spot_img

Latest Posts

ପାକିସ୍ତାନୀ ବର୍ବରତା : ପାକ୍ ଗୋଳା ମାଡରେ ମୃତ ପୁଅର ଶବକୁ ଛାତିରେ ଲଗାଇ କାନ୍ଦୁଛି ମା’

ନୀଲୁମ୍:  ରବିବାର ଦିନ କୁପବାଡ଼ା ଏବଂ ପୁଞ୍ଚ ଜିଲ୍ଲାରେ ପାକିସ୍ତାନ ଦ୍ୱାରା ଗୁଳି ବିନିମୟରେ ଶିଶୁ ଓ ମହିଳାଙ୍କ ସମେତ ତିନିଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ଗୁଳିରେ ଜୀବନ ହରାଇଥିବା ଶିଶୁର ମା ପାଗଳି ପ୍ରାୟ ହୋଇପଡ଼ିଛନ୍ତି ପୁଅର ଶବକୁ ଛାତି ଲଗାଇ ଭୋ ଭୋ ହୋଇ କାନ୍ଦି ବାରମ୍ବାର କହୁଛନ୍ତି ମୋ ପୁଅ ବିନା ମୁଁ କେମିତି ବଞ୍ଚିବି । ତେବେ ମାଆର ଏହି ଚିତ୍ର ସମସ୍ତଙ୍କ ଆଖି ଓଦା କରିଛି । କିଛି କହିବା ଆଗରୁ ଏହି ଚିତ୍ର ସେ ଦୁଃଖକୁ ପ୍ରକାଶ କରିଛି । ଏବେ ବି ପୂରା ଅଞ୍ଚଳରେ ଶୋକର ବାତାବରଣ ସୃଷ୍ଟି ହୋଇଛି ।

ଅନ୍ୟପକ୍ଷରେ ପାକିସ୍ତାନର ଗୁଳି ବର୍ଷଣ ପରେ କଡ଼ା ଜବାବ ଦେଇଥିଲା ଭାରତୀୟ ସେନା । ତେବେ ସେନାର ଜବାବରେ ପାକିସ୍ତାନ ଅଧିକ କ୍ଷତିଗ୍ରସ୍ଥ ହୋଇଥିବା ଜଣାପଡ଼ିଛି । ନିଲୁମ୍ ଘାଟି ଏବଂ ଡୁଡିନାଲରେ ପାକିସ୍ତାନର ଅନେକ ପୋଷ୍ଟ ନଷ୍ଟ ହୋଇଯାଇଛି। ଏଥିରେ ଅତି କମରେ ୪ଜଣ ସୈନିକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ଏହା ସହ ପିଓକେର ନିଖିଆଲରେ ଥିବା ଆତଙ୍କବାଦୀ ଶିବିର ଧ୍ୱଂସ ହୋଇଯାଇଥିଲା ଯେଉଁଥିରେ ୧୨ଜଣ ଆତଙ୍କବାଦୀ ଏବଂ ସୈନିକ ନିହତ ହୋଇଛନ୍ତି । ନିଖିଆଲରେ କେତକ ଆତଙ୍କବାଦୀ ଶିବିର ମଧ୍ୟ ରହିଛି, ଯେଉଁଥିରେ ଜୈଶ, ଲଶ୍କର ଏବଂ ହିଜବୁଲ ମୁଜାହିଦ୍ଦିନର ଶହେରୁ ଅଧିକ ଆତଙ୍କବାଦୀ ରହିଛନ୍ତି । କୁହାଯାଉଛି ଯେ, ଆତଙ୍କବାଦୀଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ପାକିସ୍ତାନ ପୁଞ୍ଚର ପ୍ରାୟ ଶହେ କିଲୋମିଟର ଭିତରକୁ ଗୋଳା ମାଡ କରିଥିଲା ।

ପାକିସ୍ତାନରୁ କୁପବାଡ଼ା ଜିଲ୍ଲାର କିରଣ, କରନାହ, ଟଙ୍ଗଧାର ଏବଂ ଉଡ଼ିରେ ସେନାର ଆବାସିକ ଅଞ୍ଚଳକୁ ଟାର୍ଗେଟ କରି ଗୁଳି ବିନିମୟ ହୋଇଥିଲା। ଏଥିରେ ତୁମନା ଗାଁର ବଶିର ଅହମ୍ମଦଙ୍କ ଆଠ ବର୍ଷର ପୁଅ ଜିଆନ୍ ଅହମ୍ମଦ ସହ ଆଉ ଦୁଇଜଣଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ, ପାକିସ୍ତାନୀ ଦଳ ପ୍ରଥମେ ହାଜିତାରା ଏବଂ ଧାନି ଗାଁରେ ଗୁଳି ବିନିମୟ ହୋଇଥିଲା । ଏହା ପରେ ମଞ୍ଜାଗାମ, ମଲିକପୋରା, ଟିସିପି, ହାଫରଦା, କ୍ରାଲପୋରା, ତୁମନା, ହାଚିମାର୍ଗ ଚୌକିବଲ ଇତ୍ୟାଦି ଅଞ୍ଚଳଗୁଡିକ ଟାର୍ଗେଟ କରାଯାଇଥିଲା । ଏଥି ସହିତ ପାକିସ୍ତାନ କ୍ରମାଗତ ସାତଦିନ ଯାଏଁ ପୁଞ୍ଚରେ ଗୁଳି ବିନମୟ କରିଥିଲା।

ଶନିବାର ରାତି ପ୍ରାୟ ସାଢେ ୯ଟାରୁ ରବିବାର ସକାଳ ସାଢେ ୪ଟା ପର୍ଯ୍ୟନ୍ତ ପାକିସ୍ତାନୀ ସେନା ଆଇବିରେ ଥିବା ପପୁ ଚେକ୍ ପୋଷ୍ଟରୁ ଭାରତର ଚାନ୍ଦବାନ୍ ପୋଷ୍ଟ ଏବଂ ଆବାସିକ ଅଞ୍ଚଳରେ ଗୁଳି ବିନିମୟ କରିଥିଲେ । ଯାହାର ଜବାବ ରଖିଥିଲା ଭାରତୀୟ ସେନା ।

 

Latest Posts

Don't Miss