ନତମସ୍ତକ ହେଲା ସାରା ବିଶ୍ୱ: କରୋନା ମୁକାବିଲା ଦିଗରେ ଭାରତ ରୋଲ ମଡେଲ୍
1 min readନୂଆଦିଲ୍ଲୀ: ୯୦ ଦଶକ ବେଳର କଥାକୁ ଯଦି ମନେପକାଇବା ସେତେବେଳେ ସାରା ବିଶ୍ୱର ଭାରତ ପ୍ରତି ଏକ ଧାରଣା ଥିଲା ଯେ, ଭାରତର ଇନ୍ଫ୍ରାଷ୍ଟ୍ରକଚର ଯାହା ରହିଛି ତାହା ଅନୁଯାୟୀ ଭାରତ କୌଣସି ମହାମାରୀର ମୁକାବିଲା କରିପାରିନାହିଁ । କଲରା, ଟିଭି ହଇଜା ଭଳି ମାରାତ୍ମକ ରୋଗର ମୁକାବିଲା ଦିଗରେ ଭାରତର ପଦକ୍ଷେପ ବିଶ୍ୱବାସୀଙ୍କ ଏହି ଧାରଣାକୁ ଅଧିକ ଦୃଢ଼ିଭୂତ କରିଥିଲା ।
ଅପରପକ୍ଷରେ କରୋନା ଭାଇରସ ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଆମେରିକା । ୧୮୯୨ ମସିହାରେ କଲରା ବ୍ୟାପିଥିଲା । ସେତେବେଳେ ଆମେରିକା ସମସ୍ତ ପ୍ରବାସୀଙ୍କୁ କ୍ୱାରେଣ୍ଟାଇନ୍କୁ ପଠାଇଦେଇଥିଲା । ଆଜି ଏହା ଆମେରିକୀୟଙ୍କ ସହ ହେଉଛି । ଆମେରିକୀୟ ରାଷ୍ଟ୍ରପତିଙ୍କୁ ଭାରତକୁ ସହାଯ୍ୟ ମଗିବାକୁ ପଡ଼ୁଛି ।
କୋଭିଡ-୧୯ ଚିକିତ୍ସା ଦିଗରେ ସର୍ବାଧିକ ଉପଯୋଗି ସାବ୍ୟସ୍ତ ହୋଇଥିବା ହାଇଡ୍ରୋକ୍ସିକ୍ଳୋରକୁଇନ୍ ମାଗୁଛି ଆମେରିକା । ଅନ୍ୟ ବିକଶିତ ଦେଶ ମଧ୍ୟ ଏହି ଔଷଧ ପାଇଁ ଭାରତ ନିକଟରେ ହାତ ପତେଇବାକୁ ପଡ଼ିଛି । ଭାରତ ମଧ୍ୟ ଆମେରିକା ସମେତ ୧୩ଟି ଦେଶକୁ ହାଇଡ୍ରୋକ୍ସିକ୍ଳୋରକୁଇନ୍ ସପ୍ଳଇ ପାଇଁ ରାଜି ହୋଇଛି । ସେଗୁଡ଼ିକ ହେଲା ଆମେରିକା, ସ୍ପେନ୍, ଜର୍ମାନୀ, ବାହାରିନ୍, ବ୍ରାଜିଲ୍, ନେପାଳ, ଭୁଟାନ୍, ଆଫଗାନୀସ୍ତାନ, ମାଳଦ୍ୱୀପ, ବାଂଲାଦେଶ, ମରିସସ୍, ଡୋମିନିକାନ୍ ରିପବ୍ଳିକ୍ ଓ ସେଚେଲେସ୍ ।
ସମୟ ସବୁଠାରୁ ବଳବାନ । ଦିନ ଥିଲେ ଯେତେବେଳେ ଭାରତକୁ ସାପୁଆଙ୍କ ଦେଶ ବୋଲି କୁହାଯାଉଥିଲା । ଏଠାକାର ସଂସ୍କୃତି ଓ ସଭ୍ୟତାର ପାଶ୍ଚ୍ୟାତ ଦେଶ ଗୁଡ଼ିକରେ ଥଟ୍ଟା କରୁଥିଲେ । ଆଜି ସେହି ପାଶ୍ଚ୍ୟାତ ଦେଶ ଭାରତ ଆଗରେ ନତମସ୍ତକ ହୋଇଛନ୍ତି । ଆମର ଅଭିବାଦନ କରିବାର ପ୍ରକ୍ରିୟାକୁ ସାରା ବିଶ୍ୱ ଆଜି ଆପଣାଇଛନ୍ତି । ବ୍ରିଟେନ୍, ଇଜ୍ରାଏଲ୍ ଭଳି ନେତା ଖୋଲାଖୋଲି ଭାବେ ‘ନମସ୍କାର’ କରୁଛନ୍ତି । ହାତ ମିଳାଇବା ଦ୍ୱାରା ସଂକ୍ରମଣର ଆଶଙ୍କା ରହିଛି । ଏଣୁ ଏବେ ସମସ୍ତେ ନମସ୍କାର କରୁଛନ୍ତି ।
ଆମେରିକା ଓ ବ୍ରିଟେନ୍ ଉଭୟ ଦେଶ କୋଭିଡ-୧୯କୁ ଅତି ହାଲୁକା ଭାବେ ନେଇଥିଲେ । ଏଭଳି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଏହା କେବଳ ଅପପ୍ରଚାର । ଭାରତ ସମେତ ଏସିଆର ଅନେକ ଦେଶ ଲକ୍ଡାଉନ୍ ଆଡ଼କୁ ମୁହାଇଥିବାବେଳେ ପାଶ୍ଚ୍ୟାତ ଦେଶମାନଙ୍କରେ ବ୍ୟବସାୟ ଜାରି ରହିଥିଲା ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ମୁକାବିଲା ଦିଗରେ ଭାରତର ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଛି । କରୋନା ମୁକାବିଲା ଦିଗରେ ଭାରତର ନିଷ୍ପତ୍ତି ଏବଂ ତାକୁ ଗ୍ରାଉଣ୍ଡ ଲେବଲ୍ରେ କାର୍ଯ୍ୟକାରୀ କରାଇବା ଅନ୍ୟ ଦେଶମାନଙ୍କ ପାଇଁ ଉଦାହରଣ ପାଲଟିଛି । ଭାରତ ଲକ୍ଡାଉନ୍ର ସଠିକ୍ ସମୟରେ ଲାଗୁ କରିଛି ।