୪୦ଂ ଉପରେ ୧୨ ସହର, ଆଭ୍ୟନ୍ତରୀଣ ଓଡ଼ିଶାରେ ବଢ଼ିବ ତାପମାତ୍ରା

ଭୁବନେଶ୍ୱର: ୪୦ ଡିଗ୍ରୀ ଉପରେ ରାଜ୍ୟର ୧୨ଟି ସ୍ଥାନ । ୪୧ ଡିଗ୍ରୀରୁ ଅଧିକ ୪ଟି ସ୍ଥାନ । ଭୁବନେଶ୍ୱର ଓ ଟିଟିଲାଗଡ଼ରେ ୪୧.୫ ଡିଗ୍ରୀ ସହ ହୋଇଛନ୍ତି ରାଜ୍ୟର ସବୁଠାରୁ ଉତପ୍ତ ସହର । ଜଳବାୟୁ ଶୁଷ୍କ ଥିବା କାରଣରୁ ଗରମ ସହ ଗୁଳୁଗୁଳି ଅନୁଭୁତ ହେଉଛି । ନିକଟ ଭବିଷ୍ୟତରେ ଜଳବାୟୁରେ କୈାଣସି ପରିବର୍ତ୍ତନ ନଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଯାହା ଜନସାଧାରଣଙ୍କ ଚିନ୍ତା ବଢାଇ ଦେଇଛି।

ଉତ୍ତର ପଶ୍ଚିମ ଦିଗରେ ଜଳବାୟୁରେ ପରିବର୍ତ୍ତନ ଯୋଗୁଁ ଓଡିଶାରେ ବଢୁଛି ତାପମାତ୍ରା।  ଏଭଳି  ସ୍ଥିତିରେ ସାଧାଣରତଃ ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ବୃଦ୍ଧି ପାଇଥାଏ । କିନ୍ତୁ ଚଳିତ ଥର ଏଥିରେ ବ୍ୟତିକ୍ରମ ଘଟି ଉପକୂଳ ଓଡିଶାରେ ମଧ୍ୟ ତାପମାତ୍ରରେ ବୃଦ୍ଧି ପାଇଛି । ରାଜ୍ୟରେ ୮ଟି ସ୍ଥାନରେ ତାପମାତ୍ରା ୪୦ଡିଗ୍ରୀରୁ ଅଧିକ ରେକର୍ଡ ହୋଇଛି । ଟିଟଲାଗଡରେ ସର୍ବାଧିକ ୪୧ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଭଦ୍ରକ ଜିଲ୍ଲାର ଚାନ୍ଦବାଲିରେ ତାପମାତ୍ରା ୪୦.୮ଡିଗ୍ରୀ ଓ ଭୁବନେଶ୍ୱରରେ ୪୦ଡିଗ୍ରୀ ରେକର୍ଡ କରାଯାଇଛି । ଏହି ତାପମାତ୍ରା ଆଗାମୀ ୨ ରୁ ୩ ଦିନ ଧରି ଲାଗି ରହିବ । ଏହାପରେ ଉଭୟ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ନେଇ ପୁର୍ବାନୁମାନ କରିଛି ପାଣିପାଗ ବିଭାଗ।

ସେପଟେ ତାପମାତ୍ରାର ଏ ଗ୍ରାଫ୍‌ ଦେଖି ଟିଟିଲାଗଡ଼ବାସୀଙ୍କ ଚିନ୍ତା ବଢ଼ି ଗଲାଣି। ଗରମ, ଗୁଳଗୁଳି ସାଙ୍ଗକୁ ଅଘୋଷିତ ବିଦ୍ୟୁତ କାଟ ଲୋକଙ୍କୁ ଅସ୍ତବ୍ୟସ୍ତ କରି ଦେଇଛି।

କରୋନା ମୁକାବିଲା ପାଇଁ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଘର ଭିତରେ ବିଦ୍ୟୁତ କାଟ ଓ ଅସହ୍ୟ ଗରମ ଯୋଗୁଁ ଅତିଷ୍ଠ ହୋଇ ସାରିଲେଣି ଲୋକେ।

Leave a Reply