spot_img

Latest Posts

କମାଲ କରୁଛି ‘ରାମାଣୟ’, ବକ୍ସ ଅଫିସ କଲେକ୍ସନ୍ ୩୫୦ କୋଟି ପାର!

ନନ୍ଦିଘୋଷ ବ୍ୟୁରୋ: ବକ୍ସ ଅଫିସରେ କମାଲ କରୁଛି ସୁପରଷ୍ଟାର ରଣବୀର କପୁର ଓ ସାଇ ପଲ୍ଲବୀଙ୍କ ଷ୍ଟାରର ‘ରାମାଣୟ’ । ଫିଲ୍ମଟି ନଭେମ୍ବର ୫ ତାରିଖରେ ରିଲିଜ ହୋଇଥିଲା । ହାଇ ବଜେଟ୍ ରେ ନିର୍ମିତ ଏହି ଫିଲ୍ମକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି । ଫିଲ୍ମରେ ସାଉଥ ସୁପରଷ୍ଟାରଙ୍କ ରାବଣ ଭୂମିକାକୁ ବେଶ ପସନ୍ଦ କରୁଛନ୍ତି ଦର୍ଶକ । ୪ ହଜାର କୋଟି ଟଙ୍କାରେ ନିର୍ମିତ ‘ରାମାଣୟ’ ବକ୍ସ ଅଫିସରେ କେତେ ରୋଜଗାର କଲାଣି ଆସନ୍ତୁ ଜାଣିବା ।

ରିଲିଜର ପ୍ରଥମ ଦିନରେ ‘ରାମାଣୟ’ ଭାରତରେ ୬୪.୮୫ କୋଟି ଟଙ୍କା ନେଟ୍ ଆୟ କରିଥିବା ବେଳେ ଦ୍ୱିତୀୟ ଦିନରେ ଏହା ୪୮.୦୫ କୋଟିକୁ ଖସିଥିଲା । ହେଲେ ତୃତୀୟ ଦିନ ଅର୍ଥାତ୍ ଶନିବାର ଜବରଦସ୍ତ କମ୍‌ବ୍ୟାକ୍ କରି ଫିଲ୍ମ ୬୯.୮୦ କୋଟି ଟଙ୍କା ନେଟ୍ କଲେକ୍ସନ୍ କରିଛି । ଶୁକ୍ରବାର ତୁଳନାରେ ଆୟରେ ୪୫.୩ ପ୍ରତିଶତ ବୃଦ୍ଧି ହୋଇଛି । ଏହା ସହ ରିଲିଜର ୩ ଦିନ ପରେ ଦେଶରେ ମୋଟ କଲେକ୍ସନ୍ ୧୮୨.୭୦ କୋଟିରେ ପହଞ୍ଚିଛି । ଫିଲ୍ମର ହିନ୍ଦୀ ଭର୍ସନ୍ ସବୁଠାରୁ ଅଧିକ ଆୟ କରିଛି । ଶନିବାର ହିନ୍ଦୀ ଭର୍ସନ୍ ରୁ ୫୩ କୋଟି ଟଙ୍କା ଆସିଥିବା ବେଳେ ତିନି ଦିନର ମୋଟ ଆୟ ୧୩୬ କୋଟି ଟଙ୍କା ହୋଇଛି । ସେହିପରି ତେଲୁଗୁ ଭାଷାରୁ ୬ କୋଟି, ତାମିଲରୁ ୨.୫୦ କୋଟି, ମାଲାୟଲମ୍‌ରୁ ୨ କୋଟି ଓ କନ୍ନଡ଼ରୁ ୬.୩୦ କୋଟି ଟଙ୍କା ଆୟ ହୋଇଛି ।

ସେପଟେ ୱାଲର୍ଡ଼ ୱାଇଡ଼ ମଧ୍ୟ ଫିଲ୍ମଟି ଜବରଦସ୍ତ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି । ରିଲିଜର ତୃତୀୟ ଦିନରେ ବିଦେଶରୁ ପ୍ରାୟ ୬୦ କୋଟି ଟଙ୍କା ଗ୍ରସ୍ ଆୟ ହୋଇଥିବା ବେଳେ ୩ ଦିନର ମୋଟ ୱାଲର୍ଡ଼ ୱାଇଡ଼ କଲେକ୍ସନ୍ ୧୫୭.୨୫ କୋଟି ଟଙ୍କାରେ ପହଞ୍ଚିଛି । ବିଦେଶ ଓ ଭାରତ ଆୟକୁ ମିଶାଇ, “ରାମାୟଣ” ୩ ଦିନରେ ସାରା ବିଶ୍ୱରେ ୩୭୫.୫୦ କୋଟି ରୋଜଗାର କରିଛି। ଏଥି ସହ ଫିଲ୍ମ ୩୫୦ କୋଟିର ମାଇଲଖୁଣ୍ଟ ଅତିକ୍ରମ କରିଛି । ଭବିଷ୍ୟତରେ ଏହି ଫିଲ୍ମଟି ଆହୁରି ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି।

ଫିଲ୍ମରେ ରଣବୀର କପୁର ଶ୍ରୀରାମ, ସାଇ ପଲ୍ଲବୀ ମାତା ସୀତା ଓ ୟଶ ରାବଣ ଭୂମିକାରେ ନଜର ଆସିଛନ୍ତି । ସେହିପରି ସନ୍ନି ଦେଓଲ ହନୁମାନ ଓ ରବି ଦୁବେ ଲକ୍ଷ୍ମଣଙ୍କ ଚରିତ୍ରରେ ଅଭିନୟ କରିଛନ୍ତି । ଏ.ଆର୍. ରହମାନ ଓ ହାନ୍ସ ଜିମର୍ ଫିଲ୍ମର ସଙ୍ଗୀତ ଦାୟିତ୍ୱରେ ଅଛନ୍ତି ।

 

 

Latest Posts

Don't Miss