spot_img

Latest Posts

ବାରିପଦା ଟାଉନ ଥାନାରେ ଗୋଷ୍ଠୀ ସଂଘର୍ଷ: ୮ ଗିରଫ

ବାରିପଦା: ବାରିପଦା ଟାଉନ ଥାନା ପରିସରରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ ଘଟଣା। ଘଟଣାକୁ ନେଇ ଦୁଇଟି ମାମଲା ରୁଜ୍ଜୁ କରି ମୋଟ ଆଠ ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ।

ଘଟଣା ଅନୁସାରେ ଲୁଲୁଙ୍ଗ ରେ ପିକନିକ୍ କରିବାକୁ ଭଞ୍ଜପୁର ଥାନା ଅଞ୍ଚଳର ୪ଜଣ ଯୁବକ ଓ ଡୁକୁରା ଅଞ୍ଚଳର ୮ ଜଣ ଯୁବକ ଯାଇଥିଲେ । ତେବେ ପାର୍କିଂ ଓ କଥା କଟାକଟି ପରେ ଗଣ୍ତଗୋଳ ହୋଇଥିଲା। ସମୟରେ ଭଞ୍ଜପୁର ଥାନା ଅଞ୍ଚଳର ୪ଜଣ ଯୁବକ କାର ରେ ପଳାଇ ଆସିବା ସମୟରେ ଲୁଲୁଙ୍ଗ ଠାରୁ ଅସ୍ତିଆ ଛକ ଦେଇ ଵାରିପଦା ଟାଉନ ଥାନା ପର୍ଯ୍ୟନ୍ତ ବାଇକ ରେ ମଦ୍ୟପ ଡୁକୁରା ଅଞ୍ଚଳର ଯୁବକ ପିଛା କରିଥିଲେ। ରାସ୍ତା ସାରା ପଥର, ପିକନିକ୍ କରିବାକୁ ଆଣିଥିବା ଗ୍ୟାସ୍ ଓ ଅନ୍ୟ ସରଞ୍ଜାମ ସବୁ ଫିଙ୍ଗି କାରଟିକୁ ଭଙ୍ଗାରୁଜା କରିଥିଲେ।

ଜୀବନ ବିକଳରେ ଭଞ୍ଜପୁର ଥାନା ଅଞ୍ଚଳର ୪ଜଣ ଯୁବକ ଵାରିପଦା ଟାଉନ ଥାନା ଭିତରକୁ କାରକୁ ପୁରାଇଦେଇଥିଲେ। କିନ୍ତୁ ଉତ୍ତ୍ୟକ୍ତ ଯୁବକଙ୍କ ମନ ଶାନ୍ତ ହୋଇନଥିଲା। କାରରୁ ଘୋଷାଡ଼ି ନେଇ ଥାନା ପରିସରରେ ଆକ୍ରମଣ କରିଥିଲେ। ଆଇନକୁ ହାତକୁ ନେଇ ସେମାନେ ଥାନା ପରିଷର ମଧ୍ୟରେ ହିଁ କାର୍‌ ଚାଳକଙ୍କୁ କାବୁ କରି ପ୍ରବଳ ମାଡ଼ ମାରିବା ସହ ସଙ୍ଘବଦ୍ଧ ଆକ୍ରମଣ କରିଥିଲେ।

ଆକ୍ରମଣକାରୀମାନେ ଥାନା ଭିତରେ ହିଁ ଉକ୍ତ ଡଷ୍ଟର କାର୍‌ର ସମ୍ମୁଖ ଏବଂ ପଛ ପାର୍ଶ୍ୱର କାଚକୁ ପିଟି ପିଟି ସମ୍ପୂର୍ଣ୍ଣ ଭାଙ୍ଗି ଚୂରମାର କରିଦେଇଥିଲେ। ଘଟଣା ସମୟରେ ଥାନାରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀମାନେ ଯୁବକମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ଉତ୍ତ୍ୟକ୍ତ ଲୋକେ କାହାରି କଥା ଶୁଣି ନଥିଲେ। ଥାନା ଆଗରେ ଶତାଧିକ ଲୋକଙ୍କ ଭିଡ଼ ଥିବା ସତ୍ତ୍ବେ ଏହି ଘଟଣା ଘଟିଥିଲା।

ତେବେ ଦୁଇଟି ମାମଲା ରୁଜ୍ଜୁ କରି ମୋଟ୍ ଆଠ ଜଣଙ୍କୁ ଗିରଫ କରାଯାଇଛି ବୋଲି ଥାନା ଅଧିକାରୀ କରୁଣାକର ରାଉତ ସୂଚନା ଦେଇଛନ୍ତି।।

Latest Posts

Don't Miss