ନନ୍ଦିଘୋଷ ବ୍ୟୁରୋ : ପିପିଲି ପମସରା ବେଆଇନ୍ ବାଲି ଘାଟରେ ରାତି ଅଧିଆ ଚଢ଼ାଉ କଲା ମାଇନ୍ସ ବିଭାଗ । ଜବତ ହେଲା ବେଆଇନ୍ ବାଲି ଉତ୍ତୋଳନରେ ବ୍ୟବହୃତ ଗୋଟିଏ ଜେସିବି ମେସିନ ଓ ଗୋଟିଏ ଟ୍ରାକ୍ଟର । ପିପିଲି ପମସରା ଦୟା ନଦୀରେ ବାଲି ଚୋରି ହେଉଥିବା ଖବର ପାଇ ପୁରୀ ଜିଲ୍ଲା ମାଇନ୍ସ ଅଧିକାରୀ ସମୀର ମିଶ୍ର ଅଚାନକ ଚଢ଼ାଉ କରିଥିଲେ । ମାଇନ୍ସ ବିଭାଗ ଚଢ଼ାଉ କରୁଥିବା ଜାଣି ମାଫିଆ ମାନେ ଚମ୍ପଟ ମାରିଥିବା ବେଳେ ଟ୍ରାକ୍ଟର ଓ ଜେସିବି ମେସିନ ଜବତ କରି ଥିଲା ମାଇନ୍ସ ବିଭାଗ । ପିପିଲି ଥାନା ଅଧିକାରୀ ସୌମେନ୍ଦୁ ଶେଖର ତ୍ରିପାଠୀ ଓ ସହକାରୀ ଖଣି ଅଧିକାରୀ ବିଶ୍ୱଜିତ୍ ବେହେରା ପ୍ରମୁଖ ଚଢ଼ାଉରେ ସାମିଲ ଥିଲେ ।

