spot_img

Latest Posts

ପ୍ରେମ ପାଇଁ ହତ୍ୟା: ରାଜଧାନୀ ‘ଥାର୍’ ଦୁର୍ଘଟଣାରେ ବଡ଼ ଖୁଲାସା

ଭୁବନେଶ୍ୱର: ରାଜଧାନୀରେ ଗତକାଲି ବିଳମ୍ବିତ ରାତିରେ ଘଟିଥିବା ‘ହିଟ୍ ଆଣ୍ଡ ରନ୍’ ମାମଲାରେ ଏକ ବଡ଼ ଖୁଲାସା ହୋଇଛି। ଯାହାକୁ ପ୍ରଥମେ ଏକ ସାଧାରଣ ସଡ଼କ ଦୁର୍ଘଟଣା ଭାବି ନିଆଯାଉଥିଲା, ତାହା ପ୍ରକୃତରେ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ପୋଲିସ ତଦନ୍ତରୁ ଜଣାପଡ଼ିଛି। ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଏହି ସୂଚନା ଦେଇଛନ୍ତି। ତ୍ରିକୋଣୀୟ ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଏହି ନୃଶଂସ ହତ୍ୟାକାଣ୍ଡ ଘଟାଯାଇଥିବା ପୋଲିସ ସ୍ପଷ୍ଟ କରିଛି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସୁରଜ ବିଶ୍ୱକର୍ମାକୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୬ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।

ତ୍ରିକୋଣୀୟ ପ୍ରେମ ପାଇଁ ଯାଇଛି ଜୀବନ:

ଭୁବନେଶ୍ୱର ଡିସିପି ଜଗମୋହନ ମୀନା ହିଛନ୍ତି, ଏହା କୌଣସି ସାଧାରଣ ଦୁର୍ଘଟଣା ନୁହେଁ, ବରଂ ଏକ ସୁଚିନ୍ତିତ ହତ୍ୟାକାଣ୍ଡ। ତ୍ରିକୋଣୀୟ ପ୍ରେମକୁ ନେଇ ମୃତ ଯୁବକ ଏବଂ ଗାଡି ଚାଳକଙ୍କ ମଧ୍ୟରେ ପୂର୍ବରୁ ବିବାଦ ଓ ଝଗଡ଼ା ଚାଲିଥିଲା।

ମିଳିଥିବା ସୂଚନା ଅନୁଯାୟୀ, ପୂର୍ବ ଶତ୍ରୁତା ଓ ରାଗ ରଖି ଅଭିଯୁକ୍ତମାନେ ଜାଣିଶୁଣି ବାଇକ୍ ଆରୋହୀଙ୍କ ଉପରକୁ ଏକ ଦ୍ରୁତଗାମୀ ଥାର୍ (Thar) ଗାଡି ଚଢ଼ାଇ ଦେଇଥିଲେ। ଗତକାଲି ବିଳମ୍ବିତ ରାତିରେ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଏହି ଭୟଙ୍କର କାଣ୍ଡ ଘଟିଥିଲା। ଗୋଟିଏ ଦ୍ରୁତଗାମୀ କାର୍ ପଛପଟୁ ବାଇକକୁ ପ୍ରବଳ ଜୋରରେ ଧକ୍କା ଦେଇଥିଲା, ଯାହାଫଳରେ ଘଟଣାସ୍ଥଳରେ ହିଁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।

ଏହି ସମ୍ବେଦନଶୀଳ ଘଟଣା ପରେ ପୋଲିସ ତତ୍ପରତା ପ୍ରକାଶ କରିଛି। ଡିସିପିଙ୍କ କହିବା ଅନୁଯାୟୀ, ଘଟଣା ସମୟରେ କିଛି ପ୍ରତ୍ୟକ୍ଷଦର୍ଶୀ ଉପସ୍ଥିତ ଥିଲେ ଏବଂ ସେମାନଙ୍କ ବୟାନକୁ ଆଧାର କରି ତଦନ୍ତ ପ୍ରକ୍ରିୟା ଆଗକୁ ବଢୁଛି। ଏହି ଅପରାଧରେ ସାମିଲ ଥିବା ଏବଂ ସହଯୋଗ କରିଥିବା ପ୍ରତ୍ୟେକ ଦୋଷୀଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ପ୍ରତିଶ୍ରୁତି ଦେଇଛନ୍ତି।

Latest Posts

Don't Miss