spot_img

Latest Posts

ଢେକୁନପାଣିରେ ମାଓକ୍ୟାମ୍ପ ଠାବ, ୭୦ ଜିଲୋଟିନ ଷ୍ଟିକ ସହ ମାଓ ସାମଗ୍ରୀ ଜବତ

ନୂଆପଡା  : ନୂଆପଡା ଢେକୁନପାଣିରେ ମାଓକ୍ୟାମ୍ପ ଠାବ । ୭୦ ଜିଲୋଟିନ ଷ୍ଟିକ ସହ ମାଓ ସାମଗ୍ରୀ ଜବତ । ସୁନାବେଡ଼ା ଅଭ୍ୟୟାରଣ୍ୟ ଢେକୁନପାଣି ଗାଁ ନିକଟରେ ସିଆରପିଏଫ ଜବାନମାନେ କମ୍ବିଂ ଅପରେସନ କରି ଏକ ମାଓ କ୍ୟାମ୍ପ ଠାବ କରିଛନ୍ତି । ପଥର ଚଟାଣରେ ମାଓବାଦୀମାନେ ଲୁଚାଇ ରଖିଥିବା ସୂଚନା ମିଳିଥିଲା । ସିଆରପିଏଫ ୨୧୬ ବ୍ୟାଟାଲିୟନ କମାଣ୍ଡାଣ୍ଟ ଏରିକ ଗିଲବର୍ଟ ଯୋଶଙ୍କ ନେତୃତ୍ବରେ ସିଆରପିଏଫ ଟିମ ସମ୍ପୃକ୍ତ ଜଙ୍ଗଲରେ କମ୍ବିଂ ଅପରେସନ କରିଥିଲେ । ଗତକାଲି ଅପରାହ୍ନରେ ସିଆରପିଏଫ ଯବାନ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନୀ କୁକୁର ସାହାଯ୍ୟରେ ମାଓ କ୍ୟାମ୍ପକୁ ଠାବ କରିଥିଲେ । ସେଠାରୁ ୭୦ଟି ଜିଲୋଟିନ ଷ୍ଟିକ, ୩ଟି ଷ୍ଟିଲ ଜନଟେନର, ୨ଟି ଇଞ୍ଜେକ୍ସନ ସିରିଂଜ ଓ ୪ ବଣ୍ଡଲ ଇଲେକ୍ଟ୍ରିକ ତାରକୁ ଜବତ କରିଥିଲେ । ସିଆରପିଏଫ ଡେପୁଟି କମାଣ୍ଡେଣ୍ଟ ମନମୋହନ ଠାକୁର, ଗୁଇନ୍ଦା ଇନ୍ସପେକ୍ଟର ଜଗଦୀଶ ପଣ୍ଡା ସମେତ ବହୁ ସିଆରପିଏଫ ଯବାନ ଉପସ୍ଥିତ ଥିଲେ ।

Latest Posts

Don't Miss