୧୦୧ ବର୍ଷ ପୂର୍ବେ ମହାମାରୀରେ ଜନ୍ମ ନେଇଥିଲେ, ବିଶ୍ୱ ଯୁଦ୍ଧ ଦେଖିଲେ ଓ ଏବେ କରୋନାକୁ ପରାସ୍ତ କଲେ…
ଇଟାଲୀରେ ୧୦୧ ବର୍ଷର ଜଣେ ବୃଦ୍ଧ କରୋନା ଭାଇରସକୁ ପରାସ୍ତ କରିଛନ୍ତି । ଏହି ବୃଦ୍ଧ ଜଣଙ୍କ ଭାଇରସ୍ ସଂକ୍ରମିତ ହେବା ପରେ ବହୁ ଚିନ୍ତିତ ହୋଇପଡ଼ିଥିଲେ କିନ୍ତୁ ଏବେ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଛନ୍ତି । ସେ ଦୁନିଆର ଦ୍ୱିତୀୟ ବୟସ୍କ ବ୍ୟକ୍ତି ଯିଏ କି କରୋନା ଭୂତାଣୁରୁ ଆରୋଗ୍ୟ ହୋଇଛନ୍ତି । ସେ ବୃଦ୍ଧ ଜଣଙ୍କ ତାଙ୍କ ଜୀବନରେ ବହୁତ କିଛି ଦେଖିଛନ୍ତି ଯାହା ଜଣେ ବ୍ୟକ୍ତି ଦେଖିବା ଅସମ୍ଭବ ।
କାରଣ ସେ ଯେତେବେଳେ ଜନ୍ମ ହୋଇଥିଲେ, ସେତେବେଳେ ବିଶ୍ୱରେ ସ୍ପେନିସ୍ ଫ୍ଲୁ ନାମକ ଏକ ଭୟଙ୍କର ରୋଗ ସାରା ବିଶ୍ୱରରେ ଆତଙ୍କ ସୃଷ୍ଟି କରିଥିଲା । ଏହି ଫ୍ଲୁରେ ସମୁଦାୟ ବିଶ୍ୱରେ ୫ କୋଟି ଲୋକଙ୍କର ମୃତ୍ୟୁ ହୋଇଥିଲା ।
ଆଉ ଏବେ କରୋନା ଭାଇରସ୍, ସାରା ବିଶ୍ୱକୁ ତା ଅଧିନରେ କରିବା ପରେ ଇଟାଲୀରେ ଏପର୍ଯ୍ୟନ୍ତ ୯୭,୬୮୯ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ବେଳେ ୧୦୭୭୯ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । କେବଳ ସେତିକି ନୁହେଁ ସ୍ପେନରେ ମଧ୍ୟ ସର୍ବାଧିକ ୬,୮୦୩ ଜଣଙ୍କର ମୃତ୍ୟୁ ହୋଇସାରିଲାଣି ।
ତେବେ ଆମେ ଯେଉଁ ବୃଦ୍ଧଙ୍କ କଥା କହୁଛୁ ତାଙ୍କ ନାଁ ହେଉଛି ପି । ସେ ୧୯୧୯ ମସିହାରେ ସ୍ପେନିସ୍ନ୍ ଫ୍ଲୁ ସମୟରେ ଜନ୍ମଗ୍ରହଣ କରିଥିଲେ। ବର୍ତ୍ତମାନ ସେ କରୋନା ଭାଇରସରୁ ସୁସ୍ଥ ହୋଇଛନ୍ତି ।
ଇଟାଲୀର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ ଦାବି କରିଛି ଯେ ୭୦ବର୍ଷରୁ ଅଧିକ ବୟସର ୮୭% ଲୋକଙ୍କ କରୋନାରେ ଆକ୍ରନ୍ତ ହୋଇ ପ୍ରାଣ ହରାଉଛନ୍ତି । ଏଭଳି ପରିସ୍ଥିତିରେ, ୧୦୧ ବର୍ଷର ବୃଦ୍ଧମାନେ ସୁସ୍ଥ ହେବା, ଏକ ଆଶ୍ଚର୍ଯ୍ୟଜନକ ଘଟଣା ।
ଏହି ବୃଦ୍ଧ ଜଣଙ୍କ ତାଙ୍କ ଜୀବନରେ ଅନେକ ଐତିହାସିକ ପରିବର୍ତ୍ତନକୁ ପାଖରୁ ଦେଖିଛନ୍ତି । ସେ ଦୁଇଟି ଯାକ ବିଶ୍ୱଯୁଦ୍ଧ ଦେଖିବା ସହ, ଭୋକ, ଯନ୍ତ୍ରଣା, ବିକାଶ, ଇତ୍ୟାଦିକୁ ମଧ୍ୟ ସାମ୍ନା କରିଛନ୍ତି । ତାଙ୍କ କହିବା ଅନୁସାରେ ପ୍ରଥମ ବିଶ୍ୱଯୁଦ୍ଧ ଅପେକ୍ଷା ସ୍ପେନୀସ୍ ଫ୍ଲୁରେ ତିନି ଗୁଣ ଅଧିକ ଲୋକ ମୃତ୍ୟୁ ବରଣ କରିଥିଲେ । ସେହି ସମୟରେ ହିଁ ସେ ଜନ୍ମ ନେଇଥିଲେ । ଏବେ କରୋନାର ଭୟାବହତା ସେ ଅନୁଭବ ମଧ୍ୟ କରିଛନ୍ତି ।
ତେବେ ତାଙ୍କ ପରି କରୋନା ଭାଇରସରୁ ଆରୋଗ୍ୟ ଲାଭ କରିଥିବା ବିଶ୍ୱର ପ୍ରଥମ ବୟସ୍କ ବ୍ୟକ୍ତି ହେଉଛନ୍ତି ୧୦୩ ବର୍ଷୀୟ ଝାଙ୍ଗ୍ ଗୁଆଙ୍ଗଫେନ୍ । ଝାଙ୍ଗ୍ ଚାଇନାର ହୁବେଇ ପ୍ରଦେଶର ଉହାନ ସହରର ବାସିନ୍ଦା । ଯେଉଁଠାରୁ କରୋନା ସାରା ବିଶ୍ୱରେ ବ୍ୟାପିଯାଇଛି ।