spot_img

Latest Posts

ଦିନ କେଇଟା ପରେ ସୁବର୍ଣ୍ଣପୁର ପ୍ରସିଦ୍ଧ ବଳିଯାତ୍ରା, ହେଲେ ଖୁସି ନାହାନ୍ତି ସେବାୟତ…

ସୁବର୍ଣ୍ଣପୁର: ତନ୍ତ୍ରମନ୍ତ୍ର ଓ ଯନ୍ତ୍ରର ପୀଠ ସୁବର୍ଣ୍ଣପୁର । ଆଉ ଦିନ କେଇଟା ପରେ ସୁବର୍ଣ୍ଣପୁର ଜିଲ୍ଲାର ସଦର ମହକୁମା ସୋନପୁରରେ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ବଳିଯାତ୍ରା । ଏହାକୁ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ହେଲେ ବରୁଆଙ୍କ ଯିବା ପାଇଁ ପାରମ୍ପରିକ ରାସ୍ତା ବନ୍ଦ ଥିବାରୁ ସେବାୟତଙ୍କ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି ।

ଆଉ ଦିନ କେଇଟା ପରେ ସୁବର୍ଣ୍ଣପୁରର ପ୍ରସିଦ୍ଧ ବଳିଯାତ୍ରା । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ସୋନପୁର ସହର। ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି । କିନ୍ତୁ ବଳିଯାତ୍ରାକୁ ନେଇ ଖୁସି ନାହାନ୍ତି ସେବାୟତ । ଅଭିଯୋଗ ମୁତାବକ, ଦେବୋତ୍ତର ବିଭାଗ ପକ୍ଷରୁ ଡକାଯାଇଥିବା ବୈଠକରେ ସେବାୟତଙ୍କ ସହ ଆଲୋଚନା ନକରି ବୈଠକ ସାରି ଦିଆଯାଇଛି । ଯାହାକୁ ନେଇ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସେପଟେ ବରୁଆ ଯିବା ରାସ୍ତାକୁ ନେଇ ଦେଖାଦେଇଛି ସମସ୍ୟା । ସୋନପୁର ବସଷ୍ଟାଣ୍ଡ ନିକଟରେ ଥିବା ପାରମ୍ପରିକ ରାସ୍ତାରେ ବରୁଆ ଯିବା କଥା । ହେଲେ ରାସ୍ତା ନିର୍ମାଣ କରୁଥିବା ଠିକା ସଂସ୍ଥା ପକ୍ଷରୁ ତାହାକୁ ବନ୍ଦ କରାଯାଇଛି । ପାରମ୍ପରିକ ରାସ୍ତା ବନ୍ଦ ହୋଇଥିବାରୁ ବରୁଆମାନଙ୍କୁ ଅନ୍ୟ ରାସ୍ତାରେ ଯିବାକୁ ପ୍ରଶାସନ ପକ୍ଷରୁ କୁହାଯାଉଛି। କିନ୍ତୁ ବଳିଯାତ୍ରାର ଧାର୍ମିକ ପରମ୍ପରା ଓ ବିଧିବିଧାନରେ ଏହି ରାସ୍ତାର ଗୁରୁତ୍ୱ ରହିଛି । ଯାହାକୁ ନେଇ ସେବାୟତ ଚିନ୍ତା ପ୍ରକଟ କରିଛନ୍ତି ।

ବଳିଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ସମନ୍ୱୟ ଜରୁରୀ। ତେବେ ବଳିଯାତ୍ରା ପୂର୍ବରୁ ବରୁଆଙ୍କ ପାରମ୍ପରିକ ରାସ୍ତା ସମସ୍ୟାର ସମାଧାନ ହେବ କି ? ତାକୁ ନେଇ ଉଠିଛି ପ୍ରଶ୍ନବାଚୀ ।

Latest Posts

Don't Miss