spot_img

Latest Posts

ପଶ୍ଚିମ ଏସିଆରେ ଘନୀଭୂତ ହେଉଛି ସ୍ଥିତି ; ହେଜବୁଲ୍ଲାର ଆଡ୍ଡାସ୍ଥଳୀରେ ଇସ୍ରାଏଲର ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ : ଦିନକୁ ଦିନ ପଶ୍ଚିମ ଏସିଆରେ ଘନୀଭୂତ ହେଉଛି ସ୍ଥିତି। ଲେବାନନର ବେରୁଟସ୍ଥିତ ହେଜବୁଲ୍ଲାର ଆଡ୍ଡାସ୍ଥଳୀରେ ହମଲା କରିଛି ଇସ୍ରାଏଲ। ବେରୁଟର ହେଜବୁଲ୍ଲାର ବହୁ ଭିତ୍ତିଭୂମି ଥିବା ବେଳେ ଏହାକୁ ଟାର୍ଗେଟ କରିଛି ଇସ୍ରାଏଲ। ଦକ୍ଷିଣାଞ୍ଚଳ ଲେବାନନର ତିନିଟି ସ୍ଥାନରେ ଇସ୍ରାଏଲ ସେନା ଉପରେ ହେଜବୁଲ୍ଲା ହମଲା କରିବାର କିଛି ସମୟ ପରେ ଜବାବ ଦେଇଛି ଇସ୍ରାଏଲ। ସେପଟେ ଇରାନ ହମଲାରେ କେନ୍ଦ୍ରୀୟ ଇସ୍ରାଏଲରେ ପାୱାର ଆଉଟେଜ ହୋଇଛି । ଇରାନର ଡ୍ରୋନ ହମଲାରେ ବାହାରିନରେ ୪ ଜଣ ଆହତ ହୋଇଛନ୍ତି ଓ ଗୋଟିଏ ଘର କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।

ବାହାରିନର ବହୁ ସ୍ଥାନରେ ବଡ଼ ଧରଣର ବିସ୍ଫୋରଣମାନ ଘଟିଛି । ତେଣେ ଆମେରିକା-ଇସ୍ରାଏଲ ପକ୍ଷରୁ ତେହରାନର ସାହିଦ ବେହେସତି ୟୁନିଭର୍ସିଟି ଉପରେ ହୋଇଛି ଜୋରଦାର ଏୟାରଷ୍ଟ୍ରାଇକ। ଏଥିରେ ୟୁନିଭର୍ସିଟିର ବିପୁଳ କ୍ଷତି ଘଟିଛି। ତେହରାନର ଏହି ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟର ଅନେକ କ୍ଷତି ଘଟିଛି ବୋଲି କହିଛି ଇରାନୀୟ ରେଡ କ୍ରିସେଣ୍ଟ।

Latest Posts

Don't Miss