ବସ୍କୁ ଅପେକ୍ଷା କରିଥିଲେ ଶ୍ରମିକ, ପୋଲିସ୍ କଲା ସାନିଟାଇଜର ସ୍ପ୍ରେ
1 min readଦିଲ୍ଲୀରୁ ଫେରିଥିବା ଶ୍ରମିକ ମାନଙ୍କୁ ସାନିଟାଇଜରରେ ଗାଧୁଆ । କରୋନା ଭାଇରସ୍ ପାଇଁ ରାସ୍ତା ଉପରେ ବସାଇ ସାନିଟାଇଜର ସ୍ପ୍ରେ କଲା ଉତ୍ତରପ୍ରଦେଶର ଜିଲ୍ଲା ପ୍ରଶାସନ । ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏନେଇ ଜିଲ୍ଲା ପ୍ରଶାସନ ତାର ଦୋଷକୁ ସ୍ୱୀକାର କରିଛି।
ସାମାଜିକ ଦୂରତା ରକ୍ଷା କରିନଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଜିଲ୍ଲା ମାଜିଷ୍ଟ୍ରେଟ୍ କହିଛନ୍ତି । ବରେଲିର ଜିଲ୍ଲା ମାଜିଷ୍ଟ୍ରେଟ୍ କହିଛନ୍ତି । ଏହି ସ୍ପ୍ରେରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ସିଏମଓଙ୍କ ନିର୍ଦ୍ଦେଶରେ ଚିକିତ୍ସା କରାଯାଉଛି । ବରେଲି ମ୍ୟୁନିସିପାଲିଟି କର୍ପୋରେସନ୍ ଏବଂ ଫାୟାର ବ୍ରିଗେଡ୍ର ଟିମ୍ ବସ୍ ସାନିଟାଇଜ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସାମାଜିକ ଦୂରତା ରକ୍ଷା କରିନଥିବାରୁ ଯୋଗୁଁ ସେମାନେ ଏହା କରିଥିଲେ । ଯେଉଁ ମାନେ ଏହି ସ୍ପ୍ରେ କରିଛନ୍ତି ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।
इस वीडियो की पड़ताल की गई, प्रभावित लोगों का सीएमओ के निर्देशन में उपचार किया जा रहा है। बरेली नगर निगम एवं फायर ब्रिगेड की टीम को बसों को सैनेटाइज़ करने के निर्देश थे, पर अति सक्रियता के चलते उन्होंने ऐसा कर दिया। सम्बंधित के विरुद्ध कार्रवाई के निर्देश दिए गए हैं। https://t.co/y8TmuCNyu5
— DM Bareilly (@dmbareilly) March 30, 2020
ସୂଚନା ଅନୁଯାୟୀ ବରେଲିର ଏକ ବସ୍ ଷ୍ଟପରେ ଦିଲ୍ଲୀରୁ ଫେରୁଥିବା ଶ୍ରମିକମାନେ ବସକୁ ଅପେକ୍ଷା କରିଥିଲେ । ପୋଲିସ ସେଠାରେ ପହଞ୍ଚି ସମସ୍ତଙ୍କୁ ଏକ ଲାଇନରେ ବସାଇ ସୋଡିୟମ ହାଇପୋକ୍ଲୋରିଡ ସ୍ପ୍ରେ କରିଥିଲା । ଏହା ଫଳରେ କିଛି ଲୋକଙ୍କର ଆଖି ଲାଲ ହୋଇଗଲା ଏବଂ ଛୋଟ ପିଲା କାନ୍ଦିବାକୁ ଲାଗିଲେ ।