spot_img

Latest Posts

କରୱା ଚୌଥରେ ଅମାନବୀୟ କାଣ୍ଡ, ସ୍ତ୍ରୀଙ୍କୁ ୧୫୦ରୁ ଅଧିକ ଥର କଇଁଚିରେ ଆକ୍ରମଣ, ସ୍ୱାମୀ ଗିରଫ

ନନ୍ଦିଘୋଷ ବ୍ୟୁରୋ: କରୱା ଚୌଥ ଅବସରରେ ବିହାରର ଆରାହରେ ଘଟିଛି ଏକ ଅଭାବନୀୟ ଘଟଣା। ମୋବାଇଲ୍ ଫୋନ୍ ଓ ଟଙ୍କାକୁ ନେଇ ବିବାଦରୁ ସ୍ୱାମୀ ଜଣକ ନିଜ ସ୍ତ୍ରୀଙ୍କୁ କଇଁଚିରେ ୧୫୦ରୁ ଅଧିକ ଥର ଆକ୍ରମଣ କରିଛନ୍ତି। ଗୁରୁତର ଆହତ ମହିଳାଙ୍କୁ ତିନି ଘଣ୍ଟାର ଅସ୍ତ୍ରୋପଚାର ଓ ପ୍ରାୟ ୧୫୦ଟି ସିଲେଇ ପରେ ଡାକ୍ତରମାନେ ବଞ୍ଚାଇଛନ୍ତି।

 

ସୂଚନା ଅନୁଯାୟୀ, ଆରାହର ବାଡି ମାଠିଆ ଅଞ୍ଚଳରେ ଭଡ଼ା ଘରେ ରହୁଥିବା ୨୬ ବର୍ଷୀୟା ରାଖୀ କୁମାରୀଙ୍କୁ ତାଙ୍କ ସ୍ୱାମୀ ପଙ୍କଜ କୁମାର ଠାକୁର ଆକ୍ରମଣ କରିଥିଲେ। ରାଖୀଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଫୋନ୍ପେ ଆକାଉଣ୍ଟରୁ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ହଡ଼ପ କରିଥିବା ନେଇ ସ୍ୱାମୀ ମିଥ୍ୟା ଅଭିଯୋଗ କରିଥିଲେ। ଏହାକୁ ନେଇ ବିବାଦ ବଢ଼ିବାରୁ ସେ ଧାରୁଆ କଇଁଚିରେ ରାଖୀଙ୍କ ମୁହଁ, ବେକ, ପିଠି ଓ ହାତକୁ ବାରମ୍ବାର ଆକ୍ରମଣ କରିଥିଲେ।

ଚିକିତ୍ସକ ଡାକ୍ତର ବିକାଶ ସିଂହଙ୍କ ସୂଚନା ଅନୁଯାୟୀ, ମହିଳାଙ୍କ ଶରୀରରେ ୧୫୦ରୁ ଅଧିକ ଗୁରୁତର କ୍ଷତ ହୋଇଥିଲା। ତିନି ଘଣ୍ଟାର ଅସ୍ତ୍ରୋପଚାର ପରେ ପ୍ରାୟ ୧୫୦ଟି ସିଲେଇ କରାଯାଇଛି। ତାଙ୍କୁ ୭୨ ଘଣ୍ଟା ପର୍ଯ୍ୟବେକ୍ଷଣରେ ରଖାଯାଇଛି।

ଅନ୍ୟପକ୍ଷରେ, ପୀଡ଼ିତାଙ୍କ ବାପା ମନୋଜ ଠାକୁରଙ୍କ କହିବା ଅନୁଯାୟୀ, ୨୦୧୯ରେ ବିବାହ ପରଠାରୁ ଅଭିଯୁକ୍ତ ସ୍ୱାମୀ ମଦ୍ୟପାନ କରି ଝିଅକୁ ମାଡ଼ ମାରୁଥିଲେ। ଏନେଇ ପୂର୍ବରୁ ଅନେକଥର ସାମାଜିକ ସ୍ତରରେ ବୈଠକ ମଧ୍ୟ ହୋଇଥିଲା। ଏହି ଘଟଣାରେ ପୋଲିସ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ସ୍ୱାମୀ ପଙ୍କଜ କୁମାର ଠାକୁରଙ୍କୁ ଗିରଫ କରିଛି। ଆକ୍ରମଣରେ ବ୍ୟବହୃତ କଇଁଚି ଜବତ କରିବା ସହ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

Latest Posts

Don't Miss