spot_img

Latest Posts

ସଙ୍କଟରେ ବିଶ୍ୱ…ଇଟାଲୀରୁ ଆମେରିକା ସବୁଠି କରୋନା ଆତଙ୍କ

ବିଶ୍ୱରେ କରୋନା ପ୍ରକୋପ ବଢିବାରେ ଲାଗିଛି । ଆମେରିକା, ଇଟାଲୀ, ସ୍ପେନରେ ଏବେ ସ୍ଥିତି ସଙ୍ଗୀନ ଥିବା ବେଳେ ସାରା ବିଶ୍ୱରେ ୮ ଲକ୍ଷ ୩୮ ହଜାର ୬୧ ଜଣଙ୍କୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆମେରିକାରେ ଲକ୍ଷେ ୭୦ ହଜାରରୁ ଅଧିକ ଆକ୍ରାନ୍ତ ହେଲେଣି । ଅପରପକ୍ଷରେ ଆମେରିକାରେ ମୃତ୍ୟୁ ସଂଖ୍ୟା ୩ ହଜାର ଟପିଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ୧୨ଟି ନୂଆ କେସ ସାମ୍ନାକୁ ଆସିଛି । ଆଗକୁ ଆମେରିକାରେ ସ୍ଥିତି ଆହୁରି ସଙ୍ଗୀନ ହେବ ବୋଲି ଆଶଙ୍କା କରାଯାଉଛି । ଇଟାଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଟପିଥିବା ବେଳେ ୧୨ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଇଟାଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ହଜାରେ ଲୋକଙ୍କ ମୃତ୍ୟୁ ହୋଇଛି । ସ୍ପେନରେ ମଧ୍ୟ କରୋନା ପ୍ରଭାବ ବଢ଼ିବାରେ ଲାଗିଛି । ସ୍ପେନରେ କୋରାନା ଭୂତାଣୁ ଯୋଗୁଁ ୮ ହଜାରରୁ ଅଧିକ ଲୋକଙ୍କ ପ୍ରାଣ ହରାଇଛନ୍ତି । ଏହା ସହ ଗୋଟିଏ ଦିନରେ ୬ ହଜାର ନୂଆ କେସ ସାମ୍ନାକୁ ଆସିଛି । ସେପଟେ ୟୁକେ, ଜର୍ମାନୀ ଓ ନେଦରଲାଣ୍ଡରେ ମଧ୍ୟ ସ୍ଥିତି ବିଗୁଡ଼ୁଛି । ୟୁକେରେ ୩ ହଜାର ମାମଲା ସାମ୍ନାକୁ ଆସିଛି ।

ଭାରତରେ ମଧ୍ୟରେ କରୋନା ସଂକଟ କମିନାହିଁ । ଭାରତରେ ୧୩ଶହ କରୋନାରେ ଆକ୍ରାନ୍ତ ଅଛନ୍ତି । ସବୁଠୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର । ଏଠାରେ ୨୦୦ ଲୋକେ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୦ ଜଣ ପ୍ରାଣ ହରାଇଲେଣି । ମହାରାଷ୍ଟ୍ର ପରେ କେରଳ, ୟୁପି, ଦିଲ୍ଲୀ ସମେତ ୨୦ରୁ ଅଧିକ ରାଜ୍ୟରେ କରୋନା ସଂକ୍ରମଣର ଭୟ ଦେଖିବାକୁ ମିଳିଛି । ଏବେ ୧୪୬ଟି ନୂଆ କରୋନା ପଜିଟିଭ କେସ ସାମ୍ନାକୁ ଆସିଛି । ଦେଶରେ ମହାମାରୀ ଦ୍ୱାରା ପ୍ରଭାବିତ ଲୋକଙ୍କ ସଂଖ୍ୟା ୧୩୯୭ ରେ ପହଞ୍ଚିଛି। ଗୋଟେ ଆଡେ ୧୨୩ ଜଣ ରୋଗୀ ଚିକିତ୍ସା ହୋଇ ଠିକ୍ ହୋଇଛନ୍ତି ତ ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ତିନିଜଣଙ୍କର ମୃତ୍ୟୁ ଘଟିଛି। ଏପର୍ଯ୍ୟନ୍ତ ୩୫ ଜଣଙ୍କର ମୃତ୍ୟୁ ହୋଇଛି। ଦିଲ୍ଲୀରେ ୨୪ ଘଣ୍ଟା ମଧ୍ୟରେ ୨୩ ଟି ନୂଆ ମାମଲା ରିପୋର୍ଟ ହୋଇଛି। ବର୍ତ୍ତମାନ ଦିଲ୍ଲୀରେ ରୋଗୀଙ୍କ ସଂଖ୍ୟା ୧୨୦କୁ ବୃଦ୍ଧି ପାଇଛି। ମଙ୍ଗଳବାର ଦିନ ବରେଲିରେ ପାଞ୍ଚ ଜଣଙ୍କ ସମେତ ଉତ୍ତରପ୍ରଦେଶରେ ୭ଜଣ କରୋନା ପଜିଟିଭ୍ ହୋଇଥିଲେ। ନୋଏଡାରେ ବର୍ତ୍ତମାନ ୩୯ ଟି ପଜିଟିଭ୍ କେସ ରହିଛି । ବରେଲିରେ ଗୋଟେ ପରିବାରର ପାଞ୍ଚ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି।

 

Latest Posts

Don't Miss