ଭେନଜୁଏଲା ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୨୫୦ ପାର୍ କରିଛି। ଏହା ସହିତ ୧୫୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଅନେକ ଲୋକ ନିଖୋଜ ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି। ସେପଟେ ଜୋରସୋରରେ ଚାଲିଛି ଉଦ୍ଧାର କାମ। ଏଥିରେ ଅନ୍ତର୍ଜାତୀୟ ସଂସ୍ଥା ବି ସହଯୋଗ କରୁଛନ୍ତି। ଭେନଜୁଏଲାରେ ଭୂମିକମ୍ପ ପରେ ରାଷ୍ଟ୍ରପତି ଜାରି କରିଛନ୍ତି ଜରୁରୀ କାଳୀନ ପରିସ୍ଥିତି। ଏହି ଦେଶରେ ଦୁଇଟି ବଡ଼ ଭୂମିକମ୍ପ ହୋଇଥିଲା। ପ୍ରଥମ ଭୂମିକମ୍ପର ତୀବ୍ରତା ୭.୨ ଥିଲା ଏବଂ ଏହାର କେନ୍ଦ୍ରସ୍ଥଳ ଥିଲା ରାଜଧାନୀ କାରାକାସରୁ ପ୍ରାୟ ୧୬୮ କିଲୋମିଟର ମୋରୋନ ସମ୍ପ୍ରଦାୟର ପଶ୍ଚିମରେ । ଭୂମିକମ୍ପର ଗଭୀରତା ୨୨ କିଲୋମିଟର ରହିଥିଲା। ଦ୍ୱିତୀୟ ଭୂମିକମ୍ପଟି ମାତ୍ର ଗୋଟିଏ ମିନିଟ୍ ପରେ ଆସିଥିଲା, ଯାହାର ତୀବ୍ରତା ୭.୫ ଥିଲା। ଏହାର ଗଭୀରତା ୧୦ କିଲୋମିଟର ଥିଲା ଏବଂ ଏହାର କେନ୍ଦ୍ରସ୍ଥଳ ଥିଲା ମୋରୋନରୁ ୧୬ କିଲୋମିଟର ଦକ୍ଷିଣ-ପଶ୍ଚିମରେ । ପ୍ରାରମ୍ଭିକ ଆକଳନ ଅନୁଯାୟୀ ମୃତ୍ୟୁ ସଂଖ୍ୟା ପ୍ରାୟ ୧୦ ହଜାରରୁ ଅଧିକ ହୋଇପାରେ ବୋଲି କହିଛି ଯୁକ୍ତରାଷ୍ଟ୍ର ଭୂତତ୍ତ୍ୱ ସର୍ଭେ ବିଭାଗ।

