ନନ୍ଦିଘୋଷ ବ୍ୟୁରୋ : ଆଜି ଚାଷୀଙ୍କୁ ମିଳିବ ସିଏମ୍ କିଷାନର ପଞ୍ଚମ କିସ୍ତି। ରାଜ୍ୟର ୪୧ ଲକ୍ଷ ଚାଷୀଙ୍କୁ ମିଳିବ ୮୩୩ କୋଟି ଟଙ୍କାର ସହାୟତା। ହିତାଧିକାରୀଙ୍କ ମଧ୍ୟରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସହ ଆଦିମ ଜନଜାତି ବର୍ଗର ଚାଷୀ ଏବଂ ଭୂମିହୀନ ଚାଷୀ ମଧ୍ୟ ରହିଛନ୍ତି।
ଭୁବନେଶ୍ୱରରେ ଆୟୋଜିତ ହେଉଥିବା ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗଦେଇ ଚାଷୀଙ୍କୁ ସହାୟତା ବଣ୍ଟନ କରିବେ। ଏହି ଯୋଜନାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ବର୍ଷକୁ ୪ ହଜାର ଟଙ୍କା ଏବଂ ଭୂମିହୀନ ଚାଷୀଙ୍କୁ ୧୨ ହଜାର ୫୦୦ ଟଙ୍କା ଦୁଇଟି କିସ୍ତିରେ ପ୍ରଦାନ କରାଯାଉଛି।

