ନନ୍ଦିଘୋଷ ବିୁରୋ: ସୁଉଚ୍ଚ ତୋରଣ ଓ ନାଲିନେଳି ଆଲୋକମାଳରେ ଝଲସୁଛି ରାସ୍ତାଘାଟ । ଧରାପୃଷ୍ଠରେ ଚାଲିଛି ଧନଦାତ୍ରୀଙ୍କ ଆରାଧନା । ଘଣ୍ଟଘଣ୍ଟା ସାଙ୍ଗକୁ ମନ୍ତ୍ରଧ୍ଵନିରେ ମୁଖରିତ ହେଉଛି ପୂରା ପରିବେଶ । ଗଜଲକ୍ଷ୍ମୀପୂଜା ପାଇଁ ଉତ୍ସବମୁଖର ହୋଇଉଠିଛି ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ । ପ୍ରାୟ ୨୦ରୁ ଉର୍ଦ୍ଧ୍ଵ ପେଣ୍ଡାଲରେ ପୂଜା ପାଉଛନ୍ତି ମାଆ । ଆକର୍ଷଣୀୟ ତୋରଣ ସାଙ୍ଗକୁ ମେଳା ବୁଲିବାକୁ ଲାଗୁଛି ଲୋକଙ୍କ ଭିଡ଼ ।
ଲୋକଙ୍କ ମନୋରଞ୍ଜନ ପାଇଁ ସଂଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି । ବିଭିନ୍ନ ପ୍ରକାର ଷ୍ଟଲ ସାଙ୍ଗକୁ ମୀନାବଜାର ପଡ଼ିଛି । ଝିଅବୋହୂ ମାନେ ଘରକରଣା ସାମଗ୍ରୀ କିଣିନେବା ସହ ଚଟପଟା ଖାଦ୍ୟର ମଜା ନେଉଛନ୍ତି । ଛୋଟ ପିଲା ମାନେ ମଧ୍ୟ ଦୋଳି ଖେଳି ଯାତ୍ରାର ମଜା ଉଠାଉଥିବା ଦେଖିବାକୁ ମିଳୁଛି ।

