ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ। ଏଥିରେ ୨୧ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ଦିଲ୍ଲୀ ପୋଲିସ ଏହା ସ୍ପଷ୍ଟ କରିଛି। ଏକ ରେଷ୍ଟୁରାଣ୍ଟରେ ଲାଗିଥିଲା ନିଆଁ । ଆଜି ସକାଳ ୯ଟାରେ ନିଆଁ ଲାଗିଥିଲା। ମାଲବୀୟ ନଗରରେ ଏହି ଅଘଟଣ ଘଟିଛି। ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଉଛି। ୪୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି । ଅନେକ ଏବେ ବି ନିଖୋଜ ଅଛନ୍ତି । … ମୃତାହତଙ୍କ ମଧ୍ୟରେ ଅନେକ ବିଦେଶୀ ଥିବା ଜଣାପଡ଼ିଛି । ଏହି ଅଘଟଣରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ମୃତକଙ୍କ ପିଛା ସେମାନଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି । ବିିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ନବୀନ ପଟ୍ଟନାୟକ।

