spot_img

Latest Posts

ସ୍ତ୍ରୀକୁ ମାରି ଲାଟ୍ରିନ ଟାଙ୍କିରେ ପୋତିଦେଲା ସ୍ୱାମୀ

ଉମରକୋଟ : ସ୍ତ୍ରୀକୁ ମାରି ଲାଟ୍ରିନ ଟାଙ୍କିରେ ପୋତିଦେଲା ସ୍ୱାମୀ । ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ବୋର୍ ଗାଁ ରେ ଚାଞ୍ଚଲ୍ୟ। ମୃତକ ହେଲେ ମନେଇ ଗଣ୍ଡ । ହତ୍ୟାକାରୀ ସ୍ୱାମୀ ସୁବାସ ଗଣ୍ଡକୁ ଥାନାରେ ଅଟକ ରଖିଛି ରାଇଘର ପୋଲିସ୍ । ଗତ ରବିବାର ରାତିରେ ପରିବାରର ଅନ୍ୟ ସଦସ୍ୟ ମାନେ ଏକ ବାହାଘର ଭୋଜି ଖାଇବାକୁ ଯାଇଥିଲେ । ଏହି ସମୟ ରେ ସ୍ୱାମୀ ସୁବାସ ଗଣ୍ଡ ମଦ୍ୟ ପାନ କରି ସ୍ତ୍ରୀ ସହ ଗଣ୍ଡଗୋଳ କରିଥିଲେ । ପରେ ସ୍ତ୍ରୀ ଙ୍କୁ ହତ୍ୟା କରି ବାଡ଼ି ପଟ ଲାଟ୍ରିନ ଟାଙ୍କି ରେ ପୋତି ଦେଇଥିଲା । ସ୍ତ୍ରୀ କୁଆଡ଼େ ଚାଲି ଯାଇଥିବା ବାହାନା କରିଥିଲା । ରାଇଘର ପୋଲିସ୍ କୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସ୍ତ୍ରୀକୁ ମାରି ଲାଟିନ ତାଙ୍କି ରେ ପୋତି ଦେଇଥିବା ପୋଲିସ ଆଗରେ ସ୍ୱୀକାର କରିଥିଲା ସୁବାସ । ପରେ ପୋଲିସ ଉପସ୍ଥିତି ରେ ମୃତଦେହକୁ ଟାଙ୍କି ରୁ ବାହାର କରା ଯାଇଥିବାବେଳେ ପୋଲିସ ତଦନ୍ତ କରୁଛି । ଅଧିକ ତଦନ୍ତ ପାଇଁ ନବରଙ୍ଗପୁର ରୁ ଏକ ସାଇଣ୍ଟି ଫିକ ଟିମ୍ କୁ ଡକାଯାଇଛି ।

Latest Posts

Don't Miss