spot_img

Latest Posts

କୋରନା ପରେ ବେଧଡ଼କ ବଢି ଚାଲିଛି ଭାଇରସ୍ ପ୍ରସ୍ତୁତକାରୀ ଲ୍ୟାବ୍! ଜାଣନ୍ତୁ କେଉଁଠି….

ନନ୍ଦିଘୋଷ ବ୍ୟୁରୋ: ଋୁଷଆର ଏକ ଲ୍ୟାବ୍ରୋଟାରୀରେ କର୍ମଚାରୀଙ୍କ ମୃତ୍ୟୁ ପରେ ସାରା ଦେଶରେ ବିପଦପୂର୍ଣ୍ଣ ଭାଇରସ ଉପରେ ଗବେଷଣା କରାଯାଉଥିବା ଲ୍ୟାବ୍ରୋଟାରୀକୁ ନେଇ ପ୍ରଶ୍ନ ଉଠୁଛି  । କୋରନା ମହାମାରୀ ପରେ ଏହି ସବୁ ଲ୍ୟାବ୍ ସଂଖ୍ୟା ବେଶ ବଢିଥିବା କୁହାଯାଉଛି  ।

ଋୁଷ଼ିଆର ସାଇବେରିଆାଠାରେ ଥିବା ଏକ ଲ୍ୟାବ୍ରୋଟାରୀରେ ବିପଦଜ୍ଜନକ ରୋଗ ସୃଷ୍ଚିକାରୀ ଭାଇରସ ଉପରେ ଗବେଷଣା କରାଯାଉଥିଲା  । ତେବେ ଏହି ଲ୍ୟାବ୍ ରେ ପରୀକ୍ଷା କରୁଥିବା ଜଣେ କର୍ମଚାରୀଙ୍କ ମୃତ୍ୟୁ ପରେ ଏନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି  । ମୃତ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାୟ ୨୦୦ ଜଣଙ୍କୁ ନିରୀକ୍ଷଣରେ ରଖାଯାଇଛି । ତେବେ ଉକ୍ତ କର୍ମଚାରୀଙ୍କ ମୃତ୍ୟୁ ‘ପ୍ଲେଗ’ ଯୋଗୁଁ ହୋଇଥିବା ନେଇ ବର୍ତ୍ତମାନ ସୁଦ୍ଧା ଋଷିଆ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।  ଉକ୍ତ କର୍ମଚାରୀଙ୍କ ମୃତ୍ୟୁ ‘ନିମୋନିଆ’ ଯୋଗୁଁ ହୋଇଛି ବୋଲି କୁହାଯାଉଛି ।

ସୂଚନାଅନୁଯାୟୀ, ଗତ ସେପ୍ଟମ୍ବର ମାସ ୨୫ ତାରିଖରେ ୨୮ ବର୍ଷିୀୟା ଦାରିଆ ସିପିଲୋଭା ଲ୍ୟାବ୍ ରେ ପରୀକ୍ଷଣ କରୁଥିବା ସମୟରେ ହଠାତ୍ ଟେଷ୍ଟ ଟ୍ୟୁବ୍ ଟି ଭାଙ୍ଗିଯାଇଥିଲା । କୁହାଯାଉଛି ଯେ, ଉକ୍ତ ଟ୍ୟୁବ୍ ରେ ‘ପ୍ଲେଗ’ ସୃଷ୍ଟିକାରୀ ଭାଇରସ ରହିଥିଲେ । ତେବେ କିଛି ଦିନ ଅସୁସ୍ଥ ରହିବା ପରେ ଚଳିତ ଅକ୍ଟୋବର ଆରମ୍ଭରେ ତାଙ୍କ ମୃତ୍ୟୁ ହୋଇଛି । କିନ୍ତୁ ଏହି ଘଟଣା ଓ ‘ପ୍ଲେଗ’ ସଂକ୍ରମଣ ମଧ୍ୟରେ କୌଣସି ପ୍ରତ୍ୟକ୍ଷ ସମ୍ପର୍କ ଥିବା ନେଇ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରମାଣ ମିଳିନାହିଁ ।  ତେବେ ଏଭଳି ଘଟଣା ପରେ ସାରା ଦୁନିଆରେ ଥିବା ଭାଇରସ ଗବେଷଣାକାରୀ ଲ୍ୟାବ୍ରୋଟାରୀକୁ ନେଇ ପ୍ରଶ୍ନ ଉଠିଛି ।

ରିପୋର୍ଟ ଅନୁଯାୟୀ, କୋରନା ମହାମାରୀ ପରେ ଭାଇରସ ଉପରେ ଗବେଷଣା କରୁଥିବା ଏହି ଲ୍ୟାବ୍ ଗୁଡିକ ସଂଖ୍ୟା ଆଗ ଅପେକ୍ଷା ବେଶ ବୃଦ୍ଧି ପାଇଛି ।  ତେବେ ଏହି ପରୀକ୍ଷାଣର ଉଦ୍ଦେଶ୍ୟ ଭାଇରସ ସୃଷ୍ଟି କରିବା ନୁହେଁ, ବରଂ ରୋଗ ସମ୍ପର୍କରେ ବୁଝିବା ସହ ଏହାର କାରଣ ଯାଞ୍ଚ, ଟିକା ଓ ଔଷଧ ପ୍ରସ୍ତୁତ ସହ ଭବିଷ୍ୟତରେ କୌଣସି ମହାମାରୀର ମୁକାବିଲା ପାଇଁ ପ୍ରସ୍ତୁତ ହେବା ନିମନ୍ତେ ଗବେଷଣା କରାଯାଇଥାଏ । ଏହି କାରଣରୁ ଅନେକ ଦେଶ ବିଏସଏଲ-୩ ଓ ବିଏସଏଲ ୪ ଭଳି ଅତ୍ୟଧିକ ସୁରକ୍ଷିତ ପରୀକ୍ଷାଗାରରେ ନିବେଶକୁ ବେଶ ବୃଦ୍ଧି କରିଛନ୍ତି  । ତେବେ ଏହି ବିପଦଜ୍ଜନକ ଭାଇରସ ସମ୍ପର୍କରେ ଗବେଷଣା କରିବା ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରିବା ଅତ୍ୟନ୍ତ ଆବଶ୍ୟକ ଅଟେ  ।

୨୦୨୫ ମସିହାରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ୧୪୯ଟି ଦେଶରେ ୩,୫୧୫ଟି ବିଏସଏଲ- ୩ ଲ୍ୟାବ୍ରୋଟାରୀ , ୩୪ଟି ଦେଶରେ ୧୧୦ଟି ବିଏସଏଲ -୪ ଲ୍ୟାବ୍ରୋଟାରୀ ରହିଥିବା ବେଳେ ଉଚ୍ଚ ସୁରକ୍ଷା ଯୁକ୍ତ ଲ୍ୟାବ୍ରୋଟାରୀ ସଂଖ୍ୟା ମୋଟ ସଂଖ୍ୟା ୩,୬୨୫ରେ ପହଞ୍ଚିଛି। ବିଏସଏଲ- ୩ ଲ୍ୟାବ୍ରୋଟାରୀରେ ଗୁରୁତର ରୋଗ ସୃଷ୍ଟି କରୁଥିବା ବ୍ୟାକ୍ଚେରିଆକୁ ପରୀକ୍ଷଣ କରାଯାଉଥି୍ବା ବେଳେ ବିଏସଏଲ- ୪ ଲ୍ୟାବ୍ରୋଟାରୀରେ ଅତ୍ୟନ୍ତ ବିପଜ୍ଜନକ ବ୍ୟାକ୍ଚେରିଆ ଉପରେ ଗବେଷଣା କରାଯାଇଥାଏ । ତେବେ ଏହି ବିଏସଏଲ- ୪ ଲ୍ୟାବ୍ରୋଟାରୀ ଗୁଡ଼ିକରେ ସର୍ବୋଚ୍ଚ ସ୍ତରର ସୁରକ୍ଷା ପ୍ରଦାନ କରାଯାଇଥାଏ ।

ଲାବୋରେଟୋରୀ ସଂଖ୍ୟାର ବାର୍ଷିକ ବୃଦ୍ଧି

୧୯୯୦: ପ୍ରାୟ ୧୦-୧୨ଟି ଲ୍ୟାବ୍ରୋଟାରୀ (ବିଏସଏଲ -୪)

୨୦୦୦: ପ୍ରାୟ ୧୮-୨୦ଟି ଲ୍ୟାବ୍ରୋଟାରୀ (ବିଏସଏଲ -୪)

୨୦୧୦: ପ୍ରାୟ ୪୦-୪୨ଟି ଲ୍ୟାବ୍ରୋଟାରୀ (ବିଏସଏଲ -୪)

୨୦୧୨: ପ୍ରାୟ ୫୦-୫୫ଟି ଲ୍ୟାବ୍ରୋଟାରୀ (ବିଏସଏଲ -୪)

୨୦୨୪: ୧୧୦ଟି ବିଏସଏଲ -୪ ଲ୍ୟାବ୍ରୋଟାରୀ (୩୪ଟି ଦେଶରେ)

୨୦୨୫: ୩,୫୧୫ଟି ବିଏସଏଲ -୩ ଲ୍ୟାବ୍ରୋଟାରୀ

୧୯୦୦ରୁ ୨୦୨୫ ମସିହା ମଧ୍ୟରେ ସମଗ୍ର ବିଶ୍ୱର ପରୀକ୍ଷାଗାର ସହ ଜଡ଼ିତ ୧,୧୨୬ଟି ଘଟଣା ଉପରେ ଏକ ଅଧ୍ୟୟନ କରାଯାଇଥିଲା। ଏଥିରେ ପରୀକ୍ଷାଗାର ଜନିତ ସଂକ୍ରମଣ, କର୍ମଚାରୀ ସଂକ୍ରମିତ ହେବା ଓ ବିପଜ୍ଜନକ ଭାଇରସ୍ ନିର୍ଗତ ଭଳି ଘଟଣା ଅନ୍ତର୍ଭୁକ୍ତ ରହିଥିଲା। ଏହି ସମୟ ମଧ୍ୟରେ ପ୍ରାୟ ୮୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ​​୧୪୮ଟି ବଡ଼ ଧରଣର ସଂକ୍ରମଣ ସାମ୍ନାକୁ ଆସିଥିଲା।

 

Latest Posts

Don't Miss