spot_img

Latest Posts

ଗାଡ଼ିର ବୈଧ ବୀମା ନଥିଲେ ମିଳିବନି ପେଟ୍ରୋଲ ଡିଜେଲ

ନନ୍ଦିଘୋଷ ବ୍ୟୁରୋ: ଗାଡ଼ିର ବୈଧ ବୀମା ନଥିଲେ ମିଳିବନି ପେଟ୍ରୋଲ ଡିଜେଲ । କେନ୍ଦ୍ର ସରକାରଙ୍କୁ ଏପରି ପ୍ରସ୍ତାବ ଦେଇଛନ୍ତି ସୁପ୍ରିମକୋର୍ଟ । ବିନା ବୀମାରେ ରାସ୍ତାରେ ଗଡ଼ୁଥିବା ଯାନବାହନ ଉପରେ ଲଗାଯିବ ଅଙ୍କୁଶ । ପେଟ୍ରୋଲ ପମ୍ପଗୁଡିକ ତେଲ ଦେବା ପୂର୍ବରୁ ସେହି ଗାଡ଼ିର ବୀମା ଅଛି କି ନାହିଁ ଯାଞ୍ଚ କରିବେ । ଯଦି ବୀମା ନଥିବ ତେବେ ଭକ୍ତ ଗାଡିକୁ ତେଲ ମିଳିବ ନାହିଁ । ଏ ସଂକ୍ରାନ୍ତରେ ଏକ ପାଇଲଟ ପ୍ରକଳ୍ପ ପ୍ରସ୍ତୁତ କରିବାକୁ ସୁପ୍ରିମକୋର୍ଟ ମଙ୍ଗଳବାର ଭାରତର ବୀମା ନିୟନ୍ତ୍ରକ ଓ ବିକାଶ ପ୍ରାଧିକରଣ ଏବଂ ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟକୁ ପ୍ରସ୍ତାବ ଦେଇଛନ୍ତି । ସେହିପରି ସୁପ୍ରିମକୋର୍ଟ ଦେଇଛନ୍ତି ଆଉ ଏକ ବଡ଼ ନିର୍ଦ୍ଦେଶ । ନୂଆ ଯାନ କିଣିବା ବେଳେ ଏକକାଳୀନ ବୀମା ନେବାକୁ ପଡ଼ିବ। IRDAIକୁ ଶୀଘ୍ର ନିର୍ଦ୍ଦେଶାବଳୀ ଜାରି କରିବାକୁ କହିଛନ୍ତି ସର୍ବୋଚ୍ଚ ଅଦାଲତ । ଘରୋଇ କାର୍ ପାଇଁ ବାଧ୍ୟତାମୂଳକ ଥାର୍ଡ-ପାର୍ଟି ଇନସୁରାନ୍ସ ଅବଧି ୩ ବର୍ଷରୁ ୪ ବର୍ଷକୁ ବୃଦ୍ଧି କରାଯାଇଛି । ଦୁଇଚକିଆ ପାଇଁ ୫ ବର୍ଷରୁ ୬ ବର୍ଷକୁ ବୀମା ଅବଧି ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।…

Latest Posts

Don't Miss