spot_img

Latest Posts

ଲକଡାଉନରେ ଅଟକି ରହିଛି ବୀମା ପଲିସିର ରିନ୍ୟୁଆଲ? ଏବେ କଣ କରିବେ ଜାଣନ୍ତୁ

ନୂଆଦିଲ୍ଲୀ: ଅଧିକାଂଶ ଲୋକେ ସ୍ୱାସ୍ଥ୍ୟ ବୀମା, ଜୀବନ ବୀମା କିମ୍ବା ଥାର୍ଡ ପାର୍ଟି ଯାନବାହନ ବୀମା ରିନ୍ୟୁ ହୋଇନପାରିଲେ ଭୟଭୀତ ହୁଅନ୍ତି । ତେବେ ଲକଡାଉନ୍ ସମୟରେ ଯଦି ଏହା ରିନ୍ୟୁ ହୋଇନାହିଁ ତାହେଲେ ଚିନ୍ତା କରିବା କରନ୍ତୁ ନାହିଁ । କାରଣ ଏବେ ସମସ୍ତେ ରିନ୍ୟୁ ପାଇଁ ଅଧିକ ସମୟ ପାଇବେ । ବୀମା ରିନ୍ୟୁ ସହ ଜଡିତ କିଛି ତଥ୍ୟ ଉପରେ ନଜର ପକାନ୍ତୁ ।

ବୀମା କମ୍ପାନୀମାନେ ସ୍ୱାସ୍ଥ୍ୟ ବୀମା ପଲିସିର ରିନ୍ୟୁ ତାରିଖକୁ ଏପ୍ରିଲ ମାସ ୨୧ତାରିଖକୁ ବୃଦ୍ଧି କରାଯାଇଛି । ଏନେଇ ଅର୍ଥ ମନ୍ତ୍ରାଣାଳୟ ଅଧୀନରେ ଆର୍ଥିକ ସେବା ବିଭାଗ ପକ୍ଷରୁ ଏପ୍ରିଲ ୧ ତାରିଖରେ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା।

ଯାହାର ସ୍ୱାସ୍ଥ୍ୟ ବୀମା ପଲିସିର ଅବଧି ମାର୍ଚ୍ଚ ୨୫ ତାରିଖରୁ ଏପ୍ରିଲ ୧୪ ତାରିଖ ମଧ୍ୟରେ ସରିବ ଏବଂ ଯେଉଁମାନେ କରୋନା ଭାଇରସ ମହାମାରୀ ଯୋଗୁଁ ରିନ୍ୟୁ କରିପାରିନାହାନ୍ତି, ସେମାନେ ଏପ୍ରିଲ ୨୧ତାରିଖ କିମ୍ବା ତା ପୂର୍ବରୁ ପ୍ରିମିୟମ ଦେଇପାରିବେ । ଜୀବନ ବୀମା ପଲିସି ଧାରକମାନଙ୍କୁ ପ୍ରିମିୟମ ଦେୟ ପାଇଁ ୩୦ଦିନର ଅଧିକ ସମୟ ଦିଆଯାଇଛି ।

ଥାର୍ଡ ପାର୍ଟି ଯାନ ବୀମା ପ୍ରିମିୟମ ଦେବାକୁ ଗାଡି ମାଲିକମାନଙ୍କୁ ଅଧିକ ସମୟ ଦିଆଯାଇଛି । ଏହି ସୂଚନା (ଆଇଆରଡିଏ) ର ଏକ ସର୍କୁଲାରରେ ଦିଆଯାଇଛି। ସର୍କୁଲାର ଅନୁସାରେ, ଦେଶରେ ଲକଡାଉନ୍ ପାଇଁ ପ୍ରିମିୟମ ଦେୟର ସମୟ ଏପ୍ରିଲ ୨୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏଥିପାଇଁ ଆଇଆରଡିଏ ସର୍କୁଲାରରେ କୌଣସି ଜରିମନା ଉଲ୍ଲେଖ କରାଯାଇ ନାହିଁ । ବୀମା ଧାରକମାନଙ୍କୁ ଏଥିପାଇଁ ଜରିମନା ଦେବାକୁ ପଡିବ ନାହିଁ ।

Latest Posts

Don't Miss