଷରୁ ଲୋକଙ୍କ ପାଖରେ ପହଞ୍ଚାଯାଉଥିବା ବେଳେ ପର୍ଯ୍ୟାୟ କ୍ରମେ ଲୋକଙ୍କ ନମୁନା ଯାଞ୍ଚ କରାଯାଉଥିବା

ନେଇ ଜିଲ୍ଲା ମାଜିଷ୍ଟ୍ରେଟ କୁମାର ପ୍ରଶାନ୍ତ ସୂଚନା ଦେଇଛନ୍ତି। ସୂଚନା ମୁତାବକ ଗତ ମାସ ଦିଲ୍ଳୀ ନିଜାମୁଦ୍ଦିନରେ ତବଲିଗି ଜମାତରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଉକ୍ତ ସଂକ୍ରମିତ ବ୍ୟକ୍ତି ସାମିଲ ହୋଇଥିଲେ।

Latest Posts

Don't Miss