spot_img

Latest Posts

ବିଜେଡିର ବଢୁଛି ବଳ, ଜନସମ୍ପର୍କ ପଦଯାତ୍ରାକୁ ମିଳୁଛି ବିପୁଳ ସମର୍ଥନ

ନନ୍ଦିଘୋଷ ବ୍ୟୁରୋ: ବଢୁଛି ବିଜେଡି ବଳ, ପଦଯାତ୍ରାକୁ ମିଳୁଛି ବିପୁଳ ଜନ ସମର୍ଥନ । ରାଜ୍ୟ ସ୍ବାର୍ଥ ପ୍ରସଙ୍ଗରେ ଚାଲିଛି ଜୋରଦାର ଲଢେଇ । ପ୍ରସନ୍ନ କହିଲେ ବିଜେପି ସରକାର ସବୁ କ୍ଷେତ୍ରରେ ବିଫଳ । ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି । ଏକମାସରୁ ଅଧିକ ସମୟ ଧରି ଚାଲିବାକୁ ଥିବା ଏହି ପଦଯାତ୍ରାକୁ ମିଳୁଛି ବିପୁଳ ଜନ ସମର୍ଥନ । ଜନ ସମ୍ପର୍କ ପଦଯାତ୍ରାରେ ଦଳର ନେତା ନବୀନ ପଟ୍ଟନାୟକ ସାମିଲ ହୋଇ ରାଜ୍ୟସ୍ବାର୍ଥ ପ୍ରସଙ୍ଗକୁ ତେଜିବାକୁ ଆହ୍ବାନ ଦେଇଛନ୍ତି । ଡବଲ ଇଂଜିନ ସରକାର କ୍ଷମତାକୁ ଆସିବା ପରେ ସବୁ କ୍ଷେତ୍ରରେ ଓଡିଶା ବିଫଳ ହୋଇଛି । ଯେଉଁଥିପାଇଁ ବିଜେପି ସରକାର ପ୍ରତି ଓଡିଶାବାସୀ ମୁହଁ ଫେରାଇଲେଣି ବୋଲି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । ଓଡିଶା ସାରା ଯେଉଁଠି ବି ବିଜେଡିର ଜନ ସମ୍ପର୍କ ପଦଯାତ୍ରା ହେଉଛି ଲୋକମାନେ ବହୁ ସଂଖ୍ୟାରେ ସାମିଲ ହେଉଛନ୍ତି । ତୃଣମୂଳସ୍ତରରେ ବିଜେଡି ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି । ରାଜ୍ୟ ହକ ପାଇଁ ବିଜେଡି ସହ ଲୋକମାନେ ଯୋଡି ହୋଇ ଲଢେଇ କରିବାକୁ ପ୍ରସ୍ତୁତ ହେବା ରାଜ୍ୟ ପାଇଁ ଶୁଭ ସଙ୍କେତ ବୋଲି ବିଜେଡି କହିଛି ।

ରାଜ୍ୟରେ ବିଜେଡିର ଶକ୍ତିବୃଦ୍ଧି ପାଇବା ଓ ଲୋକପ୍ରିୟତା ବଜାୟ ରହିବାକୁ ନେଇ ରାଜନୈତିକ ସମୀକ୍ଷକ କେ. ରବି ଭିନ୍ନଯୁକ୍ତି ବାଢିଛନ୍ତି । ଅଢେଇ ବର୍ଷରୁ ଅଧିକ ବିଜେପି ସରକାର ସବୁ କ୍ଷେତ୍ରରେ ବିଫଳ ହେଉଥିବାରୁ ବିଜେଡି ପ୍ରତି ଲୋକଙ୍କ ସମର୍ଥନ ବଢୁଛି । ସରକାର ଠିକ ସେ ନଚାଲିବା ଓ କଂଗ୍ରେସ ଆଖି ଦୃଶିଆ ସାଂଗଠନିକ କାର୍ଯ୍ୟ କରୁନଥିବାରୁ ବିଜେଡି ପ୍ରତି ଲୋକଙ୍କ ଆଦର ଆପେ ଆପେ ବଢୁଥିବା ସମୀକ୍ଷକ କହିଛନ୍ତି । ଏହାସହ ବିଜେଡି ଶାସନ ଓ ବିଜେପି ସରକାରକୁ ଲୋକେ ମାପି ସାରିଲେଣି ।

Latest Posts

Don't Miss