spot_img

Latest Posts

ଆଜି ଆମେରିକା-ଇରାନ ମଧ୍ୟରେ ସ୍ୱାକ୍ଷରିତ ହେବ ଐତିହାସିକ ଶାନ୍ତି ଚୁକ୍ତି

ନନ୍ଦିଘୋଷ ବ୍ୟୁରୋ: ବନ୍ଦ ହେବ ଇରାନ-ଆମେରିକା ଯୁଦ୍ଧ। ଆଜି ଦୁଇ ଦେଶ ମଧ୍ୟରେ ହେବ ଶାନ୍ତି ଚୁକ୍ତି। ୧୦୬ ଦିନର ଯୁଦ୍ଧରେ ଯବନିକା ପଡ଼ିବ। ଏହି ସୂଚନା ଦେଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ଶାନ୍ତି ଚୁକ୍ତି ସହିତ ଇରାନ ହର୍ମୁଜ ପ୍ରଣାଳୀ ଖୋଲିବ ବୋଲି କହିଛନ୍ତି ଟ୍ରମ୍ପ।

ସେ କହିଛନ୍ତି, ଇରାନ ପ୍ରତିଶୃତି ଦେଇଛି, ସେ ଆଣବିକ ଅସ୍ତ୍ର ହାସଲ କରିବ ନାହିଁ। କୌଣସି ପରିସ୍ଥିତିରେ ମଧ୍ୟ ଆଣବିକ ଅସ୍ତ୍ର ହାସଲ ନ କରିବାକୁ ପ୍ରତିଶୃତି ଦେଇଛି ତେହେରାନ। ଚୁକ୍ତି ସ୍ଵାକ୍ଷରିତ ହେବା ପରେ ପରେ ହର୍ମୁଜ ଖୋଲିବ ଓ ଦୁଇ ଦେଶର ସଂପର୍କରେ ନୂଆ ଅଧ୍ୟାୟ ଆରମ୍ଭ ହେବ ବୋଲି କହିଛନ୍ତି ଟ୍ରମ୍ପ।

ଗତ ଫେବୃଆରି ୨୮ରେ ଆରମ୍ଭ ହୋଇଥିଲା ଇରାନ ଯୁଦ୍ଧ। ଇରାନ ଉପରେ ମିଳିତ ଭାବେ ଆକ୍ରମଣ କରିଥିଲେ ଇସ୍ରାଏଲ ଓ ଆମେରିକା। ପ୍ରଥମ ଦିନରେ ହିଁ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖୋମିନେଇ ନିହତ ହୋଇଥିଲେ। ଉଭୟ ପକ୍ଷ ମଧ୍ୟରେ ଘମାଘୋଟ ଯୁଦ୍ଧ ହୋଇଥିଲା।

ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିବା ପରେ ସାରା ବିଶ୍ଵ ଉପରେ ଏହାର ପ୍ରଭାବ ପଡ଼ିଥିଲା। ଏହା ସହିତ ପଡ଼ୋଶୀ ଦେଶ କୁଏତ, ବାହାରିନ, ୟୁଏଇ, ଇରାକ, ଓମାନ, ସାଉଦି ଆରବରେ ଥିବା ଆମେରିକାର ଶିବିରକୁ ଟାର୍ଗେଟ କରିଥିଲା ଇରାନ। ଆଜି ଇରାନ ଓ ଆମେରିକା ମଧ୍ୟରେ ଚୁକ୍ତି ହେବ, ଏବଂ ବନ୍ଦ ହେବ ଯୁଦ୍ଧ ଓ ମଧ୍ୟପ୍ରାଚ୍ୟରେ ଫେରିବ ଶାନ୍ତି।

Latest Posts

Don't Miss