spot_img

Latest Posts

ପଣ୍ଡ ହେବ ବିଜେପିର ଚାଲ୍: କାଲି କମାଲ ଦେଖାଇବ ବିଜେଡି !

ନନ୍ଦିଘୋଷ ବ୍ୟୁରୋ: ରାତି ପାହିଲେ ଛାତ୍ର ସଂସଦ ନିର୍ବାଚନ ପାଇଁ ପଡିବ ଭୋଟ । ତଥାପି କ୍ୟାମ୍ପସରେ ଥମୁନି ରାଜନୀତିର ତାତି । ସାଧାରଣ ନିର୍ବାଚନ ଭଳି ଛାତ୍ର ନିର୍ବାଚନରେ ବି ଘାପଲା କରିବାକୁ କଳେ ବଳେ କୌଶଳେ ଚେଷ୍ଟା ଚଲାଇଛି ବିଜେପି । ବାଣୀବିହାର ଠାରୁ ଆରମ୍ଭ କରି ରମାଦେବୀ ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ, ସବୁଠି ସେଇ ଗୋଟିଏ ଅଭିଯୋଗ ଯେ, ଏଭିବିପି ଛାତ୍ର ନେତାଙ୍କୁ ଜିତାଇବାକୁ ଜାଣିଶୁଣି ସମସ୍ୟା ସୃଷ୍ଟି କରାଯାଉଛି । ଯାହାକୁ ନେଇ ବିଜେପି ସରକାରକୁ ଟାର୍ଗେଟ୍ କରିଛି ବିଜେଡି । ନିର୍ବାଚନ ଘୋଷଣା ପରେ ପରେ ଗତ କିଛିଦିନ ମଧ୍ୟରେ କ୍ୟାମ୍ପସରେ ହୋଇଥିବା ଘଟଣାକୁ ନେଇ ସରକାରଙ୍କ ଉପରେ ବର୍ଷିଛି ଦଳ । ପ୍ରାୟ ୨୦୬ରୁ ଅଧିକ କଲେଜରେ ନିର୍ବାଚନ ପରିବର୍ତ୍ତେ ମନୋନୟନ କିମ୍ବା ଚୟନ ପ୍ରକ୍ରିୟା ହୋଇଥିବା ଅଭିଯୋଗ କରିଛି ବିଜେଡି । ଏହାସହ ଏବିଭିପି ଛାତ୍ର ସଂଗଠନକୁ ଟାର୍ଗେଟ୍ କରି କ୍ୟାମ୍ପସରେ ଗଣ୍ଡଗୋଳ ଭଳି ଅଭିଯୋଗ ଆଣିଛି । ସଜ ସଜ ବାଣୀବିହାରରେ ପୋଲିସ ଉପସ୍ଥିତିରେ ଘଟିଥିବା ଘଟଣାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି ଦଳ । ଅନ୍ୟପଟେ ବଲାଙ୍ଗୀର ବିଜୁ ଛାତ୍ର ଜନତା ଦଳର ସଭାପତି ସୁମନ ନନ୍ଦଙ୍କ ଗିରଫଦାରୀକୁ ବେଆଇନ ବୋଲି ଦାବି କରିଛି ବିଜେଡି । ସେହିପରି ସର୍କିଟ୍ ହାଉସ୍‌ରେ ଜଣେ ପର୍ଣ୍ଣ ଷ୍ଟାରଙ୍କ ରହଣି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ କଟାକ୍ଷ କରିଛି ଦଳ । ଏହି ସମସ୍ତ ପ୍ରସଙ୍ଗକୁ ନେଇ ଶାସକ ବିଜେପିକୁ ଘେରିବା ସହ ଛାତ୍ର ରାଜନୀତିରେ ସରକାରୀ ହସ୍ତକ୍ଷେପ ହେଉଥିବା ଅଭିଯୋଗ କରିଛି ବିଜେଡି । ତେବେ ଆସନ୍ତାକାଲି ଏହାର ଉତ୍ତର ରାଜ୍ୟ ସରକାର ପାଇବେ ବୋଲି ବିଜେଡି କହିଛି ।

 

Latest Posts

Don't Miss