spot_img

Latest Posts

ଦିଲ୍ଳୀରେ ପ୍ରଦୂଷଣର ପ୍ରକୋପ: AQI 367 ପାର୍, କୃତ୍ରିମ ବର୍ଷା ଓ ସବୁଜ ବାଣକୁ ସୁପ୍ରିମକୋର୍ଟଙ୍କ ଅନୁମତି

ନନ୍ଦିଘୋଷ ବ୍ୟୁରୋ : ଦିଲ୍ଳୀରେ ବାୟୁ ପ୍ରଦୂଷଣର ସଂକଟ ଜନକ ସ୍ଥିତି । AQI 367 ଟପିଲା, କ୍ଲାଉଡ୍ ସିଡିଂ ସହ ସବୁଜ ବାଣକୁ ମିଳିଲା ସୁପ୍ରିମକାେର୍ଟଙ୍କ ଅନୁମତି ।

ଦିଲ୍ଳୀରେ-ଏନସିଆର ରେ ବାୟୁ ଗୁଣବତ୍ତା ଅତି ଭୟଙ୍କର ସ୍ତରରେ ପହଞ୍ଚିଛି । ସାମଗ୍ରିକ AQI 367 ରେକର୍ଡ ହୋଥିବା ବେଳେ ଜାହାଙ୍ଗୀରପୁରୀରେ ଏହା ସର୍ବାଧିକ ୪୫୯ ଏବଂ ଆଇଆଇଟି ଦିଲ୍ଳୀ ଓ ପଞ୍ଜାବୀ ବାଗରେ ୪୪୫ ରେ ପହଞ୍ଚିଛି । PM2.5 ର ମାତ୍ରା ବୃଦ୍ଧି ହେତୁ ସାଧାରଣ ଲୋକ ଶ୍ୱାସକ୍ରିୟା ଜନିତ ସମସ୍ୟାରେ ଆକ୍ରାନ୍ତ ହେଉଛନ୍ତି। ଇଣ୍ଡିଆ ଗେଟ୍ ଭଳି ସ୍ଥାନ ବି ଧୂଆଁର ଆସ୍ତରଣ ତଳେ ଲୁଚିଯାଇଛି।

କୃତ୍ରିମ ବର୍ଷା  କେମିତି ହୁଏ?

ପ୍ରଦୂଷଣ କମାଇବା ପାଇଁ ସରକାର ଗତ ୧୫ ଦିନ ମଧ୍ୟରେ ୨ଟି କୃତ୍ରିମ ବର୍ଷା ପରୀକ୍ଷଣ କରିଛନ୍ତି। ଏହି ପ୍ରକ୍ରିୟାରେ ସିଲଭର ଆୟୋଡାଇଡ୍ କିମ୍ବା ଶୁଖିଲା ବରଫକୁ ବିମାନ ସାହାଯ୍ୟରେ ମେଘ ଭିତରେ ଛିଞ୍ଚାଯାଏ, ଯାହାଦ୍ୱାରା ଜଳକଣାଗୁଡ଼ିକ ଏକାଠି ହୋଇ ବର୍ଷା ସୃଷ୍ଟି କରନ୍ତି। ଚଳିତ ବର୍ଷ ପ୍ରାୟ ୩୦,୦୦୦ ମିଟର ଉଚ୍ଚତାରେ ଏହି ପରୀକ୍ଷା କରାଯାଇଛି।

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି:
ଦୀପାବଳି ପାଇଁ ଦିଲ୍ଲୀ-ଏନସିଆରରେ ନଭେମ୍ବର ୭ ଓ ୮ ତାରିଖରେ ‘ସବୁଜ ବାଣ’ ଫୁଟାଇବାକୁ ସୁପ୍ରିମକୋର୍ଟ ସ୍ୱତନ୍ତ୍ର ଅନୁମତି ଦେଇଛନ୍ତି। ତେବେ ନଭେମ୍ବର ୯ ତାରିଖରୁ ପୁଣିଥରେ ସମ୍ପୂର୍ଣ୍ଣ କଟକଣା ଲାଗୁ ହେବ।

Latest Posts

Don't Miss