ପୁଣି ଖୋଲିଲା ଚୀନର ବଦନାମ ମିଟ୍ ମାର୍କେଟ୍,ଚାଲିଛି ସେଇ ପୁରୁଣା ବେପାର

1 min read

ନୂଆଦିଲ୍ଲୀ: ଚୀନ ସେଇ ବଜାରକୁ ପୁଣିଥରେ ଖୋଲିଛି ଯେଉଁଠୁ କୋରନା ପେସେଣ୍ଟ୍ ଜିରୋ ବାହାରିଥିଲା । ମାନେ ଯେଉଁଠୁ କୋରନାର ପ୍ରଥମ ଶିକାର ଆସିଥିଲେ । ଆମେ କହୁଛୁ ଉହାନର ବଦନାମ ମିଟ୍ ମାର୍କେଟ କଥା । ସେଇ ମାର୍କେଟ୍ ଯେଉଁଠି କୁକୁର,ବିଲେଇଙ୍କଠାରୁ କଙ୍କଡା ବିଛା ପର୍ଯ୍ୟନ୍ତ ସବୁକିଛି ମିଳିଥାଏ । କରୋନା ଭାଇରସ ଚୀନରେ ଆତଙ୍କ ଖେଳାଇବା ପରେ ବନ୍ଦ ହୋଇଯାଇଥିବା ମିଟ୍ ମାର୍କେଟକୁ ପୁଣି ଥରେ ଖୋଲିବା ପାଇଁ ଚୀନର କମ୍ୟୁନିଷ୍ଟ ସରକାର ଅନୁମତି ଦେଇଛନ୍ତି । ଚୀନ କହିବା ଅନୁସାରେ କରୋନା ଏବେ କଣ୍ଟ୍ରୋଲରେ ତେଣୁ ମିଟ୍ ମାର୍କେଟ ଖୋଲିବାକୁ ଅନୁମତି ଦିଆଗଲା ।

ଏହି ବଜାରରେ ପୁଣିଥରେ ଜୀବନ୍ତ ପ୍ରାଣୀ ବିକ୍ରି ହେଉଥିବା ନଜର ଆସିଛି । ସୂଚନା ଅନୁଯାୟୀ, ଏହି ଆମିଷ ମାର୍କେଟରେ ବିଲେଇ,କୁକୁର ଏବଂ ବାଦୁଡ଼ି ମାଂସ ବିକ୍ରି ହେବା ଆରମ୍ଭ ହୋଇଛି ।

ଏହି ମାର୍କେଟକୁ ଜାନୁଆରୀରେ ବନ୍ଦ କରିଥିଲା ଚୀନ । ତେବେ ବର୍ତ୍ତମାନ ଚୀନ କହିଛି ସେ ଏବେ କରୋନାକୁ ପରାସ୍ତ କରିଛି । ତେଣୁ ବଜାରରେ ପୂର୍ବପରି ପୁଣି ଥରେ ଏହି ବ୍ୟବସାୟକୁ ଆରମ୍ଭ କରାଯାଇଛି । ତେବେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହୋଇଛି ଯାହା ସେହି ମାର୍କେଟରେ ବିକ୍ରି ହେଉଥିବା ଜୀଅନ୍ତା କଙ୍କଡ଼ା ବିଛାର ।

ତେବେ, ଯଦିଓ ଚୀନ କହିଛି ଯେ ଏହା COVID-19କୁ ପରାସ୍ତ କରିଛି, ତଥାପି ସମଗ୍ର ବିଶ୍ୱ ସଂକ୍ରମଣ ଶିକାର ହେବାରେ ଲାଗିଛି । ଚୀନର ଏପରି ବୟାନ ତାକୁ ସନ୍ଦେହ ଘେରକୁ ଟାଣି ଆଣିଛି। କିନ୍ତୁ ବିଭିନ୍ନ ସମୀକ୍ଷାରୁ ଜଣାପଡ଼ୁଛି ଯେ, ଚୀନ୍ ବିଶ୍ୱକୁ କରୋନା ଭାଇରସକୁ ନେଇ ବହୁତ କିଛି ଲୁଚାଇବା ସହ ମିଛ କହିଛି ।

Leave a Reply