spot_img

Latest Posts

ବଲାଙ୍ଗୀରରେ ୪ ଦିନିଆ ସି.କେ. ନାଇଡୁ ଟ୍ରଫି ଆରମ୍ଭ

ବଲାଙ୍ଗୀର: ବିସିସିଆଇ (BCCI) ପକ୍ଷରୁ ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମ୍‌ରେ ଆଜିଠାରୁ କର୍ଣ୍ଣଲ ସି.କେ. ନାଇଡୁ କ୍ରିକେଟ୍ ମ୍ୟାଚ୍ ଆରମ୍ଭ ହୋଇଛି। ଆଜିଠାରୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ଓଡ଼ିଶା ଓ ବିହାର ମଧ୍ୟରେ ଏହି ରୋମାଞ୍ଚକର କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଛି।

ଚାଲିଥିବା ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ବିହାର ଦଳ ପ୍ରଥମେ ବ୍ୟାଟିଂ କରୁଥିବା ବେଳେ ଓଡ଼ିଶା ଦଳ ବୋଲିଂ କରୁଛି। ଉଭୟ ଦଳର ଯୁବ ଖେଳାଳିମାନେ ମଇଦାନରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବା ପାଇଁ ପ୍ରସ୍ତୁତ ରହିଛନ୍ତି।

ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ଯୋଗଦେଇ ମ୍ୟାଚ୍‌କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଅବସରରେ ସେ କ୍ରୀଡ଼ା ଜଗତର ବିକାଶ ଓ ଭିତ୍ତିଭୂମି ସମ୍ପର୍କରେ ମତ ରଖିଥିଲେ।

ପୂର୍ବ ସରକାର କ୍ରୀଡା କ୍ଷେତ୍ରରେ କରିଥିବା ବିକାଶମୂଳକ କାର୍ଯ୍ୟ ବିଷୟରେ ବିଧାୟକ ଆଲୋକପାତ କରିଥିଲେ। ପୂର୍ବ ସରକାରଙ୍କ ଅନୁଦାନ ଏବଂ ବଲାଙ୍ଗୀର କ୍ରୀଡା ସଂସଦର କର୍ମକର୍ତ୍ତାମାନଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ହିଁ ଆଜି ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମରେ ଏଭଳି ଜାତୀୟ ସ୍ତରର ବିସିସିଆଇ ମ୍ୟାଚ୍ ଆୟୋଜନ କରାଯାଇପାରୁଛି ବୋଲି ସେ କହିଛନ୍ତି।

Latest Posts

Don't Miss