ନନ୍ଦିଘୋଷ ବ୍ୟୁରୋ : ବିଶ୍ୱକୁ ବିପର୍ଯ୍ୟୟ ମୁକାବିଲା ପାଠ ପଢ଼ାଇବ ଓଡ଼ିଶା । ଭାରତର ବ୍ରିକ୍ସ ଅଧ୍ୟକ୍ଷତାରେ ଡିଜାଷ୍ଟର ରିସ୍କ ରିଡକ୍ସନ ୱାଙ୍କି ଗ୍ରୁପ୍ର ବୈଷୟିକ ସମ୍ମିଳନୀ ଆସନ୍ତା ଜୁନ ୩ରୁ ୫ ପର୍ଯ୍ୟନ୍ତ ପୁରୀରେ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧୂ ଓ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପରି ପ୍ରତିରୋଧକ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ । ହେଲେ ବିଜେପି ସରକାର ସମୟରେ କିଛି ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ହୋଇ ନଥିବା ଅଭିଯୋଗ କରିଛି କଂଗ୍ରେସ । ୧୯୮୦, ୧୯୮୨ ରେ ଜାନକୀ ପଟ୍ଟନାୟକଙ୍କ ନେତୃତ୍ୱରେ ବନ୍ୟା ମୁକାବିଲା କରିଥିଲା କଂଗ୍ରେସ ସରକାର । ସେହିପରି ୨୦୨୪ ଯାଏଁ ନବୀନ ପଟ୍ଟନାୟକଙ୍କ ବିଜେଡି ସରକାର ବାତ୍ୟା ଓ ବନ୍ୟା ମୁକାବିଲା କରିଥିଲା। ସେ ସବୁ ସରକାରଙ୍କ ତଥ୍ୟ ସଂଗ୍ରହ କରିବା କଥା । ମିଥ୍ୟା ପ୍ରତିଶୃତି ଓ ଧୂଆଁ ବାଣରେ ରହି ଯାଇଛି ବିଜେପି ସରକାର । ଏହି ସରକାର ଅମଳରେ ସେତେ ବଡ଼ କିଛି ପ୍ରାକୃତିକ ବିପର୍ଯୟ ହୋଇନି । କେବଳ ଖରା ଟିକେ ଅଧିକ ହେଉଛି । ପୁରୀରେ ଅନ୍ୟ ଦେଶର ଲୋକଙ୍କୁ ନେଇ ଡ୍ରାମା କରିବାକୁ ବିଜେପି ଚାହୁଁଛି । ଖାଲି ପତିଆରା ରାଜନୀତିରେ ବିଜେପି ବ୍ୟସ୍ତ ବୋଲି କହିଛନ୍ତି ସୁରେଶ ।

