spot_img

Latest Posts

୭ ୟୁରୋପିଆନ ଦେଶର ସୁପର ମାର୍କେଟ ଉପରେ ସାଇବର ଆଟାକ୍, ୭୦ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିଗଲା ଫ୍ରିଜର ଓ ଫ୍ରିଜର ତାପମାତ୍ରା

୭ ୟୁରୋପିଆନ ଦେଶର ସୁପର ମାର୍କେଟ ଉପରେ ସାଇବର ଆଟାକ୍, ୭୦ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିଗଲା ଫ୍ରିଜର ଓ ଫ୍ରିଜର ତାପମାତ୍ରା

ନନ୍ଦିଘୋଷ ବ୍ୟୁରୋ: ହ୍ୟାକରଙ୍କ ଟାର୍ଗେଟରେ ୟୁରୋପ । ୭ ଦେଶର ସୁପରମାର୍କେଟରେ ଥିବା ଫ୍ରିଜ ଓ ଫ୍ରିଜର୍ ଉପରେ ସାଇବର ଆଟାକ୍ । ଅନଲାଇନ ସିଷ୍ଟମରେ ହ୍ୟାକର ସିନ୍ଧ ଲଗାଇ ବଢ଼ାଇ ଦେଲା ଫ୍ରିଜ୍ ଓ ଫ୍ରିଜରର ତାପମାତ୍ରା । ଫଳରେ ଏଥିରେ ଥିବା ଖାଦ୍ୟ ସାମଗ୍ରୀ ହୋଇଗଲା ନଷ୍ଟ । ବେଲଜିୟମ, ସ୍ବିଡେନ, ନେଦରଲାଣ୍ଡ, ଏଷ୍ଟୋନିଆ, ଲକ୍ସେମବର୍ଗ, ଫିନଲାଣ୍ଡ ଓ ଆୟରଲାଣ୍ଡର ସୁପର ମାର୍କେଟ ଉପରେ ହୋଇଛି ଏହି ସାଇବର ଆଟାକ୍ । ଏପରିକି ବେଲଜିୟମର କିଛି ଷ୍ଟାରରେ ଫ୍ରିଜର ତାପମାତ୍ରା ୭୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ପହଁଚି ଯାଇଥିଲା । ରବିବାର ରାତିରୁ ସୋମବାର ସକାଳ ମଧ୍ୟରେ ଏହି ସାଇବର ଆଟାକ ହୋଇଥିବା ୟୁରୋ ନ୍ୟୁଜ୍ ପକ୍ଷରୁ କୁହାଯାଇଛି ।

କୌଣସି ହ୍ୟାକର ଗ୍ରୁପ୍ ଏନେଇ ନିଜ ଉପରେ ଦାୟିତ୍ବ ନେଇନାହାନ୍ତି । ହେଲେ, ଏହାକୁ ନେଇ ଚିନ୍ତା କରିବା ଭଳି ସ୍ଥିତି ଉପୁଜିଛି । କାରଣ ଗତମାସ ଫ୍ରାନ୍ସରେ ହୋଇଥିବା ସାଇବର ଆଟାକ ପଛର କାରଣ ଜଣାପଡ଼ି ନଥିବା ବେଳେ ୟୁରୋପର ୭ ଦେଶର ସୁପର ମାର୍କେଟ ଉପରେ ସାଇବର ଆକ୍ରମଣ ଚିନ୍ତା ବଢ଼ାଇ ଦେଇଛି ।

ବେଲଜିୟମରେ ଲକ୍ଷ ଲକ୍ଷ ୟୁରୋର ଖାଦ୍ୟ ଖରାପ

ବେଲଜିୟମରେ ଏକାଧିକ ଫ୍ରିଜର ତାପମାତ୍ରା ୭୦ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ଫଳରେ ଦୋକାନରେ ଥିପା ଲକ୍ଷ ଲକ୍ଷ ୟୁରୋର ଖାଦ୍ୟ ସାମଗ୍ରୀ ନଷ୍ଟ ହୋଇଯାଇଥିଲା । ରିପୋର୍ଟ ଅନୁସାରେ ହେଲହାଇଜର ୪୦, କେରିଫୋରର ଓ ଇଣ୍ଟରମାର୍ଶର ୧୫ ଲେଖାଏଁ, ସ୍ପାରରେ ୫ ଷ୍ଟୋର ଏହାଦ୍ବାରା ପ୍ରଭାବିତ ହୋଇଛନ୍ତି । ଏହାସହ ଏକ ମାଂସ କମ୍ପାନୀ ଏବଂ aନ୍ସ ସହର ପାଖରେ ଥିବା ଏକ ଆଇକିଆ ଷ୍ଟୋରର ଫ୍ରିଜ୍ ସିଷ୍ଟମ ଉପରେ ମଧ୍ୟ ସାଇବର ଆଟାକ୍ ହୋଇଥିଲା ।

ବେଲଜିୟମର ସାଇବର ସିକ୍ୟୁରିଟଇ ସିଷ୍ଟମ ଏହାକୁ ସ୍ପଷ୍ଟ କରିଛି । ଡେଲହାଇଜ ପ୍ରବକ୍ତା କହିଛନ୍ତି, ଷ୍ଟୋରର ଫ୍ରିଜ୍ ସିଷ୍ଟମରେ ସମସ୍ୟା ଦେଖାଦେଇଥିଲା । କମ୍ପାନୀ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା ।

ଆୟରଲାଣ୍ଡର ୧୩ ଷ୍ଟୋରରେ ଫ୍ରିଜ୍ ବନ୍ଦ

ଆୟରଲାଣ୍ଡର ସୁପର ମାର୍କେଟ ଚେନ୍ ସୁପରଭ୍ୟାଲୁର ୨୨୩ ଷ୍ଟୋରରୁ ୧୩ ଫ୍ରିଜର ସିଷ୍ଟମ ଉପରେ ସାଇବର ଆଟାକ ହୋଇଛି । ଏଥିରେ ଥିବା ଖାଦ୍ୟ ନଷ୍ଟ ହୋଇଯାଇଥିବାରୁ କମ୍ପାନୀ ଏହାକୁ ହଯାଇ ଦେଇଛି ।

ସ୍ବିଡେନର ଆଇସିଏ ଓ କୂପ ସୁପର ମାର୍କେଟର ଷ୍ଟୋର ଏହାଦ୍ବାରା ପ୍ରଭାବିତ ହୋଇଛି । ଏଠାରେ ରାତିରେ ଫ୍ରିଜରର ତାପମାତ୍ରା ହଠାତ ବଢ଼ିଯାଇଥିଲା । ଷ୍ଟକହୋମର ଏକ ଆଇସିଏ ଷ୍ଟୋର ମ୍ୟାନେଜର କହିଛନ୍ତି, ଏହି ସାଇବର ଆଟାକ୍ ରାତି ପ୍ରାୟ ୨ଟାରେ ହୋଇଥିଲା । ସକାଳ ପ୍ରାୟ ସାଢ଼େ ୫ଟାରେ ଏ ସମ୍ପର୍କରେ ଜଣାପଡିଥିଲା । ସେତେବଳକୁ ଷ୍ଟୋରର ସମସ୍ତ ଫ୍ରିଜରର ତାପମାତ୍ରା ୫୦ ଡିଗ୍ରୀ ପର୍ଯ୍ୟନ୍ତ ଚାଲିଯାଇଥିଲା ଓ ଏଥିରେ ଥିବା ଖାଦ୍ୟ ପଦାର୍ଥ ନଷ୍ଟ ହୋଇଯାଇଥିଲା । ସେହିପରି କୂପର ୬ଟି ଷ୍ଟୋରରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା ।

ନେଦରଲାଣ୍ଡର ୧୭ଟି କମ୍ପାନୀଙ୍କ ସିଷ୍ଟମ ଉପରେ ସାଇବର ଆଟାକ୍

ଏଷ୍ଟୋନିଆରେ ସେଲଭର ସୁପରମାର୍କେଟର ଏକ ଷ୍ଟୋର ମଧ୍ୟ ପ୍ରଭାବିତ ହୋଇଛି । ଏଠାରେ ଫ୍ରିଜର ତାପମାତ୍ରା ୫୦ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ି ଯାଇଥିଲା । ସେହିପରି ନେଦରଲାଣ୍ଡରେ ପ୍ରାୟ ୧୭ଟି କମ୍ପାନୀର ଫ୍ରିଜ ଓ ଫ୍ରିଜରକୁ ଟାର୍ଗେଟ କରାଯାଇଛି । ତେବେ ଏହି କମ୍ପାନୀଗୁଡିକର ନାଁ ସାର୍ବଜନୀନ କରାଯାଇନାହିଁ । ଲକ୍ସେମବର୍ଗରେ ଡେଲହାଇଜ ସୁରକ୍ଷା କାରଣରୁ ନିଜର ଅର୍ଡର ସିଷ୍ଟମକୁ ବନ୍ଦ କରିଦେଇଥିଲା । ଫିନଲାଣ୍ଡ ମିଡିଆ ଅନୁସାରେ ସେଠାରେ କେ-ଗ୍ରୁପ୍ ସୁପର ମାର୍କେଟ ମଧ୍ୟ ପ୍ରଭାବିତ ହୋଇଛି ।

ଫ୍ରିଜକୁ ଡିଫ୍ରୋଷ୍ଟ ମୋଡରେ ପକାଇ ବଢ଼ାଯାଇଛି ତାପମାତ୍ରା

ବେଲଜିୟମ କମ୍ପାନୀ ସବକୋବେଲ ସିଇଓ ଷ୍ଟିଫେନ୍ ମୋଏଲାନ୍ସଙ୍କ ଅନୁସାରେ ଫ୍ରାନ୍ସ ସାଇବର ଆଟାକ ପରି ଏଠାରେ ମଧ୍ୟ ଟାର୍ଗେଟ କରାଯାଇଛି । ହ୍ୟାକର ଫ୍ରିଜର କୁଲିଂ ୟୁନିଟକୁ ଡିଫ୍ରୋଷ୍ଟ ମୋଡରେ ପକାଇ ଦେଇଥିଲା । ଫଳରେ ଫ୍ରିଜରେ ଥିବା ବରଫ ତରଳି ଯାଇ ତାପମାତ୍ରା ବଢ଼ି ଯାଇଥିଲା । କେବଳ ସଫ୍ଟଓ୍ବେର ଟିକ୍ କରିଦେଲେ ଏହି ସମସ୍ୟାର ସାମଧାନ ହୋଇପାରିବନି ବୋଲି ମୋଏଲାନ୍ସ କହିଛନ୍ତି । ଏହାକୁ ସମ୍ପୂର୍ଣ୍ଣ ଠିକ କରିବାକୁ ଫ୍ରିଜରେ କିଛି ପରିବର୍ତ୍ତନ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି ।

କୌଣସି ହ୍ୟାକର ଗ୍ରୁପନ ନେଇ ନାହାନ୍ତି ଦାୟିତ୍ବ

ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା କୌଣସି ହ୍ୟାକର ଗ୍ରୁପ୍ ଏଥିପାଇଁ ନିଜକୁ ଦାୟୀ କରିନାହାନ୍ତି । ଗତମାସ ଫ୍ରାନ୍ସ ଉପରେ ହୋଇଥିବା ସାଇବର ଆକ୍ରମଣ କିଏ କରିଥିଲେ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନି ।

Latest Posts

Don't Miss