spot_img

Latest Posts

୨୬ରୁ ଯୁକ୍ତ ଦୁଇ ନାମଲେଖା ଆବେଦନ: ୨୩ରୁ ପାଠପଢ଼ା

୨୬ରୁ ଯୁକ୍ତ ଦୁଇ ନାମଲେଖା ଆବେଦନ ଆରମ୍ଭ। ଜୁଲାଇ ୨୩ରୁ ପାଠପଢ଼ା ଆରମ୍ଭ ହେବ। ଚଳିତ ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ଯୁକ୍ତ ଦୁଇ ଏକାଦଶ ଶ୍ରେଣୀ ନାମଲେଖା ପାଇଁ ଆସନ୍ତା ୨୬ରୁ ଆବେଦନ ଆରମ୍ଭ ହେବ। ଜୁନ୍ ୩୦ ତାରିଖ ରାତି ୧୧ଟା ୪୫ ମିନିଟ୍ ମଧ୍ୟରେ ଛାତ୍ରଛାତ୍ରୀମାନେ ସାମ୍‌ସ ୱେବ୍‌ସାଇଟ୍‌ରେ ଆବେଦନ କରିପାରିବେ। ଏନେଇ ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇଛି। ସାଧାରଣ ବର୍ଗ, ଏସ୍‌ ଇବିସି, ଓବିସି ବର୍ଗରଛାତ୍ରଛାତ୍ରୀ ଆବେଦନ ଫି ୨୦୦ ଟଙ୍କା ଦାଖଲ କରିବେ। ଏନେଇ ସମସ୍ତ ସୂଚନା ସାମ୍‌ମ୍ସ ୱେବ୍‌ସାଇଟ୍ https://hss.samsodisha.gov.in/newHSSI index.aspxରେ ଉପଲବ୍ଧ ରହିଛି। ଆବେଦନ ସମୟରେ କୌଣସି ସମସ୍ୟାର ସମାଧାନ ପାଇଁ ସଂଯୋଗ ସହାୟତା ନମ୍ବର ୧୫୫୩୩୫, ୧୮୦୦୩୪୫୬୭୭୦ରେ କିମ୍ବା ଇ-ମେଲ୍ ଆଇଡି sams.dhse@gov. inରେ ଯୋଗାଯୋଗ କରିପାରିବେ ।

ଜୁଲାଇ ୮ ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ଜୁଲାଇ ୯ରୁ ୧୫ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ। ଅଗଷ୍ଟ ୧୨ ସୁଦ୍ଧା ସମସ୍ତ ପର୍ଯ୍ୟାୟ ନାମଲେଖା ଶେଷ ହେବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ଦ୍ଵିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଜୁଲାଇ ୨୩ ତାରିଖରେ ମେଧା ତାଲିକା ପ୍ରକାଶ ପାଇବ। ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ଜୁଲାଇ ୨୪ ତାରିଖରୁ ୨୮ ତାରିଖ ମଧ୍ୟରେ ନାମଲେଖାଇବେ। ଏହାପରେ ଜୁଲାଇ ୩୦ ତାରିଖରେ ସ୍ପଟ୍ ନାମଲେଖା ପାଇଁ ଚଏସ୍ ଲକିଂ ସୁବିଧା ଉପଲବ୍ଧ ହେବ। ଅଗଷ୍ଟ ୨ ତାରିଖ ମଧ୍ୟରେ ସ୍ପଟ୍ ନାମଲେଖା ପାଇଁ ଛାତ୍ରଛାତ୍ରୀମାନେ ଚଏସ୍ ଲକିଂ କରିପାରିବେ। ସ୍ପଟ୍ ନାମଲେଖା ପାଇଁ ଅଗଷ୍ଟ ୬ ତାରିଖ ଅପରାହ୍ନ ୨ଟାରେ ମେଧା ତାଲିକା ପ୍ରକାଶ ସହ ଇଣ୍ଟିମେସନ୍‌ ଲେଟର ପ୍ରଦାନ କରାଯିବ। ଚୟନ ହୋଇଥିବା ଛାତ୍ର ଛାତ୍ରୀମାନେ ଅଗଷ୍ଟ ୭ ତାରିଖ ମଧ୍ୟାହ୍ନ ୧୨ଟାରୁ ୧୨ ତାରିଖ ରାତି ୯ଟା ମଧ୍ୟରେ କଲେଜରେ ରିପୋଟିଂ କରିବେ। ମାତ୍ର ଜୁଲାଇ ୨୩ରୁ ପାଠପଢ଼ା ଆରମ୍ଭ ହେବ। ।

Latest Posts

Don't Miss