spot_img

Latest Posts

ଚାକିରି ଓ ଦରମା ପାଇଁ ଲାଞ୍ଚ! ଭିଜିଲାନ୍ସ ହାତରେ ITI ଅଧ୍ୟକ୍ଷ

ବଲାଙ୍ଗୀର : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବଲାଙ୍ଗୀର ସରକାରୀ ଆଇଟିଆଇର ପ୍ରିନ୍ସିପାଲ୍ ସୁରେଶ କୁମାର ଦଳବେହେରା I ଆଇଟିଆଇରେ କାମ କରୁଥିବା ଗେଷ୍ଟ ଇନଷ୍ଟ୍ରକ୍ଟରମାନଙ୍କ ଚାକିରି ଜାରି ରଖିବା ସହ ନିୟମିତ ଦରମା ପ୍ରଦାନ ପାଇଁ ପ୍ରିନ୍ସିପାଲ ଲାଞ୍ଚ ମାଗିଥିଲେ। ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ କାବୁ କରିଥିଲା । ପ୍ରିନ୍ସିପାଲ୍ ୯ ଜଣ ଗେଷ୍ଟ ଇନଷ୍ଟ୍ରକ୍ଟରଙ୍କଠାରୁ ମୋଟ ୧ ଲକ୍ଷ ୧୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଟଙ୍କା ନଦେଲେ ଚାକିରିରୁ ବାହାର କରିଦେବା ସହ ଦରମା ବନ୍ଦ କରିଦେବାକୁ ଧମକ ଦେଇଥିଲେ । ଏଥିରେ ଅତିଷ୍ଠ ହୋଇ ଗେଷ୍ଟ ଇନଷ୍ଟ୍ରକ୍ଟରମାନେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଭିଜିଲାନ୍ସର ଯୋଜନା ମୁତାବକ ବଲାଙ୍ଗୀର ରେଳ ଷ୍ଟେସନ ନିକଟରେ ପ୍ରଥମ କିସ୍ତି ବାବଦକୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ ରେଡ୍‌ହାଣ୍ଡେଡ୍ କାବୁ କରିଥିଲା । ୩୦ ହଜାର ଟଙ୍କା ଜବତ କରାଯାଇଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ଚାଲିଛି। ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି । ସମ୍ବଲପୁର ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି।

Latest Posts

Don't Miss