spot_img

Latest Posts

ମେ ୨୦ରେ ଯୁକ୍ତ ଦୁଇ ପରୀକ୍ଷାଫଳ: ଆଶା ଆଶଙ୍କାରେ ଛାତ୍ରଛାତ୍ରୀ

ଭୁବନେଶ୍ବବର: ଆସନ୍ତା ୨୦ ତାରିଖ ଦିନ ପ୍ରକାଶ ପାଇବ ,ବହୁ ପ୍ରତୀକ୍ଷିତ ଯୁକ୍ତ ଦୁଇ ପରୀକ୍ଷା ଫଳ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ। ପିଲାମାନେ ସିଏଚ୍‌ଏସ୍‌ଇର ୱେବ୍‌ସାଇଟ୍‌ www.orissaresults.nic.in ମାଧ୍ୟମରେ ପରୀକ୍ଷା ଫଳ ଦେଖିପାରିବେ।

ସୂଚନାଯୋଗ୍ୟ, ଚଳିତ ବର୍ଷ ପ୍ରାୟ ୪ ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ବାର୍ଷିକ ପରୀକ୍ଷା ଦେଇଥିଲେ। ଏବେ ପରୀକ୍ଷା ଫଳ ପ୍ରକାଶନ ନେଇ ତାରିଖ ଘୋଷଣା ହେଲା ପରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି  ।

 

Latest Posts

Don't Miss