ଭୁବନେଶ୍ବର : କୋଟିଆ କାହାର ? ଓଡିଶାର ନା ଆନ୍ଧ୍ରର ? ତାକୁ ନେଇ ପୁଣି ଦ୍ବନ୍ଦ୍ବ ଦେଖାଦେଇଛି । କୋଟିଆରେ ଆନ୍ଧ୍ର ସରକାର ପଂଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିବା ପରେ ରାଜ୍ୟ ସରକାରଙ୍କୁ ଘେରିଛି ବିଜେଡି । ବିଜେଡି ପ୍ରଶ୍ନ କରିଛି, କୁଆଡ଼େ ଗଲା ବିଜେପିର ଓଡିଆ ଅସ୍ମିତା ନାରା ? ବିଜେପି ଶାସନକୁ ଆସିଲା ଦିନଠାରୁ ଓଡିଶାରେ ପଡୋଶୀ ରାଜ କରୁଛନ୍ତି । କେତେବେଳେ ଆନ୍ଧ୍ର ତ କେତେବେଳେ ଛତିଶଗଡ଼ ଓଡିଶା ଉପରେ ନିଜର ଜାହିର ପ୍ରତିପାଦନ କରୁଛନ୍ତି । ଓଡିଶାର ବିଜେପି ସରକାର ସବୁ ଦେଖି ଚୁପ ରହୁଛନ୍ତି । କୋଟିଆ ଓଡିଶାର ଥିଲା ଓ ରହିବ ବୋଲି ବିଜେଡି କହିବା ସହ ଆଗକୁ ହକ ପାଇଁ ଲଢେଇ ଜାରି ରହିବ ବୋଲି କହିଛି । କଂଗ୍ରେସ କହିଛି, ଆନ୍ଧ୍ର ପାଇଁ କେନ୍ଦ୍ରରେ ବିଜେପି ସରକାର ଅଛି । ତେଣୁ କୋଟିଆରେ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ କରୁଥିଲେ ମଧ୍ୟ ଚୁପ ରହିଛନ୍ତି ରାଜ୍ୟ ସରକାର । କଂଗ୍ରେସ କେବେ ବି କୋଟିଆ ପ୍ରସଙ୍ଗରେ ଚୁପ ବସିବ ନାହିଁ । ଆଗକୁ ଦଳ ଏହା ବିରୋଧରେ ତ୍ରୀବ୍ର ସ୍ବର ଉଠାଇବ ବୋଲି ଚେତାବନୀ ଦେଇଛି ଦଳ ।
କୋଟିଆରେ ବାରମ୍ବାର ଆନ୍ଧ୍ରର ବାରମ୍ବାର ବିଭିନ୍ନ କାର୍ଯ୍ୟକ୍ରମ ନେଇ ବିଜେପି ସରକାରକୁ ପ୍ରଶ୍ନବାଣରେ ଘାଇଲା କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । କଟାକ୍ଷ କରି କହିଛନ୍ତି, ବିଜେପି ସରକାର ନିର୍ବାଚନରେ ଯାହା କହିଥିଲେ ତାହା ତାଙ୍କର କିଛି ମନେ ନାହିଁ । ସରକାର କେବଳ ନିଜ ଦଳର ଆତ୍ମ ପ୍ରଚାର କରିବାରେ ଲାଗିଛନ୍ତି । ଆନ୍ଧ୍ର ସରକାର କୋଟିଆରେ ଚଞ୍ଚକତା କରୁଛନ୍ତି ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ଆନ୍ଧ୍ର କୋଟିଆରେ ପଂଚାୟତ ନିର୍ବାଚନ କଲେ ଓଡିଶା ସରକାର ତାହା କରାଇଦେବେ ନାହିଁ । କୋଟିଆର କିଛି ଅଂଶରେ ଆନ୍ଧ୍ର ଏମିତି କରୁଛି ବୋଲି ସରକାର କହିଛନ୍ତି । କୋଟିଆକୁ ନେଇ ଆନ୍ଧ୍ର ଓ ଓଡିଶା ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଆନ୍ଧ୍ର ପଂଚାୟତ ନିର୍ବାଚନ ଲାଗି ବିଜ୍ଞପ୍ତି ଜାରି କରିବା ଓଡିଶାକୁ ଖଣ୍ଡଖଣ୍ଡ କରିବାକୁ ଷଡ଼ଯନ୍ତ୍ର ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ସରକାର କିନ୍ତୁ ଚିରାଚରିତ ଉତ୍ତର ଦେଇ ଚୁପ ବସିଛନ୍ତି ।

