spot_img

Latest Posts

ବାରଙ୍ଗରେ ଚାଞ୍ଚଲ୍ୟ ; ପୁଣି କାଠଯୋଡ଼ି ନଦୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

କଟକ : ବାରଙ୍ଗରେ ଚାଞ୍ଚଲ୍ୟ । ପୁଣି କାଠଯୋଡ଼ି ନଦୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର । ହତ୍ୟା କି ଆତ୍ମହତ୍ୟା ଅସ୍ପଷ୍ଟ । ସ୍ଥାନୀୟ ଅଞ୍ଚଳର କିଛି ଲୋକେ ଭୋର ୫ ଟା ସମୟରେ ସୁବାଷ ସେତୁ ଉପରେ ମର୍ଣ୍ଣିଂୱାକ କରୁଥିବା ବେଳେ ସୁଭାଷ ସେତୁ ଉପରେ ଏକ ପିଙ୍କ କଲର ବ୍ୟାଗ ଓ ଗୋଟିଏ ଚପଲ ଥୁଆ ହୋଇଥିବା ଦେଖିବାକୁ ପାଇଥିଲେ । ତେବେ ଚପଲ ବ୍ୟାଗ କାହାର ବୋଲି ଆଖ ପାଖ ଓ କାଠଯୋଡ଼ି ନଦୀ ଦେଖିବା ବେଳକୁ ଜଣେ ଯୁବତୀ କାଠଯୋଡ଼ି ନଦୀରେ ପଡିଥିବା ଦେଖିବାକୁ ପାଇଥିଲେ। ଏନେଇ ଲୋକେ ବାରଙ୍ଗ ପୋଲିସକୁ ଖବର ଦେଇଥିଲେ ।

ଖବର ପାଇ ଘଟଣାସ୍ଥଳରେ ବାରଙ୍ଗ ପୋଲିସ ଓ ବାରଙ୍ଗ ଅଗ୍ନିଶମ ବିଭାଗ ପହଁଚି କାଠଯୋଡ଼ି ନଦୀ ଭିତରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଟକ SCB ମେଡ଼ିକାଲରେ ଭର୍ତ୍ତି କରିଛନ୍ତି । ଯୁବତୀ ଜଣକ ଏକ ଜିନ୍ସ ପ୍ୟାଣ୍ଟ ସହ ଏକ କଳା ରଙ୍ଗର ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି । ସେପଟେ ଯୁବତୀଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ବାରଙ୍ଗ ପୋଲିସ ସୁଭାଷ ସେତୁ ଉପରେ ଥିବା ଚପଲ ଓ ବ୍ୟାଗକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

Latest Posts

Don't Miss