ଭିଜିଲାନ୍ସ ଜାଲରେ ସୁପରିଟେଣ୍ଡିଂ ଇଞ୍ଜିନିୟର
ନନ୍ଦିଘୋଷ ବ୍ୟୁରୋ: ଭିଜିଲାନ୍ସ ଜାଲରେ କଟକ ମହାନଦୀ ଉତ୍ତର ଡିଭିଜନର ସୁପରିଟେଣ୍ଡିଂ ଇଞ୍ଜିନିୟର ପ୍ରସନ୍ନ ଜିତ ଦାସ । ୨୧ ଲକ୍ଷ ୮୮ ହଜାର ୬୨୦ ଟଙ୍କା ନଗଦ ଜବତ କଲା ଭିଜିଲାନ୍ସ । ଶୁକ୍ରବାର ବିଳମ୍ବିତ ରାତିରେ ଏଜି ଛକ ନିକଟରେ ଚଢ଼ଉ କରି ନଗଦ ୭ ଲକ୍ଷ ୨୮ ହଜାର ୬୨୦ ଟଙ୍କା ଓ ପରେ ଭୁବନେଶ୍ୱରସ୍ଥିତ ଏକ ଭଡ଼ା ଘରେ ଚଢ଼ଉ କରି ୧୪ ଲକ୍ଷ ୬୦ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ ।
ସୂଚନା ଅନୁଯାୟୀ, ସୁପରିଟେଣ୍ଡିଂ ଇଞ୍ଜିନିୟର ପ୍ରସନ୍ନ ଜିତ ଦାସ ବିଭିନ୍ନ ଠିକାଦାରଙ୍କଠାରୁ ଲାଞ୍ଚ ନେଉଥିବା ନେଇ ଭିଜିଲାନ୍ସକୁ ସୂଚନା ମିଳିଥିଲା । ଏହି ସୂଚନା ଆଧାରରେ ଗତକାଲି ବିଳମ୍ବିତ ରାତିରେ ସୁପରିଟେଣ୍ଡିଂ ଇଞ୍ଜିନିୟର ପ୍ରସନ୍ନଜିତ ଦାସଙ୍କୁ ଏଜି ଛକ ନିକଟରେ ଅଟକାଇଥିଲା ଭିଜିଲାନ୍ସ । ଗାଡ଼ିରେ ଯାଉଥିବା ବେଳେ ତାଙ୍କ ନିକଟରୁ ୭ ଲକ୍ଷ ୨୮ ହଜାର ୬୨୦ ଟଙ୍କା ଜବତ କରାଯାଇଥିଲା । ଏହାପରେ ଶନିବାର ସକାଳୁ ଭୁବନେଶ୍ୱର ଘାଟିକିଆ ସ୍ଥିତ ଟ୍ରାଇଡ଼େଣ୍ଟ ଗାଲାକ୍ସିର ଡ଼ି-୪୦୧ ନମ୍ବର ଭଡ଼ା ଫ୍ଲାଟ୍ ଓ ବରଗଡ଼ସ୍ଥିତ ତାଙ୍କ ପୈତୃକ ଘରେ ଏକକାଳୀନ ଚଢ଼ଉ କରାଯାଇଥିଲା । ଫ୍ଲାଟ୍ରେ ଛାନଭିନ୍ ସମୟରେ ଆଉ ୧୪ ଲକ୍ଷ ୬୦ ହଜାର ଟଙ୍କା ଜବତ କରାଯାଇଥିଲା । ମୋଟ ୨୧ ଲକ୍ଷ ୮୮ ହଜାର ୬୨୦ ଟଙ୍କାର ହିସାବ ସନ୍ତୋଷଜନକ ଭାବେ ଦେଇ ନପାରିବାରୁ ଭିଜିଲାନ୍ସ ପକ୍ଷରୁ ଏହି ଟଙ୍କା ଜବତ କରାଯାଇଛି ।vigiପ୍ରସନ୍ନଜିତ ଦାସଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ।

