ବ୍ରିକ୍ସ ସମ୍ମିଳନୀ ପୂର୍ବରୁ CJP ପଦଯାତ୍ରା ରୋକିବାକୁ ଆବେଦନ ସୁପ୍ରିମକୋର୍ଟରେ ନାକଚ ନାକଚ
ନନ୍ଦିଘୋଷ ବ୍ୟୁରୋ: ସେପ୍ଟେମ୍ବର ୫ ତାରିଖରେ ଦିଲ୍ଲୀ ଲୁଟିୟନ୍ସରେ ହେବାକୁ ଥିବା ସିଜେପି ପଦଯାତ୍ରାକୁ ୧୨ ଓ ୧୩ ତାରିଖରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀ ପର୍ଯ୍ୟନ୍ତ ରୋକ ଲଗାଇବାକୁ ହୋଇଥିବା ଆବେଦନ ସୁପ୍ରିମକୋର୍ଟରେ ନାକଚ । ସିଜେଆ ଜଷ୍ଟିସ ସୂର୍ଯ୍ୟକାନ୍ତ ଏହାର ବିଚାର କରି କହିଛନ୍ତି ଏହା କୌଣସି ଠୋକ ପ୍ରମାଣ ନୁହେଁ, ଯାହାକୁ ଆଧାର କରି କୌଣସି ଅପ୍ରିତିକର ସ୍ଥିତି ସୃଷ୍ଟି ହେବ ବୋଲି କୁହାଯାଇପାରିବ । ଆଗକୁ ସେ କହିଛନ୍ତି, ଅଧିକାରୀମାନେ ଆଇନଗତ ସ୍ଥିତି ବଜାଇ ରଖିବା ସହ ଏହା ନିଶ୍ଚିତ କରିବେ ସବୁ ପକ୍ଷ ଶାନ୍ତିପୂର୍ଣ୍ଣ ଓ ଉତ୍ତାଦାୟିତ୍ବ ବହନ କରିବେ ।
ସୁପ୍ରିମକୋର୍ଟ ସିଜେପି କିମ୍ବା ଅନ୍ୟ ପ୍ରସ୍ତାବିତ ବିରୋଧ ପ୍ରଦର୍ଶନ ଉପରେ ରୋକ ଲଗାଇବାକୁ ମନା କରିବା ସହ ଆୟୋଜକଙ୍କୁ କୋର୍ଟକୁ ଡକାଯିବା ନେଇ ଆବେଦନର ଶୁଣାଣି କରିବାକୁ ମନା କରିଦେଇଛନ୍ତି ।
ସିଜେଆଇ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ବେଞ୍ଚ କହିଛନ୍ତି, ଆବେଦନକାରୀଙ୍କ ଦ୍ବାରା ଉଠା ଯାଇଥିବା ପ୍ରସଙ୍ଗକୁ କୋର୍ଟ ଦ୍ବାରା ବିରୋଧ ପ୍ରଦର୍ଶନରେ ହିଂସା ଓ ସମ୍ବଦ୍ଧିତ ମାମଲାର ଯାଞ୍ଚ ପାଇଁ ଗଠିତ ହାଇ ପାଓ୍ବର କମିଟି ଆଗରେ ରଖାଯାଇପାରିବ ।
ସିଜେଆଇ କହିଛନ୍ତି, ଆପଣ ଯାହା ବି ପ୍ରସଙ୍ଗ ଉଠାଉଛନ୍ତି, ଆମେ କମିଟିକୁ ସେ ସବୁ ପ୍ରସଙ୍ଗର ସମାଧାନ କରିବାକୁ କହିଛୁ । ଆମର ଭରସା ଅଛି କମିଟି ତା’ କାମ କରିବ । ତେଣୁ ନିଜ ପ୍ରସଙ୍ଗକୁ ନେଇ କମିଟି ପାଖକୁ ଯିବାର ଆବଶ୍ୟକତା ରହିଛି ।

