spot_img

Latest Posts

ୟୁପି ଲାଗି ବ୍ଲୁପ୍ରିଣ୍ଟ…

ନନ୍ଦିଘୋଷ ବ୍ୟୁରୋ:  ପାଖେଇ ଆସୁଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ। ଯାହାକୁ ନେଇ ସଜବାଜ ଆରମ୍ଭ କରିଦେଇଛନ୍ତି ବିଜେପି ବିରୋଧୀ ମେଣ୍ଟ । ନିଜର ଦଳୀୟ ଭିତ୍ତି ବଢାଇବା ଲାଗି ବିଜେପି ବିରୋଧୀ ଦଳଗୁଡିକ ତାଙ୍କ ଚେଷ୍ଟା ଜାରି ରଖିଛନ୍ତି । ପଛୁଆ ବର୍ଗ, ଦଳିତ, ସଂଖ୍ୟାଲଘୁ ଓ ପାରମ୍ପରିକ ମୁସଲିମ-ଯାଦବ ଭୋଟବ୍ୟାଙ୍କକୁ ହାତେଇବା ଲାଗି ପ୍ରସ୍ତୁତ କଲେଣି ଯୋଜନା। ସେହିପରି ଜେନ-ଜି ଭୋଟ ଲାଗି ମଧ୍ୟ ଅଖିଳେଶ ପ୍ରସ୍ତୁତ କଲେଣି ବ୍ଲୁପ୍ରିଣ୍ଟ । ଯଦି ଏହି ସବୁ ଭୋଟ ଅଧିକ ପରିମାଣରେ ଅଖିଳେଶ ଲାଭ କରନ୍ତି ତେବେ ଫଳାଫଳ ସକରାତ୍ମକ ହେବା ଆଶା କରାଯାଉଛି। ବିଶେଷ କରି ପିଛଡ଼ା, ଦଳିତ, ଅଳ୍ପସଂଖ୍ୟକ ବା ପିଡିଏ ଭୋଟ ଉପରେ ସେ ରଖିଛନ୍ତି ନଜର।

ଗତ ୨୦୨୨ ନିର୍ବାଚନରେ ମୁସଲିମ-ଯାଦବ ବା M-Y ଭୋଟକୁ ବିଜେପି ମୋଦି-ଯୋଗୀ ଭୋଟରେ ପରିଣତ କରିଦେଇଥିବାରୁ ୨୦୨୭ ଲାଗି ସତର୍କ ହୋଇଛନ୍ତି ଅଖିଳେଶ। ସେହିପରି M-Y ଫାକ୍ଟରକୁ ବିଜେପି ମହିଳା ଓ ଯୁବ ଭୋଟରେ ବି ପରିଣତ କରିଥିବାରୁ ଅଖିଳେଶ ନୂଆ ଯୋଜନା କରିବା ଆଶା ରହିଛି। ୪୦୩ ଆସନ ବିଶିଷ୍ଟ ବିଧାନସଭାରେ ଏନଡିଏର ଅଛନ୍ତି ୨୯୨ ବିଧାୟକ। ସେମାନଙ୍କ ମଧ୍ୟରେ ଅଛନ୍ତି ବିଜେପିର ୨୫୬, ଆପନାଦଳ (ଏସ)ର ୧୩, ଆରଏଲଡିର ୯, ନିଶାଦପାର୍ଟିର ୫, ସ୍ବାଧୀନ ୩ ଜଣ। ବିରୋଧୀଙ୍କ ସଂଖ୍ୟା ରହିଛି ୧୦୪। ସେଥିରେ ସମାଜବାଦୀ ପାର୍ଟିର ୧୦୦ ବିଧାୟକ ଥିବାବେଳେ କଂଗ୍ରେସର ମାତ୍ର ୨ ସଦସ୍ୟ ରହିଛନ୍ତି।

Latest Posts

Don't Miss