spot_img

Latest Posts

ରୁବିଓ-ଜୟଶଙ୍କର ମିଟିଙ୍ଗ୍: ମୁଣ୍ଡ ଟେକିଲା ବିବାଦ !

ନନ୍ଦିଘୋଷ ବ୍ୟୁରୋ: ଆଜି ଭାରତ ଆସିବେ ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ। ୫ ଦିନିଆ ଭାରତ ଗସ୍ତ କାର୍ଯ୍ୟକ୍ରମରେ ଆଜି ଭାରତରେ ପହଞ୍ଚିବେ ରୁବିଓ। ଭାରତ ଓ ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି ଲାଗି ଏହି ଗସ୍ତ ଉଦ୍ଦିଷ୍ଟ। ଶକ୍ତି, ସହଭାଗିତା, କୌଶଳଗତ ସମ୍ପର୍କ, ବ୍ୟବସାୟିକ ନିବେଶ ଆଦି ସମ୍ପର୍କରେ ଦୁଇ ଦେଶ କରିବେ ଆଲୋଚନା। ଏହି ଗସ୍ତ ସମୟରେ ଦୁଇ ଦେଶର ଉଚ୍ଚସ୍ତରୀୟ ପ୍ରତିନିଧି ଓ ବ୍ୟାବସାୟିକ ପ୍ରତିନିଧି ଆଲୋଚନାରେ ଭାଗ ନେବେ। ସେହିପରି ଅକ୍ଟୋବର ୧୭ରୁ ୨୨ ଯାଏ ସେ ମୁମ୍ବାଇ ଓ ଜାମନଗର ଗସ୍ତ କରିବେ। ଉଜବେକିସ୍ତାନ ଗସ୍ତ ଶେଷ କରି ସେ ଭାରତ ଆସିବେ।

ଚଳିତ ବର୍ଷ ରୁବିଓଙ୍କ ଏହା ହେବ ଦ୍ବିତୀୟ ଭାରତ ଗସ୍ତ। ଛଅ ମାସ ମଧ୍ୟରେ ସେ ଦ୍ବିତୀୟ ଥର ପାଇଁ ଭାରତ ଆସୁଛନ୍ତି । ପଶ୍ଚିମ ଏସିଆରେ ଉତ୍ତେଜନା ଥମି ନଥିବାବେଳେ ଭାରତରେ ଦେଖାଦେଇଥିବା ଶକ୍ତି ସଙ୍କଟର ମୁକାବିଲା ଲାଗି ଏହି ଗସ୍ତ କାଳରେ ଆଲୋଚନା ହେବା ସମ୍ଭାବନା ରହିଛି। ଭାରତ ଓ ୱାଶିଂଟନ ମଧ୍ୟରେ ଶକ୍ତି ଓ ବାଣିଜ୍ୟ ଆଲୋଚନା ଉପରେ ଦୁଇ ଦେଶର ନଜର ରହିଛି। ରୁଷଠାରୁ ତୈଳ କ୍ରୟ କରୁଥିବା ରାଷ୍ଟ୍ର ଉପରେ ଆମେରିକାର ୧୦୦ ପ୍ରତିଶତ ଟାରିଫ ଲାଗୁ ଧମକ ପ୍ରସଙ୍ଗରେ ବି ଏହି ଗସ୍ତ କାଳରେ ଆଲୋଚନା ହୋଇପାରେ ବୋଲି କୁହାଯାଉଛି । ସେପଟେ ମାର୍କୋ ରୁବିଓଙ୍କ ଭାରତ ଗସ୍ତ ଏବଂ ଦିଲ୍ଲୀ ନଆସିବା ନିଷ୍ବତ୍ତିକୁ ନେଇ ବିବାଦ ଠିଆ ହୋଇଛି । ଏହାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି ଯେ କଣ ଆମେରିକା ଭାରତର ଫରେନ୍ ପଲିସି ନିର୍ଣ୍ଣୟ କରୁଛି କି ?

କହିରଖୁଛୁ, ରୁବିଓଙ୍କର ଭାରତ ଗସ୍ତ ବିଷୟରେ ପ୍ରଥମେ ଆମେରିକାର ବୈଦେଶିକ ବିଭାଗ ଘୋଷଣା କରିଥିଲା । ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ଶକ୍ତି ସହଯୋଜକୁ ସୁଦୃଢ କରିବା ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ସାଧାରଣତଃ ଏପରି ଦ୍ବିପାକ୍ଷିକ କାର୍ଯ୍ୟକ୍ରମ ପ୍ରଥମେ ଆୟୋଜକ ଦେଶ ଦ୍ବାରା ଦେଶ ଦ୍ବାରା ହିଁ ଘୋଷଣା କରାଯାଇଥାଏ ।

Latest Posts

Don't Miss