ନନ୍ଦିଘୋଷ ବ୍ୟୁରୋ : ଏସିଆ କପ୍ ଚାମ୍ପିଅନ୍ ହେବା ପରେ ପୁରସ୍କାର ବିତରଣୀ ଉତ୍ସବରେ ଏସୀୟ କ୍ରିକେଟ୍ କାଉନସିଲ୍ (ACC) ସଭାପତି ମୋହସିନ ନକଭିଙ୍କ ହାତରୁ ଟ୍ରଫି ଗ୍ରହଣ କରିବାକୁ ମନା କରିଛି ଭାରତୀୟ ମହିଳା କ୍ରିକେଟ୍ ଟିମ୍। ବାରମ୍ବାର ଆମନ୍ତ୍ରଣ କରାଯାଇଥିଲେ ମଧ୍ୟ ଦଳ ନକଭିଙ୍କଠାରୁ ଟ୍ରଫି ନେଇନଥିଲା। ଟ୍ରଫି ଗ୍ରହଣ ନକରି ଭାରତୀୟ ଦଳ ନିଜସ୍ୱ ଢଙ୍ଗରେ ବିଜୟ ଉତ୍ସବ ପାଳନ କରିଥିଲା। ଏହା ପୂର୍ବରୁ ପୁରୁଷ ଭାରତୀୟ ଟିମ୍ ମଧ୍ୟ ନକଭିଙ୍କଠାରୁ ଏସିଆ କପ୍ ଟ୍ରଫି ଗ୍ରହଣ କରିବାକୁ ମନା କରିଥିବା ଦାବି କରାଯାଇଥିଲା।
ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଫାଇନାଲରେ ଭାରତ ୭୨ ରନ୍ରେ ଶ୍ରୀଲଙ୍କାକୁ ପରାସ୍ତ କରି ଅଷ୍ଟମ ଥର ପାଇଁ ଏସିଆ କପ୍ ଜିତିଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୮୩ ରନ୍ କରିଥିଲା। ଶେଫାଲୀ ବର୍ମା ୬୮ ଓ ସ୍ମୃତି ମନ୍ଧାନା ୫୯ ରନ୍ କରିଥିଲେ। ଜବାବରେ ଶ୍ରୀଲଙ୍କା ୧୧୧ ରନ୍ରେ ଅଲଆଉଟ୍ ହୋଇଥିଲା। ଭାରତ ପକ୍ଷରୁ ଶ୍ରୀଚରଣି ୪ଟି ଓ ଦୀପ୍ତି ଶର୍ମା ୩ଟି ୱିକେଟ୍ ନେଇଥିଲେ।

