spot_img

Latest Posts

ଏଣିକି ‘ଓ୍ବାନ ନେସନ, ଓ୍ବାନ ଟାଇମ’ ସିଷ୍ଟମରେ ଚାଲିବ ପୂରା ଦେଶର ଘଡ଼ି, ସାଧାରଣ ଲୋକଙ୍କ ଉପରେ ପଡିବ କି ପ୍ରଭାବ ?

ଏଣିକି ‘ଓ୍ବାନ ନେସନ, ଓ୍ବାନ ଟାଇମ’ ସିଷ୍ଟମରେ ଚାଲିବ ପୂରା ଦେଶର ଘଡ଼ି, ସାଧାରଣ ଲୋକଙ୍କ ଉପରେ ପଡିବ କି ପ୍ରଭାବ ?

ନନ୍ଦିଘୋଷ ବ୍ୟୁରୋ: ଓ୍ବାନ ନେସନ ଓ୍ବାନ ଇଲେକ୍ସନ, ଓ୍ବାନ ନେସନ ଓ୍ବାନ ଟ୍ୟାକ୍ସ ପରି ଏବେ ଭାରତରେ ଓ୍ବାନ ନେସନ ଓ୍ବାନ ଟାଇମକୁ ନେଇ ଚର୍ଚ୍ଚା ଜୋର ଧରିଛି । ସରକାର ସମୟ ସିଷ୍ଟମକୁ ବଦଳାଇବାକୁ ଏକ ନୋଟିଫିକେଶନ ଜାରି କରିଛନ୍ତି । ଦେଶରେ ନିର୍ଭୁଲ ଓ ଗୋଟିଏ ଟାଇମ ଷ୍ଟାଣ୍ଡାର୍ଡକୁ ଦୃଢ଼ କରିବା ଏହାର ଉଦ୍ଦେଶ । ଅର୍ଥାତ ଏହାଦ୍ବାରା ସାରା ଭାରତରେ ଗୋଟିଏ ପ୍ରକାରର ସମୟ ରହିବ ।

୨୭ ଅଗଷ୍ଟରେ ଉପଭୋକ୍ତା ବ୍ୟାପାର ବିଭାଗ ଦ୍ବାରା ଜାରି ଏହି ନୋଟିଫିକେଶନ IST ରୁଲ୍ସ ୨୦୨୬ରେ ଏକାଧିକ ତଥ୍ୟ ଦିଆଯାଇଛି । ଗଜଟେରେ ଆସିବାର ୧୮୦ ଦିନ ପରେ ଏହି ନିୟମ ଲାଗୁ ହେବ । ଏହାପରେ କୋର୍ଟ, ସରକାରୀ, ବେପାର ଓ ଅଫିସ କାମରେ କେବଳ ଏହି IST ମାନ୍ୟ ହେବ ।

ଓ୍ବାନ ନେସନ, ଓ୍ବାନ ଟାଇମର ଆବଶ୍ୟକତା କାହିଁକି ?

ଏବେ ଭାରତରେ IST ପାଳନ କରାଯାଉଛି । ହେଲେ କିଛି ସ୍ଥାନ, ଯେପରି ମୋବାଇଲ, ରେଲଓ୍ବେ, ସରକାରୀ କାର୍ଯ୍ୟାଳୟ ଓ କମ୍ପ୍ୟୁଟରରେ ସମୟ ଭିନ୍ନ ଭିନ୍ନ ସର୍ଭରରୁ ଆସିଥାଏ । କେତେବେଳେ ଗୁଗଲରୁ ତ ଆଉ କେତେ ବେଳେ ବିଦେଶୀ ସର୍ଭରରୁ । ଏହାଦ୍ବାରା ସମୟରେ ସାମାନ୍ୟ ତାରତମ୍ୟ ଦେଖିବାକୁ ମିଳିଥାଏ । ସରକାର ଏହି ତାରତମ୍ୟ ଦୂର କରିବାକୁ ଚାହୁଁଛନ୍ତି । ଦେଶର ସବୁ ଘଣ୍ଟା, ମୋବାଇଲ, କମ୍ପ୍ୟୁଟର ନେଟଓ୍ବର୍କ ଓ ଡିଜିଟାଲ ଡିଭାଇସ୍ ଗୋଟିଏ ସମୟ ଦେଖାଇବା ଏହାର ଉଦ୍ଦେଶ୍ୟ ।

ଗୁରୁତ୍ବପୂର୍ଣ୍ଣ କଥା ହେଲା, ସାଇବର ଅପରାଧ, ଆତଙ୍କବାଦୀ ଗତିବିଧି ଯାଞ୍ଚ ସମୟରେ ଭିନ୍ନ ଭିନ୍ନ ଡିଭାଇସରେ କିଛି ସେକେଣ୍ଡର ଅନ୍ତର ଯୋଗୁଁ ଘଟଣାର ସଠିକ ସମୟ ମ୍ୟାଚ କରିବାରେ ସମସ୍ୟା ଦେଖାଦେଉଛି । ଏହି ନିୟମ ଆସିବା ପରେ ଗୋଟିଏ ସମୟ ହେବା ଦ୍ବାରା ବ୍ୟାଙ୍କିଂ ନେଣଦେଣ, ସେୟର ବଜାର, ରେଲଓ୍ବେ ଓ ଉଡ଼ାଜାହାଜ ଚଳାଚଳ ପରିଚାଳନା ସହଜ ହୋଇପାରିବ ।

ବଦଳି ଯିବ କି ଘଡିର ସମୟ ?

ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଆସୁଥିବ, ଏହି ନିୟମ ଲାଗୁ ହେବା ପରେ ଭାରତର ବିଭିନ୍ନ ସ୍ଥାନରେ ଘଡିରେ ସମୟ ବଦଳି ଯିବ । ହେଲେ, ଏହା ବିଲକୁଲ ନୁହେଁ । ଆପଣଙ୍କ ଘଡିରେ ଏବେ ଯେଉଁ ସମୟ ରହିଛି, ତାହା ହିଁ ରହିବ । କେବଳ ଡିଜିଟାଲ ଘଡି, ମୋବାଇଲ ନେଟଓ୍ବର୍କରେ ଭାରତକୁ ନିଜର ସରକାରୀ ସମୟ ସହ ଯୋଡ଼ାଯିବ  । ଏହାଦ୍ବାରା ପୂରା ଦେଶରେ ନାନୋ ସେକେଣ୍ଡ ପର୍ଯ୍ୟନ୍ତ ସମୟ ସମାନ ରହିପାରିବ ।

୧୮୦ ଦିନର ସମୟ କାହିଁକି ?

ନିୟମ ଲାଗୁ ହେବା ପୂର୍ବରୁ ୧୮୦ ଦିନ ସମୟ ଦିଆଯାଇଛି । କମ୍ପାନୀ ଓ ବିଭିନ୍ନ ସଂସ୍ଥା ସେମାନଙ୍କ ବର୍ତ୍ତମାନର ସିଷ୍ଟମ ଯାଞ୍ଚ କରିବା ଏହାର ଉଦ୍ଦେଶ୍ୟ । ଏହି ସମୟ ମଧ୍ୟରେ ସେମାନେ ଆବଶ୍ୟକ ପରିବର୍ତ୍ତନ କରିବା ସହ ନୂଆ ବ୍ୟବସ୍ଥା ପାଇଁ ପ୍ରସ୍ତୁତ ହୋଇପାରିବେ ।

Latest Posts

Don't Miss