spot_img

Latest Posts

ପ୍ରଭାସଙ୍କ ସହ ନିଜ ୧୫ ବର୍ଷର ସମ୍ପର୍କ ନେଇ ମୁହଁ ଖୋଲିଲେ ଅନୁଷ୍କା

ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସ ଅଧିକାଂଶ ଝିଅମାନଙ୍କ ଦିଲ୍‌ରେ ରାଜ କରନ୍ତି। ତାଙ୍କ ଫିଲ୍ମ ଦେଖିବାକୁ ଲୋକେ ପାଗଳପ୍ରାୟ । ‘ବାହୁବଲୀ’ କ୍ରେଜ୍‌ ଏବେ ମଧ୍ୟ ଦର୍ଶକଙ୍କ ଗହଣରେ ଦେଖିବାକୁ ମିଳେ । ବାହୁବଲୀ ପରଠାରୁ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ଏବଂ ପ୍ରଭାସ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ତେଲୁଗୁର ସୁପରହିଟ୍‌ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀଙ୍କ ନାଁ ପ୍ରଭାସଙ୍କ ସହ ଯୋଡ଼ାଯାଉଥିଲା। ପ୍ରଭାସ ଓ ଅନୁଷ୍କା ବିବାହ କରିବେ ବୋଲି ବେଶ୍‌ ଚର୍ଚ୍ଚା ହୋଇଥିଲା । ଦର୍ଶକ ଏହି ଯୋଡିକୁ ପରଦାରେ ଦେଖିବା ସହ ରିଅଲ ଲାଇଫରେ ମଧ୍ୟ ସ୍ୱାମୀ ଓ ସ୍ତ୍ରୀ ଭାବେ ଦେଖିବା ପାଇଁ ଉତ୍ସାହିତ ଥିଲେ। ନିକଟରେ ପ୍ରଭାସ ନିଜେ ସ୍ୱୀକାର କରିଥିଲେ ଯେ, ଅନୁଷ୍କା ତାଙ୍କର ବହୁତ ଭଲ ବନ୍ଧୁ।

ରିଲ୍ ଲାଇଫରେ ଏହି ଯୋଡିକୁ ଅଧିକ ପସନ୍ଦ କରାଯାଏ । ବାସ୍ତବ ଜୀବନରେ ମଧ୍ୟ ଉଭୟଙ୍କ ସମ୍ପର୍କ ଖବର ଅନେକ ଥର ଆସିଛି । ତେବେ ଏନେଇ ଉଭୟଙ୍କ ମଧ୍ୟରେ କେବଳ ବନ୍ଧୁତା ଅଛି ବୋଲି ସେମାନଙ୍କ ତରଫରୁ ଜଣାପଡିଛି। ନିକଟରେ ଅନୁଷ୍କା ସେଟ୍ଟୀ ପ୍ରଭାସଙ୍କ ସହ ତାଙ୍କ ସମ୍ପର୍କ, ରୋମାନ୍ସ ଏବଂ ବିବାହ ବିଷୟରେ ପ୍ରକାଶ କରିଛନ୍ତି କହିଛନ୍ତି। ସେ ଫିଲ୍ମ ବ୍ୟତୀତ ପ୍ରଭାସଙ୍କ ନିଜ ସମ୍ପର୍କ ବିଷୟରେ ବଖାଣିଛନ୍ତି ଅଭିନେତ୍ରୀ ।

ଅନୁଷ୍କାଙ୍କ କହିବା ଅନୁସାରେ ଗତ ୧୫ ବର୍ଷ ଧରି ସେ ପ୍ରଭାସଙ୍କୁ ଜାଣିଛନ୍ତି। ପ୍ରଭାସ ତାଙ୍କର ସବୁଠୁ ଭଲ ବନ୍ଧୁ, ଯାହାଙ୍କ ସହ ସେ ସକାଳ ୩ଟାରେ ମଧ୍ୟ କଥା ହୋଇପାରନ୍ତି ।  ପ୍ରଭାସଙ୍କ ସହ ତାଙ୍କର ନିବିଢ ସମ୍ପର୍କକୁ ବର୍ଣ୍ଣନା କରାଯାଇପାରିବ । ଉଭୟଙ୍କ ଯୋଡି ପରଦାରେ ହିଟ୍ । ଅନୁଷ୍କା କହିଛନ୍ତି ଯେ, ଉଭୟଙ୍କ ଚିନ୍ତାଧାରା ମିଶେ । ସେମାନେ ଏମିତି ମଣିଷଙ୍କ ମଧ୍ୟ ଗଣାଯାଆନ୍ତି ଯିଏ ନିଜ କୌଣସି କଥା ଲୁଚାନ୍ତି ନାହିଁ । ଏଥିପାଇଁ ସେ ଉଭୟଙ୍କ ବିଷୟରେ ଗୁଜବ ବିସ୍ତାର କରିବାକୁ ମନା କରିଛନ୍ତି । ଦୁହେଁ କୌଣସି ଲଭ୍ ବାର୍ଡ ନୁହଁନ୍ତି ବରଂ ଭଳ ବନ୍ଧୁ । ଯାହା ଲୋକେ ଜାଣିବା ଜରୁରୀ । ଅପରପକ୍ଷରେ  କରନ ଜୋହରଙ୍କ ସୋ’ରେ ପ୍ରଭାସ ଏହା କହିଛନ୍ତି ଯେ, ଉଭୟଙ୍କ ମଧ୍ୟରେ ବନ୍ଧୁତା ବ୍ୟତୀତ ଅନ୍ୟ କିଛି ସମ୍ପର୍କ ନାହିଁ। ଏହା ସହ ପ୍ରଭାସ କହିଛନ୍ତି ଯେ,ଏଭଳି ଗୁଜବ ଖବର ତାଙ୍କୁ ପ୍ରଭାବିତ କରେ ନାହିଁ।

Latest Posts

Don't Miss